Author: sanitelevision

ଜଳବାୟୁ ପରିବର୍ତ୍ତନର ପ୍ରଭାବ । ମୌସୁମୀ ଛୁଇଁଲା ହେଲେ ନାହିଁ ବର୍ଷା । ୧୪ ଦିନ ଯାଏ ଲାଗି ରହିପାରେ ଏପରି ସ୍ଥିତି । କେରଳ ଉପକୂଳକୁ ମୌସୁମୀ ୨୪ ମଇରେ ଛୁଇଁଥିଲା । ଏହାର ୪ ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା ମୌସୁମୀ । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ ।

Read More

ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଘରୁ ବାହାରିଲା ୧୫ କୋଟିରୁ ଅଧିକ ଟଙ୍କା, ୭ ଦାମୀ ପ୍ଲଟ୍, ୨ ଫ୍ଲାଟ୍ ସହିତ ୧୨ଶହ ଗ୍ରାମ୍ ସୁନା ।ଦେଢ କୋଟିର ବ୍ୟାଙ୍କ ଡିପୋଜିଟ୍‌, ୧ କେଜିରୁ ଅଧିକ ସୁନାଗହଣା ଜବତ ହୋଇଛି । ଏହାସହ ମ୍ୟୁଚୁଆଲ୍‌ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ ଓ ୧୫ଟି ଦାମୀ ହାତ ଘଣ୍ଟା ମଧ୍ୟ ମିଳିଛି । ବୈକୁଣ୍ଠ ୧୯୯୧ ସେପ୍ଟେମ୍ବର ୩୦ରେ ପଞ୍ଚାୟତିରାଜ ବିଭାଗରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ମାସିକ ଦରମା ଥିଲା ୨ହଜାର ଟଙ୍କା। ପରେ ସେ ବିଭିନ୍ନ ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜାନୁଆରୀରେ ବୈକୁଣ୍ଠ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ବେଳେ ୨୦୨୫ ଜାନୁଆରୀରୁ ସେ ମୁଖ୍ୟଯନ୍ତ୍ରୀ ଭାବେ କାମ କରୁଥିଲେ।…

Read More

ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ! ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ବଦଳିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ବଡ଼ ସୂଚନା । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ମାଷ୍ଟରକ୍ୟାଣ୍ଟିନ୍‌ ସହିତ ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ମଧ୍ୟ ନାମ ପରିବର୍ତ୍ତନ କରାଯିବ। ଏନେଇ ଉପରସ୍ତରରେ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ। ଯଦି ନାଁ ପରିବର୍ତ୍ତନ ହେବ ତେବେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ହେବ ନା ଆଉ କାହା ନାଁରେ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।

Read More

ପୁଣି ଉପରମୁହାଁ କରୋନା। ଭାରତରେ ସକ୍ରିୟ କରୋନା ଭାଇରସ୍ ମାମଲା ୨୭୧୦ ରେ ପହଞ୍ଚିଛି। ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୧୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। ଏହା ମଧ୍ୟରୁ ସବୁଠୁ ଅଧିକ କେରଳରେ ସଂକ୍ରମଣ ଚିହ୍ନଟ ହୋଇଛି।ଏହି ସମୟରେ, ରାଜଧାନୀ ଦିଲ୍ଲୀରେ ପ୍ରଥମ ମୁଣ୍ଡ କରୋନା ନେଇଛି । ଏଠାରେ ଜଣେ ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।ଦିଲ୍ଲୀରେ ଗୋଟିଏ ଦିନରେ ୫୬ଟି ନୂତନ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କେରଳରେ ୧,୧୪୭ଟି ମାମଲା, ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪, ଏବଂ ଗୁଜରାଟରେ ୨୨୩ଟି ମାମଲା ରେକର୍ଡ ହୋଇଛି । ତାମିଲନାଡୁରେ ମୋଟ ୧୪୮ଟି ମାମଲା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୪୮ ଓ ୧୧୬ଟି ମାମଲା ରିପୋର୍ଟ ହୋଇଛି । ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭ ଜଣ ମୃତ୍ୟୁବରଣ କରିଛନ୍ତି।

Read More

ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ତେବେ ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ। ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଗତ ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ। ଆମ ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଣିକି ଆଉ ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ। ଏଥିପାଇଁ ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି।

