ରାଜଧାନୀ ଭୁବନେଶ୍ୱର ହେବ ଭିଡ଼ମୁକ୍ତ। ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ ହେବ। ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ । ଗତ ସରକାର ଅକ୍ଷମତା ପ୍ରଦର୍ଶନ କରିଥିଲେ । ତେଣୁ ରିଙ୍ଗ ରୋଡ଼ କାମ ଆଗକୁ ନେବାକୁ ନିଷ୍ପତ୍ତି ହୋଇଛି । ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ରାସ୍ତା ଟ୍ରାଫିକ୍ ଲାଇଟ୍ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ ।
Author: sanitelevision
ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି।ତେବେ ସେମାନଙ୍କୁ ଚେକ୍ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ ପ୍ଲାନ କରିଛି।
କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ଏକକାଳୀନ ୮ଟି ସ୍ଥାନରେ ଚଢାଉ ହୋଇଥିଲା । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରର ୫ଟି ସ୍ଥାନରେ ରେଡ ହୋଇଥିଲା। ରେଡ ବେଳେ ୫୫ ଲକ୍ଷ ଟଙ୍କା, ୧.୪ କେଜି ସୁନା ଠାବ ହୋଇଥିଲା । ଏହାସହ ୩ଟି ବିଲ୍ଡିଂ, ୯ଟି ଦାମୀ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଦୁଇଟି ଦାମୀ ୪ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।
ଏବେ ଭୁବନେଶ୍ୱରରେ ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏ ନେଇ ଏମଓୟୁ ସରିଛି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ । ପୂର୍ତ୍ତ ବିଭାଗ ସହିତ ଏ ନେଇ ଆଲୋଚନା ସରିଛି । ମୁଖ୍ୟମନ୍ତ୍ରୀ ଏ ନେଇ ବୈଠକ କରିଛନ୍ତି । ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ ଓ କଳ୍ପନା ରୋଡରେ ଓଭରବ୍ରିଜ ନିର୍ମାଣ ହେବ । ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଗତବର୍ଷ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ପ୍ରାଥମିକ ଭାବେ ହାଇଡ୍ରୋଜେନ ବସ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ ରହିଛି । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା…
ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।୧୬ ବର୍ଷ ପରେ ଏଥର ମୌସୁମୀ ସଅଳ କେରଳ ଛୁଇଁବ। ୨୦୦୯ ମେ’୨୩ରେ କେରଳ ଛୁଇଁଥିଲା ସାଧାରଣତଃ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ। ମୌସୁମୀ ଜୁନ୍ ପ୍ରଥମ ସପ୍ତାହ କିମ୍ବା ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି। ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ପ୍ରାକ୍ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ। ଏ…
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ମୋଟ୍ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ ନାମରେ ୮୭.୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମାଓ ବିରୋଧୀ ଅପରେସନ ପରେ ଧିରେ ଧିରେ ଏବେ ଭୁଷୁଡିବାରେ ଲାଗିଛି ମାଓ ସଂଗଠନ । ଅନେକ ଟପ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ସରକାରଙ୍କ ତରଫରୁ ନୂତନ ଆତ୍ମସମର୍ପଣ ନିୟମ ଅନୁଯାୟୀ ପ୍ରତ୍ୟେକଙ୍କୁ 50 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ବିଜାପୁର SP କହିଛନ୍ତି ।ଚଳିତ ବର୍ଷ ବିଜାପୁର ଜିଲ୍ଲାରେ 277 ଜଣ ନକ୍ସଲ ଆତ୍ମସମର୍ପଣ କଲେଣି।
ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଏବଂ ହୋମଗାର୍ଡ। କେସ୍ ଡାଏରୀରୁ ନାଁ ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ପରେ ଏଏସ ଆଇ ତୁଷାରକାନ୍ତ ରହୁଥିବା ଘରେ ଖୋଳତାଡ଼ ସହିତ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଚଳାଇଛି । ପୂର୍ବରୁ ଏଏସଆଇ ତୁଷାରକାନ୍ତ ନାୟକଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ତେବେ ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିପାରେ । ତେବେ ଓଡ଼ିଶାକୁ ନାହିଁ ବାତ୍ୟା…
ସୁନ୍ଦରଗଡ଼ ଜିଲାର ହେମଗିର ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଏବଂ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଭିଜିଲାନ୍ସ ପକ୍ଷରୁ ଏକ ଏସ୍ଆଇଟି ଗଠନ କରାଯାଇଛି। ଏହି ଖଣିଗୁଡ଼ିକ ଗୋପାଳପୁର, ରତ୍ନସୋରା ଏବଂ ଭୋଗରାକଚର ଗାଁରେ ଅଛି । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିଲା ଯାହାର ପର୍ଦ୍ଦାଫାସ ହୋଇଥିଲଲ । ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀମାନଙ୍କ ସହ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି କୋଇଡା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ…
ଆଜିଠୁ +୨ ନାମଲେଖା ଆବେଦନ। ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ତେବେ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ।SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ ।www.samsodisha.gov.in ରେ କରିବେ ଆବେଦନ । ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟ । ୮ରୁ ୧୪ ଜୁଲାଇ ମଧ୍ୟରେ ନାମଲେଖା ହେବ । ୨୪ ଜୁଲାଇରେ ପାଠ ପଢା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୨୪ରୁ ୱେବ୍ସାଇଟରେ କମନ୍ ଆପ୍ଲିକେଶନ ଫର୍ମ (ସିଏଏଫ୍) ଉପଲବ୍ଧ ହେବ।









