ମଦ୍ୟପ ବାପାର ନୃଶଂସ କାଣ୍ଡ । ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଶିଶୁକନ୍ୟାକୁ ମାରିଥିବା ଜଣାପଡିଛି ।ସୂଚନାନୁଯାୟୀ, ସ୍ୱାମୀ କାମଧନ୍ଦା ନକରି ଘରେ ବସୁଥିଲା ତେବେ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ୭ ମାସର ଶିଶୁକୁ ସେଠାରେ ଜହ୍ଲାଦ ବାପା କଚାଡ଼ି ମାରିଦେଇଛି । ଏହାପରେ ସ୍ଥାନୀୟ ଲୋକେ ଉଠିଆସି ଅଭିଯୁକ୍ତ ସ୍ୱାମୀଙ୍କୁ ଖୁବ ପିଟିଛନ୍ତି । ଏଥିରେ ଅଭିଯୁକ୍ତ ଆହତ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା କରୁଛି ।
Author: sanitelevision
ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାମୁତାବକ ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ନେଇ ଏହି ପଦକ୍ଷପ ନିଆଯାଇଥିଲା |
“ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ ଏହି କଠିନ ସମୟରେ ତୁମେ ସବୁ ଛାଡି ଘରକୁ ଫେରିଆସ।, ପରିବାର ସଦସ୍ୟ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଚାହିଁ ବସିଛୁ। ମୋ ଇଛା ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ହିଁ ରହିଯାଇଛି। ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି…
ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି। ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାରେ ହଟ ଓ ହ୍ୟୁମିଡ କଣ୍ଡିସନ ଲାଗି ରହିବ ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିବ। ବୁଧବାର(୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,…
ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି।ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୩୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୧୬୪ ଜଣ ସେମାନଙ୍କ ସମ୍ପୃକ୍ତ ଷ୍ଟ୍ରିମ୍ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି। ଏହି ପାସ୍ ହାରରେ ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ଛାତ୍ରୀ ରହିଛନ୍ତି। ସେହିପରି ବିଜ୍ଞାନ ଷ୍ଟ୍ରିମ୍ରେ ୩୩୩ ଜଣ ପ୍ରାର୍ଥୀ ବାର୍ଷିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୨୫୭ ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୭୭.୧୭% ରହିଛି।ସେହିପରି ବାଣିଜ୍ୟ ଷ୍ଟ୍ରିମ୍ରେ ମୋଟ ୨୫୬ ଜଣ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୨୧୩ ଜଣ ପାସ୍ କରିଛନ୍ତି
ଅଡୁଆରେ କ୍ରିକେଟର ବିରାଟ୍ କୋହଲି । ବେଙ୍ଗାଲୁରୁ ପୋଲିସ କ୍ରିକେଟରଙ୍କ ପବ୍-ରେଷ୍ଟୁରାଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋହଲିଙ୍କ ୱାନ8 କମ୍ୟୁନ୍ ପବ୍ ଆଣ୍ଡ ରେଷ୍ଟୁରାଣ୍ଟ ବିରୁଦ୍ଧରେ ନୋ ସ୍ମୋକିଂ ଜୋନ୍ ନଥିବାରୁ ପୋଲିସ ଏକ ମାମଲା ରୁଜୁ କରିଛି। ରେଷ୍ଟୁରାଣ୍ଟ ମଧ୍ୟରେ ଧୂମପାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ନଥିବା ଯୋଗୁଁ ସିଓଟିପିଏର ଧାରା ୪ ଏବଂ ୨୧ ଅନୁଯାୟୀ ପବ୍ କୁ ବୁକ୍ କରାଯାଇଛି। ଏହି ଧାରା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦର ଭଳି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ପାଇଁ ଅନୁମତି ଦିଏ।ଯାହାକୁ ନେଇ କ୍ୟୁବନ୍ ପାର୍କ ପୋଲିସ ଶନିବାର ଦିନ ଏକ ମାମଲା ପଞ୍ଜିକୃତ କରିଛି। ତେବେ ବେଙ୍ଗାଲୁରୁ ସହର ପୋଲିସ ଦ୍ୱାରା ସାର୍ବଜନୀନ ଧୂମପାନ ନିୟମ ଲାଗୁ କରିବା ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନର ଏହା ଏକ ଅଂଶ ବୋଲି ଜଣାପଡ଼ୁଛି। କାରଣ କର୍ଣ୍ଣାଟକ ସରକାର ହୁକ୍କା ବାର ଉପରେ ସମ୍ପୂର୍ଣ୍ଣ ନିଷେଧ…
ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି ଜାଗାକୁ ଯାଆନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ବୋଲି ସେ କହିଛନ୍ତି। ଗତ ରବିବାର ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଛୁଇଁଥିଲା। ଅନ୍ୟଜଣେ ରୋଗୀ କରୋନାରେ ପ୍ରାଣ ହରାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ୪ ରାଜ୍ୟକୁ ପଠାଯାଇଛି।ପଲିସିରେ ଯାହା କିଛି ବାକି ଅଛି ପରିବର୍ତ୍ତନ ହୋଇ ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ନୂତନ ପଲିସିରେ ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ। ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି ହେବ ବୋଲି ସୂଚନା ମିଳିଛି।
ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଦିନିକିଆ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। ଅବସର ସମ୍ପର୍କରେ ମ୍ୟାକ୍ସଓ୍ବେଲ ଘୋଷଣା କରିବା ପରେ ତାଙ୍କ ପ୍ରଶଂସକମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି।ତେବେ ସେ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୫ ଓ ୨୦୨୩ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ । ସେ ୧୯୪ ଦିନିକିଆ କ୍ରିକେଟରେ ୩୩.୮୧ ଆଭରେଜରେ ୩୯୯୦ ରନ କରିଥିଲେ । ଏଥିରେ ୪ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ । ୨୦୨୩ ଦିନିକିଆ ବିଶ୍ୱକପରେ ସେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ଅବିସ୍ମରଣୀୟ ଇନିଂସ ଖେଳିଥିଲେ ।
ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଦୁର୍ଗ। ପୁଲିସ ଓ ସୁରକ୍ଷାବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ଏହି ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୋଲିସ ଏନେଇ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ମାଓବାଦୀଙ୍କ ନାମରେ ୧୬ ଲକ୍ଷ ଏବଂ ଅନ୍ୟ ୪ ମାଓବାଦୀଙ୍କ ନାମରେ ୯ ଲକ୍ଷ ଟଙ୍କା ମିଶାଇ ମୋଟି ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା।ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୋଲିସ କହିଛି। ଲଗାତାର ପୋଲିସର ଅପରେସନରେ ନକ୍ସଲ ଭୟଭୀତ ହେବା ସହ ସଂଗଠନରେ କୌଣସି ଲକ୍ଷ୍ୟ ନେଇ କାର୍ଯ୍ୟ ହେଉନଥିବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି।









