Author: sanitelevision

କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଗୁପ୍ତ କାରଖାନାଟି ପ୍ରସିଦ୍ଧ ଇଞ୍ଜିନ ଅଏଲ ବ୍ରାଣ୍ଡଗୁଡ଼ିକର ନାମ ଏବଂ ଲୋଗୋ ଦୁରୁପଯୋଗ କରି ଚାଲିଥିଲା ଏବଂ ଅଜାଣତ ଗ୍ରାହକମାନଙ୍କୁ ନକଲି ଇଞ୍ଜିନ ଅଏଲ ଏବଂ ଆକ୍ସେସୋରୀଜ ବିକ୍ରି କରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏବଂ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା।ତେବେ ଗାଁ ଭିତରେ ଦୀର୍ଘଦିନ ଧରି ଚାଲିଥିଲା ଏହି ନକଲି କମ୍ପାନୀ । ପୋଡ଼ା ଇଞ୍ଜିନ ଅଏଲରୁ ତିଆରି ହେଉଥିଲା ଏହି ସକ୍‌ଅବଜରବର ଅଏଲ୍ । ଚଢାଉ ବେଳେ କମ୍ପାନୀ ତାଲା ଭାଙ୍ଗି ପଶିଲା ପୋଲିସ ।ଏହି ଅପରେସନ ପଛରେ ଥିବା ମୁଖ୍ୟ କାରଣୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ସପ୍ଲାଇ ଚେନ୍‌କୁ ଖୋଜିବା ପାଇଁ…

Read More

ଲାଞ୍ଚ ନେଇ ଧାରା ପଡିଲେ ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ 10ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ।ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଟିମ୍‌ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍‌ ଚଢ଼ାଉ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Read More

ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ମେୟରଙ୍କ କହିବା ଅନୁସାରେ , ପୂରା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କର୍ପୋରେଟର ମାନଙ୍କର ଏକ ଟ୍ରେନିଙ୍ଗ ସେସନ୍ କରାଯାଇଛି । ନିଜ ନିଜ ୱାର୍ଡରେ କିଭଳି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ସେନେଇ ଟିପ୍ସ ଦିଆଯାଇଛି । ଏହାସହ ଡେଙ୍ଗୁ ନିରୋଧ ଅଭିଯାନ ପାଇଁ ବିଏମସି ପକ୍ଷରୁ ଅଧିକ ୭୦ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ୬ ମାସ ପାଇଁ କାମ କରିବେ । ଏମାନେ ମଶା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ମଶା ତେଲ ସିଞ୍ଚନ କରିବେ । ଆସନ୍ତାକାଲିଠୁ…

Read More

ଖାକିରେ ଲାଗିଲା ଦାଗ । ରକ୍ଷକ ସାଜିଥିବା ପୋଲିସ ନିଜେ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା । ସୂଚନା ଅନୁସାରେ ଆଦିବାସୀପଡ଼ାର ଜଣେ ୧୪ ବର୍ଷିୟ ନାବାଳିକା ସମ୍ପର୍କରେ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ ନେଇ କନଷ୍ଟେବଳ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ନାବାଳିକା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ଘଟଣାସ୍ଥଳରୁ ଖସି ଆସିଥିଲେ । ଏହି ସମ୍ପର୍କରେ ଜଣାପଡ଼ିବା ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ସହ ସ୍ଥାନୀୟ ବାସିନ୍ଦା ଥାନାକୁ ଯାଇ ଏତଲା ଦେଇଥିଲେ । ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯିକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ମହିଳାଙ୍କ ସୁରକ୍ଷା ପାଇଁ କଲେଜ ଗୁଡିକରେ ସ୍ବତନ୍ତ୍ର ସେଲ୍‌। ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ। କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ଗୁରୁତ୍ୱ। ୟୁଜିସି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ସେଲ୍‌ ଗଠନ କରିବେ। ଏପଟେ କାର୍ଯ୍ୟରତ ମହିଳାଙ୍କ ପାଇଁ ମଧ୍ୟ ଗଠନ ହେବ ଏକ ସ୍ଵତନ୍ତ୍ର ମହିଳା ସେଲ୍‌। ଅନ୍ୟପଟେ ଏହି ମହିଳା ସେଲ୍ ସମ୍ପୂର୍ଣ୍ଣ ଭାବେ କଲେଜର କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବ। କଲେଜ ଅଧକ୍ଷ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ଗୁରୁରତର ସହିତ ନଜର ରଖିବେ। ଏହା ସହିତ ଶିକ୍ଷାନୁଷ୍ଠାନ ଗୁଡିକର କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମହିଳାଙ୍କ ପ୍ରତି ବିଭିନ୍ନ ସଚେତନତାର ବ୍ୟାନର ଏବଂ ପୋଷ୍ଟର ରହିବ। ଯେଭଳି ଭାବେ ପିଲାମାନଙ୍କ ନଜର ଏହି ପୋଷ୍ଟର ଗୁଡ଼ିକ ଉପରେ ଭଲ ଭାବେ ପଡ଼ିପାରିବ। ଏହାସହ ଯୌନ ନିର୍ଯାତନାକୁ ନେଇ ସଚେତନତା ମଧ୍ୟ…

