Author: sanitelevision

ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଅଜଗର ସାପର ଓଜନ ପ୍ରାୟ ୮ କେଜି ରହିଛି । ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଯିବା ନେଇ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି।ଗତ ୨୫ ତାରିଖ ସନ୍ଧ୍ୟା ବେଳେ ସାପ ଉଦ୍ଧାର ସ୍ଥାନରୁ ପ୍ରାୟ ୫ କିମି ଦୂରରେ ନିମିଧା ଆସ୍ ପଣ୍ଡ ନିକଟରେ ମାଟିରେ ଗାତ କରି ଉଭୟ ଅଣ୍ଡା ଏବଂ ୧୦ ଫୁଟ ଲମ୍ବର ଅଜଗର ସାପକୁ ଛାଡ଼ି ଦେଇଥିଲେ। ତେବେ ଅଜଗର ସାପ ଅଣ୍ଡା ଦେବା ପରେ ଫୁଟିବା ପର୍ଯ୍ୟନ୍ତ ପ୍ରାୟ ୭୦-୮୦ ଦିନ ଯାଏଁ ଜଗି ରହିଥାଏ । ଖାଲି ସେତିକି ନୁହେଁ, ସାପ ନିଜେ ଖୋଜି ଖୋଜି ଏମିତି…

Read More

ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ଏକ ଟ୍ରପ ଲାଇନ୍‌ ମଧ୍ୟ ସକ୍ରିୟ ହୋଇପାରେ। ଫଳରେ ୨୭ ତାରିଖରୁ ୩୦ ତାରିଖ ଯାଏ ୪ଦିନ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ ୬୪.୨ମିମି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୬୨, ବରଗଡ଼ ଜିଲ୍ଲା ବରପାଲ୍ଲିରେ ୫୨, ରାୟଗଡ଼ା ଜିଲ୍ଲା କୋଲନରାରେ ୪୯.୪, ପୁରୀ ଜିଲ୍ଲା କାକଟପୁରରେ ୪୩, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୩୭, ଜଗତସିଂହପୁର ଜିଲ୍ଲା ପାରାଦୀପରେ ୩୫.୪, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ୩୪, ରାୟଗଡ଼ାରେ ୩୩.୪, ଜଗତସିଂହପୁର ବାଲିକୁଦାରେ ୩୦ମିମି ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାୟଗଡ଼ାରେ ୪୭.୬ ମିମି, ପାରଳାଖେମୁଣ୍ଡିରେ ୨୮,…

Read More

ପ୍ରଥମ ଥର ପାଇଁ ଦୀଘା ପ୍ରସଙ୍ଗରେ ମୁହଁ ଖୋଳିଛନ୍ତି ଗଜପତି । ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦୀଘା ଜଗନ୍ନାଥ ଧାମକୁ ନେଇ ରଖିଲେ ପ୍ରତିକ୍ରିୟା ।ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୋଧୀ।କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଦୀଘା ଜଗନ୍ନାଥ ମନ୍ଦିର ଏବଂ ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ ।ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି।ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ତେଣୁ କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ…

Read More

ସମୁଦ୍ରରେ ବଡ଼ ଅଘଟଣ। ବୁଡିଗଲେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ ସେମାନେ ରବର ଫ୍ଲୋଟ୍ ବ୍ୟବହାର କରିଥିଲେ।ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ସମୟରେ ପୁରୀ ଲାଇଟ ହାଉସ ନିକଟ ବେଳାଭୂମି ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ସ୍ପିଡ ବୋଟରେ ପର୍ଯ୍ୟଟକଙ୍କୁ ବସାଇ ୱାଟର ସ୍ପୋର୍ଟସ ଆକ୍ଟିଭିଟି କରିବା ବେଳେ ସ୍ପିଡ ବୋଟ୍‌ଟି ହଠାତ୍‌ ଓଲଟି ପଡିଥିଲା । ବୋଟରେ ଥିବା ପର୍ଯ୍ୟଟକ ବୋଟ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ । ତେବେ ସେଠାରେ ଥିବା ଘରୋଇ ଲାଇଫ୍‌ଗାର୍ଡ…

Read More

ରଥଯାତ୍ରା ଦେଖିବାକୁ ଆସିବେ ପ୍ରଧାନମନ୍ତ୍ରୀ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯାହା ବିଷୟରେ ଦିଲ୍ଲୀରୁ ଫେରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

