ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମର ରଥାରୂଢ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟକୁ ଯାଉଛି ତୁଳସୀ ମାଳ, ପଦ୍ମମାଳ ଓ ଗେଣ୍ଡୁମାଳ ।ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ ଓ ପଦ୍ମଫୁଲ ହାର ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଠାରେ ଲାଗି ହେବ ।ଏହାର ପ୍ରସ୍ତୁତି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ଚିଣ୍ଟୁ ବାବା, ଗ୍ରାମବାସୀ ଓ ଅଗଣିତ ଶ୍ରଦ୍ଧାଳୁମାନେ । ତୁଳସୀ ବଣରୁ ଶଙ୍ଖ, ଘଣ୍ଟ, ଘଣ୍ଟା ଓ ହୁଳହୁଳି, ହରିବୋଲ ଶବ୍ଦ ସହ ଧୂପଦୀପ ଦେଇ ମହାପ୍ରଭୁଙ୍କ ପାଇଁ ତୁଳସୀ ତୋଳାଯାଇ ଗୁନ୍ଥା ଯାଇଥିଲା । ଏହି ସ୍ଥାନରୁ ପ୍ରତ୍ୟେକ ଦିନ ଚିଣ୍ଟୁବାବାଙ୍କ ଦ୍ୱାରା ତୁଳସୀ ଯାଇ ମହାପ୍ରଭୁଙ୍କୁ ଲାଗି…
Author: sanitelevision
ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ରାନ୍ୟା ରାଓଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିଲା । ଏହି ଅଭିଯୋଗ ମାର୍ଚ୍ଚ ୭ ତାରିଖ ୨୦୨୫ ରେ ପଞ୍ଜିକୃତ ହୋଇଥିଲା । ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ତରଫରୁ ଏହି ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ବିମାନବନ୍ଦରରୁ ଦୁଇଜଣ ବିଦେଶୀ ନାଗରିକଙ୍କ ଠାରୁ ପାଖାପାଖି ୨୧.୨୮ କିଲୋ ସୁନା ଜବତ କରାଯାଇଥିଲା । ଏହି ସୁନାର ମୂଲ୍ୟ ୧୮.୯୨ କୋଟି ଟଙ୍କା ଥିଲା । ଏହାର କିଛିଦିନ ପୂର୍ବରୁ ମାର୍ଚ୍ଚ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ରାତ୍ରୀଭୋଜନ ସମୟରେ, ପ୍ରଧାନମନ୍ତ୍ରୀ ରାଣା ମୋହିପଙ୍କୁ ଭେଟିଥିଲେ। ସେ କିଛି ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ‘ବୈଷ୍ଣବ ଜନ ତୋ’ ଭଜନ ଗାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଣା ମୋହିପଙ୍କର ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଗଭୀର ପ୍ରେମ ଅଛି। ରାତ୍ରୀ ଭୋଜନ ସମୟରେ ସେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାର ରାମ ମନ୍ଦିରର ଏକ ପ୍ରତିକୃତି ପ୍ରଦାନ କରିଥିଲେ। ଏହା ସହିତ, ସେ ସରୟୁ ନଦୀ ଏବଂ ଚଳିତ ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ଜଳ ମଧ୍ୟ ପ୍ରଦାନ କରିଥିଲେ। ତେବେ ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ପତ୍ର…
ରେଳଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର | ଭାରତୀୟ ରେଳପଥ ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ଯୋଗାଇ ଦେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ । ଯଦି ସେମାନେ ତାହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇପାରିବ। ଏହି ରେଳ ମନ୍ତ୍ରଣାଳୟ କହିଛି ଯେ ଭେଜ ମିଲର ମେନୁରେ ସାଦା ଭାତ (୧୫୦ ଗ୍ରାମ), ଡାଲି କିମ୍ବା ସାମ୍ବର (୧୫୦ ଗ୍ରାମ), ଦହି (୮୦ ଗ୍ରାମ), ୨ଟି ପରଟା କିମ୍ବା ୪ଟି ରୋଟି (୧୦୦ ଗ୍ରାମ), ତରକାରୀ (୧୦୦ ଗ୍ରାମ) ଏବଂ ଏକ ପ୍ୟାକେଟ…
ଋଣ ଗ୍ରହୀତାଙ୍କୁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) । ଏଣିକି ନିର୍ଦ୍ଧିଷ୍ଟ ଅବଧି ଆଗରୁ ଯଦି କୌଣସି ବ୍ୟକ୍ତି ବିଶେଷ ଋଣ ସୁଝନ୍ତି ତେବେ ତାଙ୍କ ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଚାର୍ଜ ଲଗାଇବେ ନାହିଁ । ଫ୍ଲୋଟିଂ ସୁଧହାର ଭିତ୍ତିକ ଋଣ ଉପରେ ଲାଗୁଥିବା ଆଗୁଆ ଋଣ ସୁଝିବା (ପ୍ରିପେମେଣ୍ଟ)ଚାର୍ଜକୁ ବାଦ ଦେବାକୁ କେନ୍ଦ୍ରିୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ନୂଆ ନିୟମ ୨୦୨୬ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ । ନୂଆ ନିୟମ ସମସ୍ତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ (ଏନ୍ବିଏଫ୍ସି) ସମେତ ଆର୍ବିଆଇ ନିୟନ୍ତ୍ରଣାଧୀନ ସଂସ୍ଥା ଲାଗି କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ବାସଗୃହ, ଏମ୍ଏସ୍ଏମ୍ଇ ଋଣ ନେଇଥିବା କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ । ଅଣବାଣିଜ୍ୟିକ କାର୍ଯ୍ୟ ଲାଗି ଫ୍ଲୋଟିଂ ରେଟ୍ରେ ଜଣେ ବ୍ୟକ୍ତି କିମ୍ବା ଏକାଧିକ ବ୍ୟକ୍ତି ବିଶେଷଙ୍କ ନାମରେ ଋଣ ନେଇଥିଲେ…
ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। । ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ, ଉତ୍କଣ୍ଠା । ରଥ ଟାଣିବାକୁ ଭକ୍ତ ଉତ୍ସାହିତ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ | ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି । ପାସ୍ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍ରେ ଛଡ଼ାଯିବ । ବିନା ପାସ୍ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ…
ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। ଆସ୍ଥା କେଉଁ ଲଢ଼ୁଆ ବିମାନ ପାଇବେ…
ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା।ତେବେ ଏହି ସଭାପତି ରେସରେ ଅନେକଙ୍କ ନାମ ଥିବା ବେଳେ, ମନମୋହନକୁ ଆଉ ଥରେ ସଭାପତି ଭାବରେ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବାରେ ସଫଳ…
ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ ମୋଟ୍ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି ସାର୍ଟିଫିକେଟ୍ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଛନ୍ତି ।
ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ ।ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ…









