Author: sanitelevision

କଟକରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣା ପଡିଛି । ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ ଟେଷ୍ଟ୍‌ କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଜେଏନ୍‌ ଡଟ୍‌ ୱାନ୍‌ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ମେ ୨୦ ତାରିଖରେ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି ।

Read More

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ ଆରମ୍ଭ ହୋଇଛି ||| ଏହା ଜୁନ୍‌ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ।ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍‌ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍‌ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ ସୁଦ୍ଧା ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ସହ ଯୁକ୍ତ ୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।

Read More

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗୁରୁବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇଥିବାବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ…

Read More

କିଛି ଲୋକଙ୍କୁ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଯେମିତି ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି କୁହାଯାଇଥାଏ। ଏହି ଗଣ୍ଠି ମଧ୍ୟରେ କାର୍ବନ ଡ଼ାଇ ଆକ୍ସସାଇଡ଼ ରହିଥାଏ ଯାହା ଗଣ୍ଠିମଧ୍ୟରେ ଗ୍ରୀସ୍ ବା ତୈଳ ପଦାର୍ଥ ଭାବେ କାମ କରିଥାଏ। ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଦ୍ରବ୍ୟ ଶେଷ ହୋଇଯାଇଥାଏ।ଯଦି ଆପଣଙ୍କର ଅଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି ତେବେ ଯେତେ ଶୀଘ୍ର ପାରୁଛନ୍ତି ବଦଳିବାକୁ ଚେଷ୍ଟା କରନ୍ତୁ ।

Read More

ଦୁଇ ଦିନ ପରେ ନେଇଥାନ୍ତେ ଅବସର । ସରିଥିଲା ରିଟାୟରମେଣ୍ଟ ପ୍ଲାନିଂ । ହେଲେ ଠିକ୍ ପୂର୍ବରୁ ମାଡିବସିଲା ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଯାଇଛି ହୋସ୍ ।। ତାଙ୍କ ବିରୁଦ୍ଧରେ ତାଙ୍କର ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଢେଙ୍କାନାଳ ଦୁର୍ନୀତି ନିବାରଣ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଏକ ଦଳ ଅନୁଗୁଳ ଜିଲାର ଚାରିଟି ସ୍ଥାନରେ ଚଢ଼ାଉ କରିଛି, ଯେଉଁଥିରେ ଷଡ଼ଙ୍ଗୀଙ୍କର କରଡ଼ଗଡ଼ିଆସ୍ଥିତ ବାସଭବନ ମଧ୍ୟ ଅନ୍ତର୍ଭୁକ୍ତ। ଅନୁଗୁଳ ଜିଲାର ଲେକେଇପାସୀ, ମାଟିୟାସାହି ଏବଂ ଶିକ୍ଷାକପଡ଼ା ଅଞ୍ଚଳରେ ଏହି ତଦନ୍ତ କାର୍ଯ୍ୟ ଚାଲିଛି। ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଆସିଥିବା ଅଧିକାରୀମାନେ ଏହି ଅପରେସନରେ…

Read More

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ । ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ । ଉଭୟ ଜଣେ ଠିକାଦାରଙ୍କ ୪ଟି କାମର ବିଲ୍‌ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଫୋନ୍‌ ପେ’ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯାହା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ଉଭୟଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଜାରି ରହିଛି ।ପ୍ରତ୍ୟେକ ଅଭିଯୁକ୍ତଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନଂ.୫/୨୦୨୫, ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜୀକୃତ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି

Read More

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି ।କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧିନ ସିଂ ଦେବ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଛନ୍ତି। ଏବେ ଓଡ଼ିଶାର କୋରାପୁଟର ଚାଉଳ ବିଶ୍ୱ ବଜାରରେ ପହଞ୍ଚିବ ।କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ଚାଷୀ ହେଉଛି ଏହାର ଆତ୍ମା। ଯେତେବେଳେ ଜଣେ ଚାଷୀ କ୍ଷେତରେ ବିହନ ବୁଣେ, ସେ କେବଳ ବିହନ ବୁଣେ ନାହିଁ, ସେ ଜୀବନ ବୁଣେ।ଏଭଳି ଚାଉଳ ବିଶ୍ୱରେ କେଉଁଠାରେ ନାହିଁ । ସେ ଆହୁରି କହିଛନ୍ତି ଯେ, ”ଭାରତ ଚଳିତ ବର୍ଷ ୩୫୩୯.୫୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ…

Read More

ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । କେରଳରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟକୁ କୋଭିଡ୍ ବ୍ୟାପି ଚାଲିଛି। ଏ ସମ୍ପର୍କରେ, ରାଜ୍ୟ ସରକାର ଗୁଡ଼ିକ ହସ୍ପିଟାଲ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।JN.1 ହେଉଛି ଓମିକ୍ରନର BA.2.86 ର ଏକ ଷ୍ଟ୍ରେନ । ଏହାକୁ ପିରୋଲା ମଧ୍ୟ କୁହାଯାଏ । ଏଥିରେ ପ୍ରାୟ ୩୦ଟି ମ୍ୟୁଟେସନ୍ ଅଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ କରୋନାର ବର୍ଦ୍ଧିତ ନୂତନ ମାମଲା ସମ୍ପର୍କରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, କରୋନା ଭାଇରସର ନୂତନ ପ୍ରକାର JN.1 ସମଗ୍ର ବିଶ୍ୱରେ ସର୍ବାଧିକ। ଏହି ପ୍ରକାରରେ କିଛି…

Read More

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁଦାନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶୀତଳ ଷଷ୍ଠୀ ଭବ୍ୟ କରିବାକୁ ସରକାର ଯୋଜନା ରଖିଛନ୍ତି । ଚଳିତ ବର୍ଷ ଶୀତଳ ଷଷ୍ଠୀ ଜୁନ୍ ୧ ତାରିଖରେ ପଡ଼ୁଛି । ସାରା ରାଜ୍ୟରେ ଶୀତଳ ଷଷ୍ଠୀ ଧୁମଧାମରେ ପାଳନ କରାଯାଏ ।ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, ଶୀତଳ ଷଷ୍ଠୀ ଯାତ୍ରା’ ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା…

Read More

ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ ।କୁଞ୍ଜମ ପାଖରୁ ଏକେ-୪୭ ସମେତ ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କେଜି ଗନ ପାଉଡର ଜବତ କରାଯାଇଛି । ଜବତ କରିଛି ପୋଲିସ ।କୁଞ୍ଜମ ହିଡ୍‌ମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଏହି ଘଟଣରେ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା।

Read More