ସାରା ଦେଶରେ କୋଭିଡ-୧୯ର ସକ୍ରିୟ ମାମଲା ସଂଖ୍ୟା ୩୭୫୮କୁ ବୃଦ୍ଧି ପାଇଛି, ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ରବିବାର (ଜୁନ ୧, ୨୦୨୫) ରେ ନୂତନ ସଂଖ୍ୟା ପ୍ରକାଶ କରିଛି।ଦିଲ୍ଲୀରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି। ଏଠାରେ ୬୧ ମାମଲା ବୃଦ୍ଧି ପାଇଛି। ସେହି ସମୟରେ, ଉତ୍ତର ପ୍ରଦେଶରେ ସକ୍ରିୟ ମାମଲା ୧୪୯କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ରବିବାର ରାଜ୍ୟରେ ୬୫ଟି ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ଏଥିମଧ୍ୟରୁ ମୁମ୍ବାଇରୁ ୨୨, ପୁଣେରୁ ୨୫, ଥାଣେରୁ ୯, ପିମ୍ପରି-ଚିଞ୍ଚୱାଡରୁ ୬, କୋଲହାପୁରରୁ ୨ ଏବଂ ନାଗପୁରରୁ ଜଣେ ମାମଲା ଆସିଛି। ତଥାପି, ଆଶ୍ୱସ୍ତିର ଖବର ହେଉଛି ଯେ ରାଜ୍ୟରେ ୩୦୦ ରୋଗୀ ସୁସ୍ଥ ମଧ୍ୟ…
Author: sanitelevision
ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା।ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନ କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି।ତେବେ ରୂପାର ଅନ୍ୟ ଛୁଆମାନଙ୍କରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି ଏବଂ ରୋଗ ବିରୋଧରେ ସ୍କ୍ରିନିଂ ଏବଂ ଚିକିତ୍ସା ଜାରି ରହିଛି । ଏହି ବାଘ ଛୁଆଟିର ମୃତ୍ୟୁ ପରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ଟି ବାଘ ଅଛନ୍ତି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା…
ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍, ଦୁଇଟି ମେଜର କିମ୍ବା ୩ଟି ମାଇନର୍ ପାଠ୍ୟକ୍ରମକୁ ଚୟନ କରିପାରିବେ।ଉଚ୍ଚଶିକ୍ଷା…
ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍, ଦୁଇଟି ମେଜର କିମ୍ବା ୩ଟି ମାଇନର୍ ପାଠ୍ୟକ୍ରମକୁ ଚୟନ କରିପାରିବେ।ଉଚ୍ଚଶିକ୍ଷା…
JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଂକ ୧ରେ ରହିଛନ୍ତି। ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ। ହଂସ ଦାରୁକା ଓଡ଼ିଶା ଟପ୍ପର ହୋଇଛନ୍ତି। ଅଲ୍ ଇଣ୍ଡିଆ ରାଙ୍କ ୩୯ରଖି ଟପ୍ପର ହେଲେ ହଂସ। ସେହିଭଳି ନବନିତ ଅଲ୍ ଇଣ୍ଡିଆ ରାଙ୍କ ୯୭ ରଖି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ୧୮ ମଇରେ ଦେଶର ୨୨୪ ପରୀକ୍ଷା ସେଣ୍ଟରରେ ଆୟୋଜିତ ହୋଇଥିଲା । ପରୀକ୍ଷାରେ ମୋଟ ୩୬୦ ମାର୍କର ପ୍ରଶ୍ନପତ୍ର ରହିଥିଲା । ଚଳିତବର୍ଷ ୧.୮୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା କରିଥିଲେ । ସେଥିରୁ…
ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ। ତେବେ ସିକ୍କିମ୍ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍ ବ୍ୟାଗ ମିଳିଛି । ପରିବାର ଲୋକେ ସିକ୍କିମ୍ରୁ ନିରାଶ ହୋଇ ଆଜି ଘରକୁ ଫେରିଛନ୍ତି । ତେବେ ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ। ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି। ପ୍ରାୟ…
