Author: sanitelevision

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ରାଜ୍ୟ ସରକାର ମାନି ନେବେ । ରାଜ୍ୟରେ ପେଟ୍ରୋଲ- ଡିଜେଲ ଅଭାବ କରାଇ ଦେବୁ ନାହିଁ । କେହି ପାନିକ ହୁଅନ୍ତୁ ନାହିଁ । ଟାଙ୍କିରେ ତେଲ ମହଜୁତ ଅଛି । ଯଦି କେହି କଳାବଜାର କରେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମହିଛନ୍ତି।ସୂଚନା ଅନୁସାରେ ୬ଦଫା ଦାବି ପୂରଣ ପାଇଁ ଗତ ତିନି ଦିନ ହେଲାଣି ରାଜ୍ୟବ୍ୟାପି ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି ।ଏହି ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ଦେଖାଦେଇଛି, ଏବଂ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ମଧ୍ୟ ଚରମ ଅସୁବିଧାର ସମ୍ମୁଖୀନ…

Read More

ଯାଜପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉଭୟଙ୍କ ଗଳାରେ ଗଭୀର କ୍ଷତ ଦେଖାଦେଇଥିବା ବେଳେ ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟ ଆଘାତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ। ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ କୋରେଇ ଜାରଦା ଗାଁର ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ କରିଥିଲେ। ମହିଳା କହିଛନ୍ତି, “ମୋ ଶାଶୁଘର ଲୋକେ ମୋତେ ବହୁତ ଅସୁବିଧାରେ ରଖୁଥିଲେ।…

Read More

ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l। ଦୀର୍ଘ ସମୟ ଫସି ରହିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ଡାକ୍ତରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ତେବେ ମୂଷା ପାଇଁ ଏଭଳି ଅଘଟଣ ଘଟିଥିବା କହିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।ଟିଲାଗଡ ମାତୃ ଶିଶୁ ବିଭାଗର ତିନି ମହଲା ବିଲ୍ଡିଂରେ ଏଭଳି ଅଘଟଣ ଘଟିଥିଲା । ଗତ ବିଳମ୍ବିତ ରାତିରେ ମହିଳା ଓ ପ୍ରସୂତି ବିଭାଗର ଡାକ୍ତର କିରଣମୟୀ ପଣ୍ଡା ରାଉଣ୍ଡ ସାରି ଫେରିବା ବେଳେ ଲିପ୍ଟରେ ଫସିଯାଇଥିଲେ । ତିନି ମହଲା ବିଲ୍ଡିଂରେ ଲାଗିଥିବା ଏହି ଲିଫ୍ଟ ଅଳ୍ପ ଚାଲିବା ପରେ ହଠାତ୍ ବନ୍ଦ ହୋଇ ଯାଇଥିଲା । ଫଳରେ ସେ ଲିପ୍ଟ ଭିତରେ ହିଁ ଫସି ଯାଇଥିଲେ । ଲିଫ୍ଟଟି ତୃତୀୟ ମହଲାରୁ ଆସି ଦ୍ଵିତୀୟ…

Read More

ଡେଲାଙ୍ଗ ବ୍ଲକରେ ପୁଣି ଦେଖାଦେଇଛି କୁକୁଡା ମଡ଼କ। ଗତ ୭ ଦିନ ମଧ୍ୟରେ ବ୍ଲକର ବିଭିନ୍ନ ଫାର୍ମ ଗୁଡ଼ିକରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରିଛନ୍ତି। ବ୍ଲକର ଆଙ୍କୁଲା, ଶିଶୁଆପଡ଼ା, ଗୋଡ଼ିପୁଟ ମାଟିଆପଡ଼ା, ବେଗୁନିଆପଡ଼ା, ସିଂହବ୍ରହ୍ମପୁର, ଚାଇଁପୁର, ଗଡ଼ମୋଟରୀ ଆଦି ଅଞ୍ଚଳରେ ଥିବା ୧୫ରୁ ଊର୍ଦ୍ଧ୍ବ ଫାର୍ମ ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବାରୁ ଚାଷୀଙ୍କର ଲକ୍ଷଲକ୍ଷ ଟଙ୍କା କ୍ଷତି ହୋଇଛି। ଏହା ବାର୍ଡ ଫ୍ଲୁ ବୋଲି ସନ୍ଦେହ କରାଯାଉଛି।ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅଧିକାରୀ ଯାଇ ମୃତ କୁକୁଡ଼ାଙ୍କ ସ୍ୱାବ୍‌ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।କମ୍ପାନୀ କିମ୍ବା ପଶୁଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡ଼ା ଗୁଡ଼ିକୁ ଉଠାଇବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବାରୁ ଚାଷୀ ମୃତ କୁକୁଡ଼ା ଗୁଡ଼ିକୁ କେନାଲ, ନଦୀ ନାଳରେ ଫୋପାଡ଼ି ଦେଉଛନ୍ତି। ଫଳରେ ସଂକ୍ରମିତ କୁକୁଡ଼ାଙ୍କ…

