Author: sanitelevision

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହୋଇଛି।ଶନିବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଆଦି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ।

Read More

ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ ନାଁରେ ବଳି ଚଢ଼ାଇଦେଲା। ତାହା ପୁଣି ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଜ ପୁତୁରାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରିଦେଲା।ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାମୁତାବକ ୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝୀଙ୍କୁ ଗଛ କାଟିବା ପାଇଁ ଚାଷଜମିକୁ ଡାକି ଥିଲେ । ପୂର୍ବରୁ ସେଠି ଗୁଣି ଗାରେଡ଼ି କରି ଭଲ ଚାଷ ଅମଳ ପାଇଁ ପୂଜାପାଠ କରିଥିଲେ । ଧନସିଂ ଗଛ କାଟିବା ସମୟରେ ଚିନ୍ତାମଣି ପଛପଟୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ। ସେଠି ଘଟଣା ସ୍ଥଳରେ ଧନସିଂଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ମୃତ୍ୟୁ ହୋଇଥିଲା ।…

Read More

ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି ଏପରି ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ଜୁନ ୧୫ ରେ CBT ମୋଡରେ କରାଯିବ । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା । NEET PG ପରୀକ୍ଷାରେ ଯୋଗ ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଜୁନ୍ ୨ ତାରିଖରେ ପରୀକ୍ଷା ସିଟି ସ୍ଲିପ୍ ପ୍ରକାଶିତ ହେବ । ସିଟି ସ୍ଲିପ୍ ସରକାରୀ ୱେବସାଇଟରେ ପ୍ରକାଶିତ ହେବ ନାହିଁ । ଜାତୀୟ ମେଡିକାଲ୍ ପରୀକ୍ଷା ବୋର୍ଡ ପ୍ରାର୍ଥୀଙ୍କ ପଞ୍ଜିକୃତ ଇମେଲ୍ ଆଇଡିକୁ ସିଟି ସ୍ଲିପ୍ ପଠାଇବ, ଯାହାକୁ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ ।ଏଥିସହିତ ପରୀକ୍ଷା ତାରିଖର ପ୍ରାୟ ଚାରି ଦିନ…

Read More

ବାଙ୍କୋ ଅଞ୍ଚଳରୁ ୪ ଟନ୍ ବିସ୍ଫୋରକ ଲୁଟ ଘଟଣା । ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ଲୁଟ୍ ବିସ୍ଫୋରକରୁ ୭୦ % ଅଧିକ ମିଳିଛି । ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ତିରିଲପୋଷରୁ ମିଳିଲା ବିସ୍ଫୋରକ ।ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଆସୁଥିବା ବେଳେ ଗତ ୨୭ ତାରିଖ ଦିନ ଲୁଟ୍‌ ହୋଇଥିଲା। ଗାଡ଼ି ସହ ଲୁଟ୍‌ ହୋଇଥିବା ପ୍ରାୟ ୪ ଟନ୍‌ ବିସ୍ଫୋରକର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗାଡ଼ିକୁ ଅଜ୍ଞାତ ୩୦ରୁ ୪୦ ଜଣ ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଉଛି।

Read More

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଆରମ୍ଭ କରିଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି।ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ୍ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। କାହିଁକି ଓ କେଉଁ ପରିସ୍ଥିତିରେ ନବ ଦାସ୍ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ଶ୍ରୀ ଦେଓଙ୍କୁ ଫୋନ୍ କରିଥିଲା ସେନେଇ ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ। ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଆଉ କାହାକୁ ଜେରା କରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି।