Read More

ରାଜଧାନୀର ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ ଅଧିକ ରୁ ଅଧିକ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଯିବ ।ମନ୍ତ୍ରୀ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି। ସବୁ ୟୁଏଲବି(ପୌରସଂସ୍ଥା)କୁ ତୁଳସୀ ଗଛ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ।

Read More

୧୦କୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଲାଙ୍କ ଅନ୍ତରୀକ୍ଷ ମିଶନ । ୧୦ ତାରିଖରେ ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ। ପୂର୍ବରୁ ମଧ୍ୟ ସ୍ପେଶ୍ ମିଶନ ତାରିଖ ଘୁଞ୍ଚାଯାଇଥିବାବେଳେ ଏବେ ଦ୍ବିତୀୟ ଥର ପାଇଁ ତାରିଖରେ ପରିବର୍ତ୍ତିନ କରାଯାଇଛି। କ୍ବାରେଣ୍ଟାଇନ୍ ପ୍ରୋଟୋକଲ ପାଇଁ ଘୁଞ୍ଚିଲା ତାରିଖ ।ମହାକାଶଚାରୀ ଶୁଭାଂଶୁ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ ଏବଂ ISROର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ। ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି। ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ।

Read More

ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ ଏବଂ ଅନେକ ଡ୍ରୋନ ଧ୍ୱଂସ କରିଛି ବୋଲି ଅପରେସନ ସହ ଜଡ଼ିତ ଉଚ୍ଚ ସ୍ତରୀୟ ସୂତ୍ରରୁ ଜଣାପଡ଼ିଛି।ସୂତ୍ର ଅନୁଯାୟୀ, ଅପରେସନାଲ ଡାଟାର ଟେକ୍ନିକାଲ ଆନାଲିସ୍‌ରେ ଜଣାପଡ଼ିଛି ଯେ ବିମାନ ଯୁଦ୍ଧ ସମୟରେ ପାକିସ୍ତାନ ବାୟୁସେନାର ୬ଟି ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା। ସେହିପରି ଇଲେକ୍ଟ୍ରୋନିକ୍ ଯୁଦ୍ଧ ବିମାନ ହେଉ କିମ୍ବା କଣ୍ଟ୍ରୋଲ ଏୟାରକ୍ରାଫ୍ଟକୁ ୩୦୦ କିମି ଦୂରରୁ ସୁଦର୍ଶନ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟବହାର କରି ସଠିକ୍ ଆକ୍ରମଣ ଦ୍ୱାରା ଏହାକୁ ଉଡ଼ାଇ ଦିଆଯାଇଥିଲା। ସେହିପରି ଭୋଲାରି ବାୟୁସେନା ଘାଟି ଉପରେ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ରୁଜ୍ ମାଡ଼ କରି ସ୍ୱିଡିସ୍ ମୂଳର ଆଉ ଏକ…

Read More

ଓଡ଼ିଶା ସରକାର ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୫୦୦ ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୧୧ ମାସର ମାଗଣା କୋଚିଂ (ପ୍ରିଲିମି ଓ ମେନ -ଜି ଏସ ଓ ଅପସନାଲ ) ଦିଆଯିବାକୁ ଘୋଷଣା କରାଯାଇଛି ।ରାଜ୍ୟ ସରକାରଙ୍କ ମାଗଣା UPSC କୋଚିଂ ପାଇଁ ଆରମ୍ଭ ହୋଇଛି ଆବେଦନ ପକ୍ରିୟା । ଆଜି ଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ହେବ ଆବେଦନ ଦିନ । ସମସ୍ତ ଆବେଦନ ଅନଲାଇନରେ କରାଯିବ। 1 ଜୁଲାଇରେ ୱେବ ସାଇଟରୁ ଆଡମିଟ କାର୍ଡ ଡାଉନଲୋର୍ଡ କରିପାରିବେ । 6 ଜୁଲାଇରେ ହେବ UPSC ମାଗଣା କୋଚିଂ ପାଇଁ ପରୀକ୍ଷା । ତେବେ ଯୋଗ୍ୟ ପ୍ରାର୍ଥୀମାନେ ଏବେ http://samsodisha.gov.in ମାଧ୍ୟମରେ ପ୍ରବେଶ ପରୀକ୍ଷା ପାଇଁ ଆବେଦନ…

Read More

ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି। ଏଭଳି ଫୋନ କଲ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ।

Read More