Author: sanitelevision

ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ତେବେ ତେଲେଙ୍ଗାନା ମେଡାକରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ ୪୦ ମୃତକଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ।

Read More

ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି ସେ କହିଛନ୍ତି।ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି।

Read More

ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ ୯୮,୭୩୦ ଟଙ୍କା ରହିଛି । ଗତକାଲି ୯୯,୩୩୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୫୦୦ ଟଙ୍କା ରହିଛି । ଗତକାଲି ୯୧,୦୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୪,୦୫୦ ଟଙ୍କା ରହିଛି । ଗତକାଲି ୭୫,୫୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୦ , ୦୦୦ ଟଙ୍କା ହୋଇଛି ।

Read More

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମେ ୫ ରେ ବିମାନବନ୍ଦର ପାଇଁ ମିଳିଥିଲା ଅନୁମୋଦନ । ବେସାମରିକ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା । ୪୭୧ ହେକ୍ଟର ଜମିରେ ବିମାନବନ୍ଦର ହୋଇଥାନ୍ତା । କିନ୍ତୁ ସେଥିରୁ ପ୍ରାୟ 28 ଏକର ଜଙ୍ଗଲ ଜମି ରହିଛି ।ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଉଠାଇ କୁହାଯାଇଛି ଯେ ବିମାନ ବନ୍ଦର ନିର୍ମାଣ ହେଲେ ପରିବେଶ ଓ ଜୈବ ବିବିଧତା ବିପଦରେ ପଡ଼ିବା ନେଇ ଆଶଙ୍କା ରହିଛି । ଏଥିପାଇଁ…

Read More

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ବହୁ ନୀତିକାନ୍ତି ଥିବାରୁ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯିବ ।ଏଥିସହ ଶ୍ରୀଜୀଉଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ବ୍ୟବସ୍ଥା ଓ ମହାପ୍ରଭୁଙ୍କ ନୀତି…

Read More

କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାଶପୁର ପଞ୍ଚାୟତର କୁସୁପୁର ଗାଁର ଦେବପ୍ରସାଦ ଦାସଙ୍କ ଘରୁ ୫ଫୁଟର ଏକ ନାଗଶାପ ସହ ୮ଟି ନାଗଛୁଆକୁ ଉଦ୍ଧାର କଲେ Snake Rescue ର ଶୁଭେନ୍ଦୁ ସ୍ୱାଇଁ ।ତାଙ୍କ ସିଡ଼ି ଘରର ଏକ କୋଣରେ ଏକ ନାଗସାପ ଓ ଛୁଆ ବୁଲୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ଦୁଇ ଗୋଟି ନାଗଛୁଆକୁ ଦେବ ପ୍ରସାଦ ନିଜେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଜାଣିବାକୁ ପାଇଲେ ଆଉ ଅଧିକ ନାଗସାପ ଛୁଆ ଏବଂ ବଡ଼ ନାଗସାପ ଅଛି । ତେଣୁ ଦେବପ୍ରସାଦ କଟକର Snake Rescue ର ଶୁଭେନ୍ଦୁ ସ୍ୱାଇଁଙ୍କୁ ଫୋନ କରି ଜଣାଇଥିଲେ । ପରେ ସେ ପହଁଚି ପ୍ରଥମେ ୫ ଫୁଟର ଏକ ନାଗଶାପ ସହ ୬ଟି ନାଗଶାପ ଛୁଆକୁ ଉଦ୍ଧାର କରିଥିଲେ ।

Read More

ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର। ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ବାହାରର ପରିବା ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ । ଫଳରେ କିଣା ଅଧିକ ଯୋଗୁ ବିକ୍ରୟ ମଧ୍ୟ ଅଧିକ ଟଙ୍କାରେ କରାଯାଉଛି । ଯେ ପର୍ଯ୍ୟନ୍ତ ନୂଆ ପରିବ ଅମଳ ନହୋଇଛି ସେ ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି।ଆନ୍ଧ୍ର, କୋଲକାତା, ରାଞ୍ଚି, ରାୟପୁର, ବାଙ୍ଗାଲୋର ଭଳି ଜାଗାରୁ…

Read More

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଚଳିତ ରଥଯାତ୍ରାରେ ଦଳଚକଟା ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍‌ ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ ସୁନାବେଶରେ ଟ୍ରାଫିକ୍‌ ସୁପରିଚାଳନା ପାଇଁ ପୁଲିସ ସବୁ ଜୋର୍‌ ଲଗାଇଛି । ବଲ୍କ ମେସେଜ୍‌ ଭଳି ଅଭିନବ ଉପାୟରେ ଟ୍ରାଫିକ୍‌ ଭିଡ଼ ପରିଚାଳନା ପାଇଁ ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ ସମେତ ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, ଯାଜପୁର ଓ ଢ଼େଙ୍କାନାଳ ଭଳି ୮ଟି ନିକଟତମ ଜିଲ୍ଲାକୁ ବଛାଯାଇଛି । ଏସବୁ ଜିଲ୍ଲାବାସୀଙ୍କୁ ନିରନ୍ତର ବଲ୍କ ମେସେଜ ପଠାଯିବ । ତେବେ ଚାରି ଚକିଆ ଯାନ ପାଇଁ କଟକଣା ଜାରୀ ହୋଇଛି। ଭୁବନେଶ୍ୱର ଓ େକାଣାର୍କ ପଟୁ ଆସୁଥିବା ସମସ୍ତ ମୋଟର ଯାନ ଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ ଛକ ଦେଇ…

Read More

ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୫ ହେକ୍ଟର ଜମିରେ ୨ ହଜାର ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ ଫଳିଛି ।ଉନ୍ନତ ମାନର ପଣସ ଚାଷ ପାଇଁ ୨୦୨୨ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ପଣସ (ଜ୍ୟାକଫ୍ରୁଟ୍‌) ମିଶନ୍‌। ଏହି ମିଶନ ଆଧାରରେ ରାଜ୍ୟର ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଓ ଅନୁଗୁଳ ଭଳି ୯ଟି ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବରେ ପଣସ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସେହି ଅନୁସାରେ,…

Read More

BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ତେବେ ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଏବେ ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ ଅଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ ଓ ୧୩୨ ଲାଗିଛି -ଏହା ସହ ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଲାଗିଛି । କିନ୍ତୁ ତାଙ୍କ ଓକିଲ କହିଛନ୍ତି ଯେ ସେସନ୍ସ କୋର୍ଟକୁ ଯିବୁ।

Read More