ରାଜ୍ୟ କ୍ୟାବିନେଟରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଏହି ନୀତି ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ବଜେଟରେ AI ନୀତି ପାଇଁ ବି ୨୦ କୋଟି ପ୍ରବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ଅର୍ଥ ବଢିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । AI ନୀତିରେ ନିଆଯିବାକୁ ଥିବା ପଦକ୍ଷେପ ଜରିଆରେ AI ଓଡ଼ିଆ ସର୍ଚ୍ଚ ଇଞ୍ଜିନ ଭାବେ କାମ କରିବ । ଏହା ଏକ ଓଡ଼ିଆ ସର୍ଚ୍ଚ ଇଂଜିନ ଭାବେ କାମ କରିବ । ଇନପୁଟ ଦେବାକୁ ଲୋକମାନଙ୍କୁ ନିଯୁକ୍ତି ମିଳିବ । ଏହାର ଅପବ୍ୟବହାର ବି ରୋକା ଯାଇ ପାରିବ ବୋଲି କହିଛନ୍ତି ଆଇ ଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । AI ନୀତି ଯୁବପିଢୀ, ସାଧାରଣ ଲୋକଙ୍କୁ…
Author: sanitelevision
ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର । ଧନୀକ ଶ୍ରେଣୀ ଲୋକ ଏଥିପାଇଁ ଆବେଦନ କରିପାରିବେ ନାହିଁ ।ପିପିପି ମୋଡରେ ଘର ତିଆରି କରିବାକୁ ସରକାରଙ୍କ ନିଷ୍ପତ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର କରାଯିବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଘର ତିଆରି କରିବେ ସରକାର । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର ।କୋପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇ ଅପ୍ କରିବେ ସରକାର । କୋପରେଟିଭ ବ୍ୟାଙ୍କ, ଘର…
ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୭୦ ଟଙ୍କାରେ ବିକ୍ରି ହେଉଛି।ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ଥିଲା।ଏଥିରେ ଆଜି ୪୦୦ ଟଙ୍କା କମିଛି। ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ହୋଇ ସୁନା ଦର ୮୮ ହଜାର ୯୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୪୦ ଟଙ୍କା ହ୍ରାସ ପାଇଛି। ଆଜି ଏହି ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୦୪୦ ଟଙ୍କାରେ ବିକ୍ରି ହେଉଛି।
ମଧ୍ୟପ୍ରଦେଶ ଚିତ୍ରକୂଟ ସ୍ଥିତ ତୁଳସୀ ପୀଠରେ ଦୀକ୍ଷା ନେଲେ ଭାରତୀୟ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଚିତ୍ରକୂଟ ତୁଳସୀ ପୀଠ ଆଶ୍ରମରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଠାରୁ ରାମ ମନ୍ତ୍ର ଦୀକ୍ଷା ନେଇଥିଲେ । ଏହି ସମୟରେ ରାମଭଦ୍ରଚାର୍ଯ୍ୟ ତାଙ୍କୁ ଦକ୍ଷିଣରେ ଥିବା ପିଓକେ ମାଗିଥିଲେ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ ପିଓକେ ମାଗିଥିଲେ ରାମଭଦ୍ରାଚାର୍ଯ୍ୟ । ଆଉ ମିଡିଆକୁ କହିଥିଲେ, ସେନା ମୁଖ୍ୟଙ୍କୁ ରାମ ଦୀକ୍ଷା ଦେବା ପରେ, ସେ ଗୌରବ ଅନୁଭବ କରୁଛନ୍ତି । ହେଲେ ଦକ୍ଷିଣାରେ କିନ୍ତୁ ସେ ପିଓକେ ମାଗିଛନ୍ତି । ପାକିସ୍ତାନ ଯଦି ଆଗାମୀ ଦିନରେ, କିଛି ବି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ତାକୁ ପାନେ ଦେବା ପାଇଁ ସେନା ମୁଖ୍ୟଙ୍କୁ ସେ ରାମ ଦୀକ୍ଷା ମନ୍ତ୍ର…
ଗାଡି ଚୋରି ହେବା କିଛି ନୂଆ ଘଟଣା ନୁହେଁ । ଯାହାର ଗାଡି ଚୋରି ହୋଇଥାଏ ସେ କେତେ ଯେ ଟେନସନ୍ ନିଏ ସେ ନିଜେ ହିଁ ଜାଣିଥାଏ । ହେଲେ ଏ ଗାଡି ଚୋରି କଥା ଶୁଣିଲେ ଆପଣ ହସି ହସି ଗଡି ଯିବେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏହି ଘଟଣା । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା । ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ହଠାତ ସ୍ବପ୍ନ ଦେଖିବା ଭଳି ହଜିବା ବାଇକ୍ ଯୁବକଙ୍କୁ ମିଳି ଯାଇଥିଲା ।ପାଖକୁ ଯାଇ ଦେଖିବା ବେଳକୁ ବାଇକ୍ ଭଲ ଅବସ୍ଥାରେ ଅଛି । ଆଉ ବାଇକ୍ ଉପରେ ଏକ ଚିଠି ରଖା ଯାଇଛି । ଚିଠିରେ ଲେଖା ହୋଇଛି “ସରି, ଏମିତି…
