ମହାପ୍ରଭୁ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରୁ ଖଜାର ଏକ ସ୍ବତନ୍ତ୍ରତା ରହିଛି । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ । ହେଲେ ଦୁଃଖର ବିଷୟଯେ, ଏହି ଖଜା ବିକ୍ରି କରୁଥିବା ବ୍ୟବସାୟୀ ମାନେ ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରୁଛନ୍ତି । ଏପରିକି ବାହାରେ ବିକ୍ରି ହେଉଥିବା ଖଜାକୁ ମହାପ୍ରସାଦ କହି ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଛନ୍ତି । ଯାହାକୁ ନେଇ ଅନେକ ଥର ଅଭିଯୋଗ ହେବା ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । ପୁରୀ ଏସ୍ପି ବିନିତ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସିଂହଦ୍ୱାର ଥାନା ଅଞ୍ଚଳରେ ସମ୍ପୃକ୍ତ ଭକ୍ତଙ୍କୁ ଠକିଥିବା ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଉଛି ଯେ, ପୁରୀକୁ ଆସୁଥିବା ଭକ୍ତଙ୍କ…
Author: sanitelevision
ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା । ଦୁଇ ବ୍ୟବସାୟୀଙ୍କୁ ଧରି ନିର୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋମାଂସ ବେପାରୀ ପିତାମ୍ବର ମୁଖୀ ଓ ସୁନାରାମ ମୁର୍ମୁ ୩୮ କେଜି ଗୋମାଂସ ବାଇକ ଯୋଗେ ନେଉଥିବାବେଳେ କାବୁ କରିଥିଲେ ବଜରଙ୍ଗ ସେନାର ସଦସ୍ୟ । ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗୋମାଂସ ବେପାରୀଙ୍କ ବାଇକକୁ ଭାଙ୍ଗିଥିଲେ ଉତ୍ତ୍ୟକ୍ତ ଲୋକେ ।। ଗୋ-ମାଂସ ବେପାରୀଙ୍କ ଏକ ବାଇକ୍କୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ l ଦୁଇ ବେପାରୀଙ୍କ ପ୍ୟାଣ୍ଟ-ସାର୍ଟ ଖୋଲି ମୁହଁ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ଶୀର୍ଷାପାଳ ଛକକୁ ନେଇଥିଲେ l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଉକ୍ତ ଦୁଇ ଜଣ ବେପାରୀଙ୍କୁ ମୋରଡା ଥାନାକୁ ନିଆଯାଇଛି…
ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଖୁସି ଖବର। ଗତ ସପ୍ତାହକ ମଧ୍ୟରେ ବିରଳ ଘଡ଼ିଆଳ ଯୋଡ଼ା ପୁଣି ଥରେ ୩୦ଟି ଛୁଆ ଫୁଟାଇଛନ୍ତି । ମହାନଦୀ ସାତକୋଶିଆ ଗଣ୍ଡ ଘଡ଼ିଆଳ ବଂଶ ବୃଦ୍ଧି ପାଇ ଉତ୍କୃଷ୍ଟ ପ୍ରାକୃତିକ ସ୍ଥାନ ବୋଲି ପ୍ରମାଣିତ କରିଛନ୍ତି ଏହି ଯୋଡା ।ଘଡ଼ିଆଳ ହେଉଛି ଏକ ବିରଳ ପ୍ରଜାତିର କୁମ୍ଭୀର । ସେମାନଙ୍କର ବଞ୍ଚିବା ହାର ବହୁତ କମ ଅର୍ଥାତ ଶତକଡା ୧ ଭାଗ ବୋଲି ଆକଳନ କରାଯାଇଛି । ସେଥିପାଇଁ ଗତ ପ୍ରାୟ ୩ ବର୍ଷ ହେବ ନନ୍ଦନକାନନରେ ଘଡ଼ିଆଳ ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଠାରୁ ବିଭିନ୍ନ ସମୟରେ ଘଡ଼ିଆଳ ଆଣି ମହାନଦୀ ଗଣ୍ଡରେ ଛଡା ଯାଉଛି । ଗତ ୩ ବର୍ଷ ମଧ୍ୟରେ ଏଠାରେ ୨୦ରୁ ଅଧିକ ଘଡ଼ିଆଳ ଛଡ଼ାଯାଇଛି। ପ୍ରାକୃତିକ ପରିବେଶରେ ଏହି ପ୍ରକଳ୍ପ ଜରିଆରେ ଶତକଡା ୮୦ ଭାଗ ସଫଳତା ମିଳି ପାରିଛି ।ଦୀର୍ଘ ୪୦ବର୍ଷ ପରେ ସାତକୋଶିଆ…
ଡେପୁଟେସନରେ ଆଶିଷ ଠାକରେ। ତାଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କୁ ତୁରନ୍ତ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।
ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ।ସର୍ଭେ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶତିଶୁ କଲ୍ୟାଣ ବିଭାଗ । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ସର୍ଭେ କରିବାକୁ ଗାଇଡଲାଇନ୍ ଜାରିକରାଯିବ । ଡିଏସଡବ୍ଲ୍ୟୁଓ, ଆଇସିଡିଏସ୍ ସୁପରଭାଇଜର, ସିଡିପିଓ, ଡିସିପିଓଙ୍କୁ ତଦାରଖ ଦାୟିତ୍ୱ ପ୍ରଦାନ କରାଯିବ ।ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ସର୍ଭେ ପାଇଁ ତଥ୍ୟ ସଂଗ୍ରହ ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଏବଂ ଫର୍ମାଟ୍ ମଧ୍ୟ ପ୍ରଦାନ କରାଯାଇଛି।
ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି ।ଫସଲ ନଷ୍ଟ ରିପୋର୍ଟ ଆସିବା ଆରମ୍ଭ ହେଲାଣି । ଖୁବ୍ଶୀଘ୍ର ସହାୟତା ଦିଆଯିବ । ଅଦିନିଆ ବର୍ଷାରେ ଧାନ ନଷ୍ଟ ପାଇଁ ଇନପୁଟ ସବସିଡି ଦିଆଯିବ । ଆଗାମୀ ମୌସୁମୀ ବର୍ଷାକୁ ନଜରରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୭ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଜୁନ ୧୭ରୁ ୧୮ ମଧ୍ୟରେ ଅନ୍ତଃ ଜିଲ୍ଲା ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଆବେଦନ ପତ୍ର ପଠାଯିବ ।ଏହାପରେ ୨୦ ଓ ୨୧ ତାରିଖରେ ମେଡିକାଲ ଯାଞ୍ଚ ହେବ।
ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ପାଳନ କରାଯାଏ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର ପଡିଯାଏ ପୁଣି ଉଠିକି ଚଲାଏ । ବେଳେବେଳେ ଉଠିକି ପୁଣି ଗୋଟେ ଝୁଙ୍କରେ ଚଲେଇ ଶିଖିଛି। କେବଳ କୁନି ପିଲା ଏହି ବାହନ କଲେଜ ଜୀବନରେ ବି ଲୋଡାପଡେ ।। ସରକାରୀ ବିଭାଗରେ କାମ କରୁଥିବା ଡାକ ପିଅନ, ସ୍କୁଲ ଶିକ୍ଷକମାନେ ୧୪ ଇଞ୍ଚରୁ ନେଇ ୨୨ ଇଞ୍ଚିଆ ଘୋଡ଼ା ସାଇକଲ ଚଲାଉଥିଲେ । ରାତିରେ ରାସ୍ତା ଦିଶିବା ପାଇଁ ସାଇକଲ ଆଗରେ…
ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୋମବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଥିଲେ । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, କରାଚୀରେ ହୋଇଥିବା ଭୂକମ୍ପ ସମୟରେ ମାଲିର ଜେଲର କାନ୍ଥ ଫାଟି ଯାଇଥିଲା, ଯାହା ଯୋଗୁ ଅନେକ କଏଦୀ କ୍ଷତିଗ୍ରସ୍ତ ହୋଇଥିବା କାନ୍ଥ ଭାଙ୍ଗି ଖସି ପଳାଇବାରେ ସଫଳ ହୋଇଥିଲେ। କରାଚୀ ଡିଆଇଜି ମହମ୍ମଦ ହାସନ ସେହତୋ କହିଛନ୍ତି ଯେ, ଭୂକମ୍ପ ଯୋଗୁ ଅନେକ କଏଦୀ ସେମାନଙ୍କ ବାରାକରୁ ବାହାରକୁ ଆସି ଜେଲ୍ ଗେଟ୍ ଭାଙ୍ଗି ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।
କରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର୍ । ୨୪ ଘଣ୍ଟାରେ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୪୦୨୬ରହିଛି କରୋନା ଆକ୍ଟିଭ କେସ । ସୂଚନାମୁତାବକ JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । ଏଥିରେ ଏକ ଅତିରିକ୍ତ ପରିବର୍ତ୍ତନ ଅଛି ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ । JN.1 ପ୍ରକାର ଏତେ ବିପଜ୍ଜନକ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଅନେକ ଡାକ୍ତର କହିଛନ୍ତି ।









