Author: sanitelevision

ଆଜି ବିଜେପି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ । କାଲି ନିର୍ବାଚନ ।ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିଏ ହେବେ ନୂଆ ସଭାପତି ଆଜି ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ ।ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି । ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ । ତେବେ ମନମୋହନ ସାମଲ ରାଜ୍ୟ ସଭାପତି ପଦରେ ରିପିଟ୍ ହେବେ ନା…

Read More

୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ତେବେ ମନୋନୀତ ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟ‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ।୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ।

Read More

ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା । ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି । ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଇଥାଏ । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ…

Read More

ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ପୂର୍ବ ସୋମବାର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା ନେଇ ମୂଖ୍ୟମନ୍ତ୍ରୀ ଏହି ଅଭିଯୋଗ ଶୁଣାଣୀକୁ ବନ୍ଦ କରାଇଥିଲେ।

Read More

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ନିହାତି ଜରୁରୀ ଅଟେ।ଇଣ୍ଡିଆନ୍ ବ୍ୟାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଦିତୀୟରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ୨୦୨୦ ମସିହାରେ ନିଜର ସମସ୍ତ ସେଭିଙ୍ଗ ଆକାଉଣ୍ଯରୁ ମିନିମମ୍ ବାଲାନ୍ସର ଆବଶକତାକୁ ହଟାଇ ଦେଇଥିଲା । ଏହି ନୀତି ଅନୁଯାୟୀ ଗ୍ରାହକଙ୍କୁ ଏବେ ବାଲାନ୍ସ କମ୍ ହେବା ପରେ ମଧ୍ୟ ଜରିମାନା ଦେବାକୁ ପଡିବନି । ଏସବିଆଇର ଏହି ପଦକ୍ଷେପ କଷ୍ଟମର-ସେଣ୍ଟ୍ରିକ୍ ଆପ୍ରୋଚକୁ ଦର୍ଶାଇଥାଏ, ଯାହାଦ୍ବାରା ଲକ୍ଷ ଲକ୍ଷ ଖାତାଧାରୀଙ୍କୁ ନିଶ୍ଚିତ ଭାବେ ଆସ୍ବସ୍ତ କରାଇବ…

Read More

ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି। ତେବେ ଖାଦ୍ୟ ନିରାପତ୍ତା ଟିମ୍‌ଗୁଡ଼ିକ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଟିମ୍ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ୧୫ଟି ପାଣି ବୋତଲ ତିଆରି ପ୍ଲାଣ୍ଟ, ୨୦୨ ହୋଟେଲ, ୮୧୩ ବୁଲା ବିକାଳୀ/ରାସ୍ତା କଡ଼ ଦୋକାନୀଙ୍କ ଉପରେ ଚଢାଉ କରି ୨୩୪୮ କିଲୋ ଦୂଷିତ ଖାଦ୍ୟ ଜବତ କରି ନଷ୍ଟ କରିଛନ୍ତି ।

Read More

ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ପରିବେଶରେ ଅପରାହ୍ନ ୪ଟାରେ ଗଡ଼ିଲା ୩ ରଥ । ଆଗେ ଆଗେ ପ୍ରଭୁ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା, ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ସୁରକ୍ଷା ଦୃଷ୍ଟିରୁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା କାଲି ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।

Read More

ଇଣ୍ଡୋନେସିଆ ସମେତ ଅନେକ ଦେଶରେ ଜ୍ୱାଳାମୁଖୀ ଫାଟିବାର ଖବର ଶୁଣିଥିବେ। କ’ଣ ଆପଣ ଜାଣଛନ୍ତି କି ଭାରତରେ ମଧ୍ୟ ଏକ ଜ୍ୱାଳାମୁଖୀ ଅଛି, ଯାହା ସକ୍ରିୟ ଅଛି ଓ ଏହାର ଫାଟିବା ବିଷୟରେ ସତର୍କୀକରଣ ଜାରି କରାଯାଇଛି। ଭାରତରେ ଏକ ଜ୍ୱାଳାମୁଖୀ ରହିଛି ଏବଂ ଏହା କୌଣସି ସମୟରେ ଫାଟିପାରେ । ଏହି ଜ୍ୱାଳାମୁଖୀ ଆଣ୍ଡାମାନ ସାଗରର ବ୍ୟାରେନ୍‍ ଦ୍ୱୀପ ଭିତରେ ରହିଛି । ଯାହା ପୋର୍ଟ ବ୍ଲେୟାରରୁ ୧୩୮କିଲୋମିଟର ଦୂରରେ ଅବସ୍ଥିତ । ଯଦି ଏହି ଜ୍ୱାଳାମୁଖୀ ଉଦଗିରଣ ହୁଏ, ତେବେ ସମୁଦ୍ର ଭିତରେ ବଡ ବନ୍ୟା ଆସିବ । ଭୟଙ୍କର ଭୂମିକମ୍ପ ଏବଂ ସୁନାମୀ ମାଡି ଆସିବାର ବିପଦ ମଧ୍ୟ ରହିଛି । ଏହାକୁ ନେଇ ପରିବେଶବିତ୍‍ ମାନେ ଭାରତ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ପାଇଁ ଏକ ଚେତାବନୀ ଜାରି କରିଛନ୍ତି ।କିନ୍ତୁ ଆଣ୍ଡାମାନ ସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ କେବଳ ଏକ ସମ୍ଭାବନା, ଏକ ପୂର୍ବାନୁମାନ ନୁହେଁ। କୌଣସି…

Read More

ବିଜେଡିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏନେଇ ଲେଖାଶ୍ରୀଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । U/S-୭୫(୧): ଯୌନ ନିର୍ଯାତନା, ୭୦ ଅଶାଳୀନ ମନ୍ତବ୍ୟ ରଖିବା, ୨୯୬: ସର୍ବସାଧାରଣରେ ଗାଳି ଗୁଲଜ କରିବା, ୩୫୬: ମାନହାନୀ କରିବା ଭଳି ଦଫା ଲାଗିଛି । ତେବେ ମୋ ବାବଦରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ I ଏନେଇ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁରେ ଶୁକ୍ରବାର ଦେଇଥିଲେ ଏତଲା। ଆଜି ଥାନାରୁ ଗ୍ରହଣ କଲେ ଏତଲା କପି। ସନ୍ତୋଷ ଖଟୁଆଙ୍କ ନାଁରେ ଲାଗିଛି ବିଏନ୍‌ଏସ୍‌ ର ୪ଟି ଦଫା । ଲେଖାଶ୍ରୀ କହିଛନ୍ତି କି, ମୋ ବାବଦରେ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ…

Read More

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗାଁରେ ଥିବା ଷଷ୍ଠ ଶତାବ୍ଦୀର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି ।ସୂଚନା ଯୋଗ୍ୟକି ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା I ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ ରାଜ୍ୟ ପ୍ରତ୍ନତତ୍ତ୍ୱକୁ ଦାୟିତ୍ୱ ଦେଇଥିଲେ I୨୦୨୪ରେ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଥିଲା । ଫଳରେ ଏଏସ୍‌ଆଇ ଏହି ଐତିହ୍ୟସ୍ଥଳୀକୁ ନିକଟରେ…

Read More