ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ ୩୧ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ତାଲିକା ପହଞ୍ଚିଛି । ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଏହି ଅବଧି ଭିତରେ କରି ନିଅନ୍ତୁ। ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ।ଆଗରୁ କେବଳ ଅଫଲାଇନରେ ଲୋକମାନେ କେବଳ ଆବେଦନ କରିପାରୁଥିବା ବେଳେ ଏବେ ନୂତନ ମୋବାଇଲ ଆପ୍ ଲଞ୍ଚ ହେବା ପରେ, ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍ରେ ମଧ୍ୟ ଆବେଦନ କରିପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ମୋବାଇଲ ଆପ୍ରେ ନାମ ’ଆବାସ ପ୍ଲସ 2024’। ଏହି ଆପ୍ ବ୍ୟବହାର କରି, ଆପଣ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣଙ୍କ ଘର ପାଇଁ ସହଜରେ ଆବେଦନ କରିପାରିବେ।
Author: sanitelevision
ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତରର । ଦୀର୍ଘ ୩ରୁ ୪ବର୍ଷ ହେଲା ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଗାନ୍ଧି ଛକ ନିକଟରେ ଏକ ଘରୋଇ କ୍ଲିନିକ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି ।ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ ସରକାର। ତାଙ୍କୁ ଆର୍ଯ୍ୟପଲି ସାମୁଦ୍ରିକ ଥାନା ପୋଲିସ ଗିରଫ କରି କ୍ଲିନିକରୁ ବିଭିନ୍ନ ଔଷଧ ଏବଂ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର କିମ୍ବା ଲାଇସେନ୍ସ ନଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଗକୁ ଲାଇସେନ୍ସ କରିବେ ବୋଲି କହିଛନ୍ତି । ଏପରିକି ସେ ଏଠାକାର ସ୍ଥାନୀୟ ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ମଧ୍ୟ କରିଦେଇଛନ୍ତି । ସୋମବାର ଗାଁରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏପରିକି ରୋଗ ବ୍ୟାପୁଥିବା ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷେ…
ସବୁ ଯୋଜନାରୁ ବାଦ୍ ପଡ଼ିଥିଲେ ମଧ୍ୟ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର। ଏପରି ସୂଚନା ଦେଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ବି ତାଲିକା ପ୍ରସ୍ତୁତି ଚାଲିଛି। ୨ ମାସ ଭିତରେ ଏହି ସବୁ ପ୍ରକ୍ରିୟା ଶେଷ ହବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସୂଚନା ଥାଉକି ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ଏଥିପାଇଁ ଅନଲାଇନ ଆବେଦନ କରିପାରିବେ।ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ମଧ୍ୟ ଆବଦନ କରିହେବ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା ରହିଛି ।୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପବନର ବେଗ ୪୫ କି.ମି ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଉ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା । ଏହାର ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ।
ଜୟପୁରର ସାଙ୍ଗାନେର ସଦର ଥାନା ଅନ୍ତର୍ଗତ ସୀତାପୁରାର ଅଳଙ୍କାର ବଜାରରେ ବିଳମ୍ବିତ ରାତିରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାରେ ଏକ ଅଳଙ୍କାର କାରଖାନାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାକୁ ଯାଇ 8ଜଣ ଶ୍ରମିକଙ୍କ ମଧ୍ୟରୁ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ 4 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ବାହାରକୁ ଆସିଥିବାବେଳେ ଅନ୍ୟ ଦୁଇଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି ସୀତାରପୁର ଅଞ୍ଚଳରେ ଥିବା ଅଚଳ ଜେମ୍ସ କମ୍ପାନୀ ପରିସରରେ ଘଟିଛି। ସୂଚନା ଅନୁସାରେ, ଗହଣା ତିଆରି କାରଖାନାରେ ଗହଣା ତିଆରି ସମୟରେ ସୁନା କଣିକାଗୁଡ଼ିକ ପାଣି ସହିତ ସେପ୍ଟିକ ଟାଙ୍କିକୁ ଚାଲିଯାଇଥାଏ। ପ୍ରତି ଦୁଇମାସରେ ଏହି ଟାଙ୍କି ସଫା କରାଯାଇଥାଏ। ଟାଙ୍କିରୁ ରସାୟନଯୁକ୍ତ ପାଣିକୁ ବାହାର କରାଯିବା ପରେ ସେଥିରୁ ସୁନାକୁ ଛାଣି ବାହାର କରାଯାଏ।