Read More

ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ ପ୍ରତିବାଦ ଜଣାଉଛି।୧୪ଶ ଦଲାଇ ଲାମାଙ୍କ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ସ୍ଵୀକାର କରିବା ଆବଶ୍ୟକ। ଦଲାଇ ଲାମା ଚୀନରୁ ନିର୍ବାସିତ ହୋଇଛନ୍ତି। ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଜାରି ରଖିବା ସହିତ ଧର୍ମ ନାମରେ ଜିଜାଙ୍ଗ ପ୍ରଦେଶକୁ ଚୀନଠାରୁ ପୃଥକ କରିବାକୁ ଉଦ୍ୟମ କରିଆସୁଛନ୍ତି। ବେଜିଂ ପକ୍ଷରୁ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ଏହି ପଦକ୍ଷେପକୁ ବିରୋଧ କରାଯାଇଛି ବୋଲି ସେ କହିଛନ୍ତି।

Read More

ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ଏଭଳି ବୁଢ଼ି ଶାଶୁକୁ ମାଡ଼ ମାରୁଥିବା ବେଳେ ମା’ ଚୁପ୍ ରହି ଭିଡିଓ କରୁଥିବାରୁ ଦୃଶ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ‌ଯେ, ଅଭିଯୁକ୍ତ ବୋହୂ ଓ ବୃଦ୍ଧ ଶାଶୁ କୌଣସି କଥାକୁ ନେଇ ଝଗଡ଼ା କରିବା ଆରମ୍ଭ କରୁଛନ୍ତି। ଏହା ପରେ ଶାଶୁ ଯାଇ ସିଢ଼ିରେ ବସୁଛନ୍ତି। ଏହା ଦେଖି ବୋହୂ ତାଙ୍କ ମାଡ଼ ମାରିବାରୁ ତାଙ୍କ ‌କେଶ ଖୋଲିଯାଉଛି। ବୋହୂ ଏଭଳି ମାଡ଼ ମାରୁଥିବା ଦେଖି ସେ ତୁରନ୍ତ ଯାଇ ଘରର କବାଟ ବାଡ଼ାଉଛନ୍ତି। ଏଥିରେ ରାଗିଯାଇ ବୋହୂ ତାଙ୍କୁ ଟାଣି ତଳେ ପକାଇବା ସହ ବିଧା ଗୋଇଠା ମାରୁଛି। ଏହି ସମୟରେ ବୋହୂର…

Read More

ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି ।ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ । ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ । କାରଣ ସେଠାରେ ତାଙ୍କର ଭିଜିଓ ଥେରାପି ଚାଲିବ । ଏହାପରେ ସେ ଓଡ଼ିଶା ଫେରିବେ । ସୂଚନାମୁତାବକ ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀ ପାଇଁ ଜୁନ ୨୦ରେ ମୁମ୍ବାଇ ଗସ୍ତ କରିଥିଲେ ନବୀନ। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। ୨୨ ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ।

Read More

ଟୋଲ୍ ଫ୍ରି’ ନମ୍ବରରେ ହୋଇଥିବା ଅଭିଯୋଗ ଆଧାରରେ ସମ୍ୱଲପୁର ରାଇରଖୋଲର ବିଭିଓ ଡ. ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଜଣେ ହିତାଧିକାରୀଙ୍କ କୁକୁଡ଼ା ଫାର୍ମର ସବସିଡି ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଦୁର୍ନୀତି ନିବାରଣ ଟିମ୍ ତାଙ୍କୁ ଧରିଛି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ‘ଗୋ-ସୁଗମ’ ଯୋଜନାର ଜଣେ ହିତାଧିକାରୀ, ଏପ୍ରିଲ୍ ୨୦୨୫ ରେ ବ୍ରଏଲର ଫାର୍ମ ନିର୍ମାଣ କରିସାରିଛନ୍ତି ଏବଂ ମୋଟ ସବସିଡି ରାଶି ୯୦,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ଥିଲେ। ଏପ୍ରିଲ୍ ୨୦୨୫ ମସିହାରୁ, ଅଭିଯୋଗକାରୀ ପ୍ରକାଶ ସୋରେନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ। ତଥାପି ପ୍ରକାଶ ଉକ୍ତ ରାଶି ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। କୌଣସି ବିକଳ୍ପ ନପାଇ ଅଭିଯୋଗକାରୀ…

Read More

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ।

Read More

ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ ।ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ ଗେଟ୍ ଖୋଲା ହେବ । ଗତକାଲି ସମ୍ବଲପୁର ଜିଲ୍ଲାର ମହୁଲପାଲିରେ ବାଦଲ ଫଟା ବର୍ଷା ସହିତ ରାଜ୍ୟରେ ସର୍ବାଧିକ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି ।

Read More