ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା।ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି । ତେବେ ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି।
Author: sanitelevision
ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିବା ପରେ ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି। ତେବେ ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସ ଙ୍କ ପୁଅ ବିଶାଲ ଦାସ । ଆୟକର ବିଭାଗ ନୋଟିସ ପରେ ଲଇଁ ହୋଇଛନ୍ତି ହାଜର। କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା । ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ୱର୍ଗତ ନବ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା ।୨୦୨୩ ଏପ୍ରିଲ ଓ ମେ’ ମାସରେ ନବ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି । ତେଣୁ ଏହି କମ୍ପାନି ଲିଙ୍କ୍ରେ ନବ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହୋଇଥିଲା ।
ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍ ଅଫ୍ ମାର୍କ ରହିଛି। ସେହିପରି ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ଆଜିଠାରୁଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏହି ରାଉଣ୍ଡରେ ସୁଯୋଗ ପାଇପାରିବେ। ସେଲ୍ଫ ଫାଇନାନ୍ସ ଏବଂ ସଂସ୍କୃତ କଲେଜର ପିଲାମାନେ ମଧ୍ୟ ଆବେଦନ କରିପାରିବେ। ଆସନ୍ତା ଗୁରୁବାର ୧୦ ତାରିଖ ରାତି ୧୧ଟା ୪୫ ଯାଏ ଆବେଦନ କରିହେବ।
ଆଜି ସୁନା ଦର କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦,୧୦୦ ଟଙ୍କା ରହିଛି । ଗତକାଲି ୯୦,୬୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୩,୭୨୦ ଟଙ୍କା ରହିଛି । ଗତକାଲି ୭୪,୧୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୦ , ୦୦୦ ଟଙ୍କା ହୋଇଛି ।
ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । ତାଙ୍କ ସ୍କୁଲ ସମୟରେ, ସେ ଫୁଟବଲ୍ ଦଳର ଗୋଲକିପର ଥିଲେ, କିନ୍ତୁ ଗୋଟିଏ ଦିନ ତାଙ୍କ କ୍ରୀଡ଼ା ଶିକ୍ଷକ ତାଙ୍କୁ କହିଲେ – କ୍ରିକେଟ୍ ଦଳକୁ ଜଣେ ୱିକେଟକିପର ଆବଶ୍ୟକ, ତୁମେ ଚେଷ୍ଟା କରିବ କି? କଥା କେବଳ ଏତିକି ଥିଲା, ଆଉ ସେଠାରୁ ବିଶ୍ୱକପ୍ ଟ୍ରଫି ପାଇଁ ଆରମ୍ଭ ହୋଇଥିଲା ଯାତ୍ରା । ଧୋନୀ ସବୁବେଳେ କୁହନ୍ତି ଯେ ସେ ସଚିନ…
ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ସମ୍ଭାବନା ଥିବା ଜଣାପଡ଼ିଛି।
ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ । ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍ ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ । ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି । ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍ଟିଟିଆଇ) ପ୍ରତିଷ୍ଠା କରାଯିବ । ଏଥିରେ ରାଜ୍ୟର କଳା, ସଂସ୍କୃତି ରହିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ । ନିୟମିତ ଭାବେ ଦକ୍ଷତା ବିକାଶ, ମାର୍ଗଦର୍ଶନ ଆଦି…
ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଅଭିଜ୍ଞ ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ କଟକ ଏସସିବିର ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ବିମାନରେ ଯାଇ ନବରଙ୍ଗପୁରରେ ପହଞ୍ଚିବେ। ପରେ ପର୍ଯ୍ୟାୟକ୍ରମେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ବି ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ। ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି ।
ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ଅଧିକ, ନିଷ୍କାସନ କମ୍। ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରରେ ଜଳଭଣ୍ଡାରକୁ ୨ ଲକ୍ଷ ୮୯ ହଜାର ୯୪୩ କ୍ଯୁସେକ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୫୨୮କ୍ୟୁସେକ୍ ପାଣି ଛଡାଯାଉଛି। ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍ ଛଡ଼ାଯାଉଛି। ତେବେ ଇନଫ୍ଲୋଠାରୁ ଆଉଟଫ୍ଲୋ କମ୍ ଥିବାରୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ ରହିବା କଥା।









