Author: sanitelevision

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ବୃଦ୍ଧି, ଏଆଇ ମିଶନ, ଜଗତସିଂହପୁର JSWର ଜେଟି ନିର୍ମାଣ, ଓଡ଼ିଶା ଚକ୍ଷୁ ସେବା ପାଇଁ ପାଇଁ ପଦବୀ ସୃଷ୍ଟି ଆଦି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ କୁମାର ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ସରକାର ଓଡିଶା ବେସାମରିକ ସେବା (ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି। ସରକାରଙ୍କ…

Read More

ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ସୂଚନାମୁତାବକ ଜମିବାଡି ବିବାଦର ବନ୍ଦୋବସ୍ତ ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା । ଖବର ପାଇଁ ଭିଜିଲାନ୍ସ ଟିମ୍‍ ତାଙ୍କୁ ଧରିଥିଲା । ଏପରିକି ପ୍ରତ୍ୟେକ ମାମଲାର ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମଧ୍ୟ ଦାବି କରିଥିଲେ। ତେବେ ଆରଆଇଙ୍କ ପକ୍ଷରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ବିଷ୍ଣୁ ବଲ୍ଲଭ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।ଅଭିଯୋଗକାରୀ ଜଣକ ଆରଆଇ ବେହେରାଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ଅଭିଯୋଗ କରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ।

Read More

ବିଜେଡ଼ି ସରକାରରୁ ଯିବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡିର ପ୍ରାଥିମକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୦୩ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ପୂର୍ବରୁବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ।ବିଜେଡି ଛାଡିବା ପରେ ପ୍ରୟାସକାନ୍ତି କହିଛନ୍ତି, କୌଣସି ଦଳରେ ନ ରହି ଲୋକଙ୍କ ସେବା ଜାରି ରହିବ । ବର୍ତ୍ତମାନ ପାଇଁ ଅନ୍ୟ ପାର୍ଟିକୁ ଯିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ । କିନ୍ତୁ ସମୟ କହିବ କେଉଁ ଦଳକୁ ଯିବି । ମୋର କମ୍ ବୟସରେ ବିଜେଡି ମୋତେ ସୁଯୋଗ ଦେଇଛି । ବାପା ଓ…

Read More

ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ। କହିଛନ୍ତି କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ବ୍ୟସ୍ତ ହେବାର କାରଣ ନାହିଁ। ଯଦି କେଉଁଠି ରିପୋର୍ଟ ଆସେ RTPCR କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର ସବ୍ ଭାରିଆଣ୍ଟ JN 1 ଚିହ୍ନଟ ହୋଇଛି । ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡ ଲାଇନ୍ ଆସିନି ।

Read More

ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି। ବୁଧବାର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଖରିଫ୍ ଋତୁ ପୂର୍ବରୁ ଧାନ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ୭ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଏହାସହ କୃଷକଙ୍କୁ ସ୍ୱଳ୍ପ ସୂଧହାରରେ ଋଣ ଯୋଗାଇବାକୁ ସରକାର ସୂଧ ସହାୟତା ଯୋଜନା ଘୋଷଣା କରିଛନ୍ତି । କେବଳ ଧାନ ନୁହେଁ କେନ୍ଦ୍ର ସରକାର ମାଣ୍ଡିଆ କୁଇଣ୍ଟାଲ ଉପରେ ୫୯୬ ଟଙ୍କା, ହରଡ଼ ଡାଲି କୁଇଣ୍ଟାଲ ଉପରେ ୪୫୦ ଟଙ୍କା ମଧ୍ୟ ବୃଦ୍ଧି କରିଛନ୍ତି । ସେହିଭଳି କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି। କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି…