Read More

ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ ଆଳୁ ଚାଷ ଏବଂ ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ରାଜ୍ୟରେ ଆଳୁର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ରାଜ୍ୟରେ ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍‌ ଟନ୍‍ରୁ ଅଧିକ ଆଳୁ ଆବଶ୍ୟକ ହେଉଛି। ହେଲେ ରାଜ୍ୟରେ ବାର୍ଷିକ ପ୍ରାୟ ୩ ଲକ୍ଷ ମେଟ୍ରିକ୍‌ ଟନ୍‍ ଆଳୁ ଉତ୍ପାଦିତ ହେଉଛି। ସଂରକ୍ଷଣ ଲାଗି ଶୀତଳଭଣ୍ଡାରର ଅଭାବ ରହିଥିବା ବେଳେ ଉତ୍ପାଦନ ବେଳେ ଚାଷୀଙ୍କଠାରୁ ଆଳୁ କିଣା ପାଇଁ ସରକାରୀ ବ୍ୟବସ୍ଥା ନାହିଁ। ଫଳରେ ରାଜ୍ୟର ଆଳୁ ଚାଷୀମାନେ ପଡ଼ୋଶୀ ରାଜ୍ୟର ବେପାରୀମାନଙ୍କୁ ଆଳୁ କ୍ବିଣ୍ଟାଲ ପିଛା ୪ରୁ ୫ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସାୟୀମାନେ ଓଡ଼ିଶାରୁ ସଂଗୃହୀତ ଆଳୁକୁ ସଂରକ୍ଷିତ ରଖି…

Read More

ଘରେ ପ୍ରି-ପେଡ୍ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ। ବିଦ୍ୟୁତ୍‌ ଉପଭୋକ୍ତାମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗାଇପାରିବେ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗ୍ରାହକଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ଲଗାଇବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ଲାଗିଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି ମିଟର୍ ସ୍ଥାପନ ଦିନଠାରୁ ୫ ବର୍ଷ ମଧ୍ୟରେ ବଦଳାଯିବ ନାହିଁ। ଘରେ ସ୍ମାର୍ଟ ମିଟର୍‌ ଲଗେଇବା ଦ୍ବାରା ଖାଲି ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସାମଗ୍ରିକ ଦକ୍ଷତା ଏବଂ କାର୍ଯ୍ୟକାରିତା ବୃଦ୍ଧି ହୁଏ ନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ପ୍ରକୃତରେ କେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ତା’ର ରିଅଲ-ଟାଇମ୍ ଶକ୍ତି ସଞ୍ଚୟ ମୂଲ୍ୟାଙ୍କନ କରିବାକୁ ସୁବିଧା ହୁଏ। ଯଦ୍ବାରା ସେମାନେ ବିଦ୍ୟୁତ୍ ବ୍ୟବହାରକୁ ନିୟନ୍ତ୍ରଣ…

Read More

ବିଚ୍ ବଜାରରେ ସ୍ତ୍ରୀକୁ ଛୁରି ଭୁସିଲା ସଇତାନ ସ୍ୱାମୀ ।ବାରିପଦା ସହର ଏମ୍ କେ ସି ହାଇସ୍କୁଲ ସମ୍ମୁଖ ରାସ୍ତାରେ କରିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସ୍ତ୍ରୀ କବିତା ଦିଗରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଛୁରା ମାଡ଼ ହୋଇଥିବା ଜଣା ପଡିଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ବାରିପଦା ଚିପଟ ଅସ୍ତିଆ ଅଞ୍ଚଳ ରବୀନ୍ଦ୍ର ଦିଗରକୁ ଅଟକ ରଖିଛି ପୋଲିସ ।

Read More

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ।ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ମାଡ଼ି ବସିଥିଲା ସିବିଆଇ। ଧରିବା ପରେ ତାଙ୍କୁ ରାତି ତମାମ ଜେରା କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ଭକ୍ତି ବେହେରା ନାମକ ଜଣେ ଦଲାଲ ମାଧ୍ୟମରେ ସେ ୨୦ ଲକ୍ଷ ଲାଞ୍ଚ ନେଉଥିଲେ। ତାଙ୍କ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କ କଂପାନୀ ଲିଙ୍କରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି…

Read More

ସିକିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଇତିଶ୍ରୀ ସମେତ ତାଙ୍କ ପରିବାରର ୪ ଜଣ ନିଖୋଜ ଅଛନ୍ତି । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଯିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ହଜାରେ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୯ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଗାଡ଼ି ଖସି ପଡ଼ିବାରୁ ଦୁଇ ଜଣ ଗଛରେ ଲାଖିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସିକିମ ପୁଲିସ, ଭାରତୀୟ ସେନା, ଭାରତ-ତୀବତୀୟ ସୀମା ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।

Read More