Read More

ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ମହାଦେବ ସାଜିବେ ବର । ମାତା ପାର୍ବତୀ ସାଜିବେ କନିଆ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ । ତେବେ ସମ୍ବଲପୁର ଶୀତଳ ଷଷ୍ଠୀ ପର୍ବରେ ଶେଷ ହୋଇଛି ଦେବ ନିମନ୍ତ୍ରଣ । ମହାଦେବଙ୍କ ବିବାହରେ ସାମିଲ ହେବା ପାଇଁ ଗୁଆ ଅରୁଆ ଚାଉଳ ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ ଦେବ ଦେବ ମହାଦେବ । ନନ୍ଦପଡାରେ ନୃସିଂହ ମହାପ୍ରଭୁ ଦେବ ନିମନ୍ତ୍ରଣ ପାଇଁ ବାହାରିଥିବାବେଳେ ଝାଡୁଆପଡାରେ ହନୁମାନ ଓ ଅନ୍ୟ ପୁଜାମଣ୍ଡପରେ କୃଷ୍ଣ ମହାପ୍ରଭୁ ଦେବନିମନ୍ତ୍ରଣ କରିଛନ୍ତି ।

Read More

ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ । ବ୍ରହ୍ମପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ।ବ୍ରହ୍ମପୁର ଧର୍ମନଗରରେ ରହିଛି 2 BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ରହିଛି । ଏହା ସହ ଭୁବନେଶ୍ବର ସହିଦ ନଗରରେ 3 BHK ଫ୍ଲାଟ ଉପରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି ୩ଜଣ DSP ଏବଂ ୭ଜଣ ଇନ୍ସପେକ୍ଟର ।ସେହିପରି ଗତକାଲି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଜବତ ହୋଇଥିଲା କୋଟି କୋଟି ଟଙ୍କା । ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ…

Read More

ଉତ୍ତରପ୍ରଦେଶର ବିସାଲପୁର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ଏହି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ପିଲିଭିତ ପ୍ରାଶାସନିକ ଅଧିକାରୀଙ୍କ ନାଁରେ । ଖବର କାଗଜ ସାମ୍ବାଦିକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା ପ୍ରଶାସନ, ଏ ନେଇ ଲାଇଭ୍‌ ଭିଡିଓରେ କହିଛନ୍ତି ଇସରାର । ସାମ୍ବାଦିକ ଇସରାର ହୁସେନ୍‌ ଓ ତାଙ୍କ ପତ୍ନୀ ମିରାଜ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ସବୁ କଥା ବଖାଣିଥିଲେ ସାମ୍ବାଦିକ ଜଣକ । ଭିଡିଓରେ ଇସରାର ଏବଂ ତାଙ୍କ ପତ୍ନୀ ବରଖେଡା ନଗର ପଞ୍ଚାୟତର ଅଧିକାରୀ ବିସାଲପୁର ଏସଡିଏମ୍ ନଗେନ୍ଦ୍ର ପାଣ୍ଡେ ଏବଂ ଠିକାଦାର ମୋଇନ ହୁସେନଙ୍କ…

Read More

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ପ୍ରଭାବୀ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି । ଦେଶରେ ତମ୍ବାଖୁ ମୃତ୍ୟୁ ବଢିଚାଲୁଛି । ଯୁବପିଢୀଙ୍କୁ ଏଥିରୁ ନିବୃତ ରଖିବାକୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତମ୍ବାଖୁ ସେବନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଦର୍ଶାଇ ବାଲୁକା କଳାରେ ସଚେତନ କରିଛନ୍ତି । ଏହାକୁ…

Read More

ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ। ରେଗୁଲାର ବସ ସହ ଅନ୍ୟ ବସ ଗୁଡିକୁ ସ୍ୱତନ୍ତ୍ର ପରମିଟ ଦିଆଯିବ । ଏହିପରି ପୁରୀକୁ ସାରା ରାଜ୍ୟରୁ ଗଡିବ ବସ। ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ୧୦୦୦ ବସ୍ ନିୟୋଜିତ ହେବେ । ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି । ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି ।ତେବେ ତଲବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ୧୦ ଟଙ୍କାରେ ଖାଦ୍ୟ…

Read More