Read More

କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନ୍‌ଚ୍ୟୁତ ହୋଇଛି । କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ଏହା ଫଳରେ ସେହି ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା । ଟ୍ରେନଟି ଟ୍ରାକରେ ଅଟକି ରହିଥିବାବେଳେ ସେ ଧାରଣା ଦେଇ ଯିବାକୁ ଥିବା ଟ୍ରେନର ରୁଟ୍ ବଦଳାଇ ଦିଆଯାଇଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ ଟ୍ରେନଟିକୁ ହଟାଇବାର ପ୍ରୟାସ ଆରମ୍ଭ କରିଛନ୍ତି ।

Read More

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତତ୍‌କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ।ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ, ଯାହା କି ତଦନ୍ତ ବେଳେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଥିଲା । ଯେଉଁଥି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ଫୋରେନସିକ୍‍ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍‍ ପ୍ରମାଣ ତଥ୍ୟ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍‍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍‍ ହୋଇଥିଲା । ଅନ୍ୟପଟେ ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ…

Read More

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ । ଆଗାମୀ ଦୁଇ ଦିନରେ ମୌସୁମୀ ଉତ୍ତର-ପୂର୍ବ ରାଜ୍ୟ ଛୁଇଁବ । ତେବେ ଗତବର୍ଷ ଜୁନ୍ ୮ ରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ ।ଏପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ୩୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ମଧ୍ୟ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୫ ଜିଲ୍ଲାକୁ ଅରେଞ୍ଜ…

Read More

ପୁଣି ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଥିବା ବେଳେ ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ବୁଧବାର ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । କରୋନାକୁ ନେଇ ସ୍ଥିତି ଉପରେ ନଜର ରଖାଯିବା ସହ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ସେମାନଙ୍କ ମଧ୍ୟରୁ ଲକ୍ଷଣଯୁକ୍ତ ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍‌ ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆଣ୍ଟିଜେନ୍ କିଟ୍‌କୁ RMRCକୁ ପଠାଯାଇଛି । କାରଣ ଆଣ୍ଟିଜେନ କିଟ୍ କେତେଦୂର କାମ କରୁଛି ତାହା ସ୍ପଷ୍ଟ ହୋଇପାରିବ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ…

Read More

ମାସିକ ଋତୁସ୍ରାବ ବା ପିରିୟଡ୍‌ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ ଓ ସଙ୍କୋଚ ରହିଛି । ଏପରିକି ଅନେକ କ୍ଷେତ୍ରରେ ସେମାନେ ନିଜ ଘରେ ବିଭିନ୍ନ ବାସନ୍ଦର ଶିକାର ହେବା ସହ ସମାଜ ଓ କାର୍ଯ୍ୟକ୍ଷେତ୍ରରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି । ସ୍ବଚ୍ଛତା ଦିଗରେ ନିରନ୍ତର ପ୍ରୟାସ ଓ ପଦକ୍ଷେପ ପରେ ମହିଳାମାନେ ସଚେତନ ହେଲେଣି । ଧୀରେ ଧୀରେ କପଡ଼ା ଛାଡ଼ି ସାନିଟାରୀ ପ୍ୟାଡ୍‌ ଆପଣାଇଥିବା ବେଳେ ଏବେ ପୁନଃବ୍ୟବହାର ଉପଯୋଗୀ ପିରିୟଡ୍‌ ଉପକରଣ ବ୍ୟବହାର ଦିଗରେ ପ୍ରଯତ୍ନ ହେଉଛନ୍ତି । ତେଣୁ ପିରିୟଡ୍‌ ପ୍ୟାଣ୍ଟି, ମେନ୍‌ଷ୍ଟ୍ରୁଆଲ୍‌ କପ୍‌ ଭଳି ପରିବେଶ ଅନୁକୂଳ ଉପକରଣର ଚାହିଦା ବଢ଼ୁଛି । ବିଶେଷକରି ସହରୀ ମହିଳା ଓ ଯୁବତୀମାନେ ସାଧାରଣ ସାନିଟାରୀ ପ୍ୟାଡ୍‌ ବଦଳରେ ଏସବୁ ଆଧୁନିକ ତଥା ପରିବେଶ…

Read More