ସମାନ ଉଦ୍ଦେଶ୍ୟରେ ଶ୍ରମିକମାନଙ୍କୁ ଟାଙ୍କି ଭିତରକୁ ପଠାଯାଇଥିଲା। କିନ୍ତୁ ଟାଙ୍କିରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ, ଜଣେ ପରେ…
ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି।ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅଜିତ ଡୋଭାଲ ଋତୁକାଳୀନ ଫ୍ଲୁ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁ ବୈଠକରେ ଯୋଗ ଦେଇପାରିବେ ନାହିଁ। ସେ କହିଛନ୍ତି ଯେ NSA ଶୀଘ୍ର ରଣନୈତିକ ଏବଂ ସୁରକ୍ଷା ପ୍ରସଙ୍ଗରେ ରୁଷିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଅପେକ୍ଷା କରୁଛି। ଏନଏସଏ ଡୋଭାଲଙ୍କୁ ବର୍ତ୍ତମାନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏହି କାରଣରୁ ସେ ମସ୍କୋ ଯାଉନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ଅବସ୍ଥା ବର୍ତ୍ତମାନ ଠିକ ଅଛି। ସେ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ତାର ସ୍ଵାମୀ। ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା । ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ । ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ । ଦୀର୍ଘ ସମୟ ଧରି ଅନ୍ଧାର ରାସ୍ତାରେ ପଡି ରହିଥିବା ବେଳେ ଅବସ୍ଥା ଗୁରୁତର ହୋଇଥିଲା । ପରେ ଦରିପାଳ ଗାଁର ସୁମିତ୍ରା ପାଏକ ତାଙ୍କୁ ନିଜ ଘରେ ରଖିବା ସହ ଆମ୍ବୁଲାନ୍ସରେ ହସ୍ପିଟାଲରେ ନେଇଥିଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ସ୍ବାମୀକୁ ଆଣି ମେଡିକାଲ ପହଂଚାଇଛନ୍ତି ଦରିପାଳ ଗ୍ରାମବାସୀ ।
କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବେ । ଏହି ଅଭିଯାନ ସାଖିଗୋପାଳର ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଶୁଭାରମ୍ଭ ହେବ। ଏହା ସହିତ, କୃଷି ରଥକୁ ପତାକା ଦେଖାଇ ଶୁଭାରମ୍ଭ…
ଆଜିଠୁ ୭ ଦିନ ପର୍ଯ୍ୟନ୍ତ ବାଜା, ତୁରି, ମହୁରି ଶଙ୍ଖନାଦରେ କମ୍ପିବ ସହର । ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ସାମିଲ ହେବେ ମାନବ, ଦାନଵ, ଦେବତା, ଅସୁର, ଭୁତ, କିନ୍ନର, ଗନ୍ଧର୍ବ ଆଦି ସମସ୍ତେ । ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ । ଆଜି ଠୁ ଆରମ୍ବ ହେଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର “ବମ ବରାଡ଼ ବାଲୁଙ୍କେଶ୍ୱର ବାବା” ଶୀତଳ ଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ନୀତି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ବାଲୁଙ୍କେଶ୍ୱର ମହାଦେବ ମନ୍ଦିରରେ ବାବାଙ୍କ ଵିଧି ପୂର୍ବକ ପୂଜାର୍ଚ୍ଚନା ପରେ ସପ୍ତଋଷି, ବରପିତା ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣ ରେ ବାହାରିବେ । ବରପିତା…
ଦକ୍ଷିଣ ପଶ୍ଚିମ ମୌସୁମୀ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଛି । ଏଥିସହିତ ବିଗତ ୭୫ ବର୍ଷ ମଧ୍ୟରେ ମୁମ୍ବାଇକୁ ସବୁଠୁ ସଅଳ ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରୁ ଭୋର୍ରୁ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି…