Read More

ମନ୍ଦିର ଭଳି ପବିତ୍ର ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ। ତାହା ପୁଣି କରିଛନ୍ତି ମନ୍ଦିରର ପୂଜକ। ଯିଏକି ସବୁବେଳେ ଧର୍ମ ଚର୍ଚ୍ଚା କରନ୍ତି।ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜମନକିରାର ମୁକ୍ତେଶ୍ବର ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ଭୋଗ ମଣ୍ଡପ ନିକଟ ବିଶ୍ରାମ ଘରେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ପୂଜକ ।ମନ୍ଦିରର ବିଶ୍ରାମ ଘରେ ନିଷ୍ପାପ ଝିଅଟିକୁ ପୂଜକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଏତଲା ଆଧାରରେ ପୂଜକକୁ ପୋଲିସ ଥାନାରେ ଅଟକ ରଖିଛି।

Read More

ଜଗନ୍ନାଥ ଧାମ ପୁରୀରେ ପର୍ଯ୍ୟଟକଙ୍କୁ ଅସଦାଚରଣ। ତାହା ପୁଣି ଜଣେ ନାବାଳିକା ଝିଅ ସହ। ହଁ ଶ୍ରୀମନ୍ଦିରକୁ ପରିବାର ସହ ଜଗା ଦର୍ଶନ କରିବାକୁ ଯାଇଥିଲେ ଜଣେ ନାବାଳିକା ଝିଅ। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ ପହଞ୍ଚି ଯୁକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହାପ୍ରଭୁଙ୍କ ଦର୍ଶନ ସାରି ନାବାଳିକା ଜଣକ ପରିବାର ଲୋକଙ୍କ ସହ ଫେରିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା।ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ସୂଚନା ମିଳିଛ।

Read More

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ, ଆସନ୍ତାକାଲି ୨୭ ମେରେ ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଅଛି। ଏହା ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ, ଯାହା ମୌସୁମୀକୁ ଆହୁରି ଶକ୍ତିଶାଳୀ କରିବ।ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ବାତ୍ୟା ସୃଷ୍ଚି ହେବା ନେଇ କୌଣସି ସୂଚନା ନଥିବା କହିଛି ପାଣିପାଗ ବିଭାଗ । ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଆଦି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବଜ୍ରପାତ ନେଇ ୧୫ଜିଲା କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ,…

Read More

ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଆଜି ମହାସତୀ ସାବିତ୍ରୀ ପତି ସତୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ…

Read More

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଏହି ଐତିହାସିକ ସଫଳତାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ତରଫରୁ ଯାଂଚ କରାଯାଇଛି । ଏହାସହ ଗିନିଜ ୱାର୍ଲଡ୍ ରେକର୍ଡସ ପକ୍ଷରୁ ଜାନୁଆରୀ ୨୦ ତାରିଖରେ ଏଲଆଇସି ନେଟୱର୍କର ଶ୍ରେଷ୍ଠ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ପ୍ରଦାନ କରିଛି । ଜାନୁଆରୀ ୨୦ ତାରିଖରେ ଦେଶବ୍ୟାପୀ ଏଲଆଇସି ତରଫରୁ ମୋଟ ୮ ଲକ୍ଷ ୮୮ ହଜାର ୧୦୭ ଟି ଜୀବନ ବୀମା ପଲିସି ବିକ୍ରି କରାଯାଇଛି । ଏଲଆଇସି ତରଫରୁ କୁହାଯାଇଛି କି, କମ୍ପାନିର ଇତିହାସରେ ୨୪ ଘଣ୍ଟା ଭିତରେ ଏହା ବିକ୍ରି ହୋଇଥିବା ସର୍ବାଧିକ ପଲିସି । ଏଲଆଇସିର ପରିଚାଳନା ନିର୍ଦେଶକ ତଥା ସିଇଓ ସିର୍ଦ୍ଧାର୍ଥ ମହାନ୍ତି ସମସ୍ତ ଏଜେଣ୍ଟକୁ ଅନୁରୋଧ କରି ଜାନୁୟାରୀ ୨୦ ମ୍ୟାଡ୍‌…

Read More