ମହାଙ୍ଗା ହେବ ଓମଫେଡ କ୍ଷୀର । ଦୁଗ୍ଧ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ଷୀର ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ । ଏଥି ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଟର ପିଛା ୪ ଟଙ୍କା ଦର ବଢିବାର ଥିଲା । ରାଜ୍ୟ ସରକାର ୨ ଟଙ୍କା ବହନ କରିବେ । ଆଉ ୨ ଟଙ୍କା ଖାଉଟିଙ୍କୁ ଦେବାକୁ ପଡିବ ।ଏହାଦ୍ବାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ ଏହି ଅବସରରେ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ…
କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ପରଲୋକ ଘଟିଛି। କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ କମଳାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଥିଲେ |ବାହାରେ ଫୋପାଡି ଦିଆଯାଉଥିବା ଅଦରକାରୀ ପଲିଥିନ ଓ ବର୍ଜ୍ୟବସ୍ତୁରୁ ସେ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଥିଲେ । ଏହି ବର୍ଜ୍ୟବସ୍ତୁରୁ ଶିଳ୍ପ କଳାକୁ ନେଇ ୯୮ତମ ମନ୍ କି ବାତ ରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ବୋଲି କହି ତାଙ୍କୁ ଅବିହିତ କରିଥିଲେ । କମଳାଙ୍କ କାମକୁ ପ୍ରଶଂସା କରି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପରେଡ଼ ଦେଖିବା ପାଇଁ ଦିଲ୍ଲୀ ଡାକରା…
ଖୁବ୍ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଭିବ ଲାଇଟ୍ କ୍ୟାମେରା ଆକ୍ସନ । ପ୍ରସ୍ତୁତ ହେବ ନୂଆ ଡିପିଆର। ଆବଶ୍ୟକତା ଅନୁସାରେ ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିଲା । ସମୟକ୍ରମେ ଆଧୁନିକ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ଅଭାବରୁ ଷ୍ଟୁଡ଼ିଓଟିର ଚାହିଦା ହ୍ରାସ ପାଇଥିଲା । ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ନୂଆ ସରକାର ଦାୟିତ୍ୱ ନେବା ପରେ ଏହି ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଷ୍ଟୁଡ଼ିଓର ଟେକ୍ ବିଲଡ଼ିଙ୍ଗ, ଏଣ୍ଟ୍ରାନ୍ସ ପ୍ଲାଜା, ଇନଡୋର୍ ସୁଟିଙ୍ଗ ବ୍ୟବସ୍ଥା, କଳିଙ୍ଗ ମୁଭି ମ୍ୟାଜିକ୍, ଆଭେନ୍ୟୁ ଲ୍ୟାଣ୍ଡ, ଭିଲେଜ୍…
ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ଦୁଇ ବର୍ଷ । ଆଜି ବି ସେ କାଳରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟାରେ ହୋଇଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ମାଲ୍ ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ତପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧନ ଜୀବନ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା । କୁଢ଼ କୁଢ଼ ଶବ ଭିତରେ କିଏ ପୁଅକୁ ଖୋଜୁଥିଲା ତ କିଏ ନିଜ ପରିବାର ସଦସ୍ୟଙ୍କ ଫଟୋକୁ ଦେଖାଇ ପଚାରୁଥିଲା । ଖଣ୍ଡ ବିଖଣ୍ଡିତ ଶବକୁ ଦେଖି ଅନେକ ପରିଜନ ଚେତାଶୂନ୍ୟ ହୋଇଯାଉଥିଲେ । ଶବର ଶେଷ ଠିକଣା ହସ୍ପିଟାଲ ହୋଇଥିଲେ ବି ଏ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଶବକୁ ଚିହ୍ନି ପାରୁନଥିଲେ ପ୍ରିୟ ପରିଜନ । ଯାହାଫଳରେ…