ରାଜ୍ୟ କାହାଣୀ (ଭୁବନେଶ୍ୱର )ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଆଜି ଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ କୌଣସି ପରିବର୍ତ୍ତନ କିମ୍ବା ତ୍ରୁଟି ଥିଲେ ଆବେଦନକାରୀ ୨୫ ତାରିଖରେ ସଂଶୋଧନ କରିପାରିବେ। ତେବେ ଏହିଦିନ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୩ରେ ଓକାକ୍ ପକ୍ଷରୁ ଆବେଦନକାରୀଙ୍କ ତଥ୍ୟ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ରେ ଦାଖଲ କରାଯିବ। ପରବର୍ତ୍ତୀ ସମୟରେ ଓଏସ୍ଏଚ୍ଇସି ପକ୍ଷରୁ ଆବେଦନକାରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଯାଞ୍ଚ କରାଯିବ।ସୂଚନା ମୁତାବକ, ରାଜ୍ୟରେ ପିଏଚଡି କରୁଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ସେମାନେ ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି…
ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ।ସୂଚନା ଅନୁସାରେ ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ ।ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓଡ଼ିଶାରେ ପାଣିପାଗକୁ ପ୍ରଭାବିତ କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ପାରାଦୀପରୁ ୧୨୦କିମି ଦୂରରେ ଅଛି ଅବପାତ। ଘନୀଭୂତ ହେଇ ଗଭୀର ଅବପାତରେ ପରିଣତ ହେବ। ତେବେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରିରହିଛି ବର୍ଷା । ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରିହୋଇଛି । କେନ୍ଦୁଝର, ଯାଜପୁର, ଜଗତ୍ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର,…
ଆମେରିକା ସରକାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ । ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିବା ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ ।ଟ୍ରମ୍ପ ପ୍ରଶାସନରେ ତାଙ୍କର ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟକାଳ ସମାପ୍ତ ହେବା ଘୋଷଣା କରିଛନ୍ତି ମସ୍କ। ଟ୍ରମ୍ପ ପ୍ରଶାସନରେ ସେ ସରକାରୀ ଦକ୍ଷତା ବିଭାଗ ସହ ଜଡ଼ିତ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଯଥା ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ମସ୍କଙ୍କ ଏହି ଇସ୍ତଫା ତାଙ୍କ ରାଜନୈତିକ ସକ୍ରିୟତାରୁ ଦୂରେଇ ରହି ନିଜ ବ୍ୟବସାୟ, ବିଶେଷତଃ ଟେସଲା ଉପରେ ଅଧିକ ଧ୍ୟାନ ଦେବାର ନିଷ୍ପତ୍ତିକୁ ସୂଚାଉଛି। ଟେସଲା ନିକଟରେ ୭୧ ପ୍ରତିଶତ ଲାଭରେ ହ୍ରାସ ଦେଖିଛି, ଯାହା ମସ୍କଙ୍କ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଥାଇପାରେ।
ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସଶକ୍ତିକରଣ(ଏସଏସଇପିଡି) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସହିତ ବିବାହ କରିଛନ୍ତି ସେମାନଙ୍କୁ ସାତ ଦିନ ମଧ୍ୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରନ୍ତୁ।ଦିବ୍ୟାଙ୍ଗ ଯୁବକ-ଯୁବତୀ ଏବେ ସାଧାରଣ ବ୍ୟକ୍ତି ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଆବେଦନକାରୀ ସହାୟତା ରାଶି ପାଇଁ ଅପେକ୍ଷାରତ ଥିବା ସମୀକ୍ଷା ବେଳେ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ସାମାଜିକ ସଦ୍ଭାବକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜଣେ ସାଧାରଣ ବ୍ୟକ୍ତି ଏବଂ ଜଣେ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରୁଛନ୍ତି। ତେବେ ଦମ୍ପତିଙ୍କୁ ସେମାନଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ସହିତ ଆର୍ଥିକ ପ୍ରୋତ୍ସାହନ ପାଇଁ ଆବେଦନ…









