Author: sanitelevision

ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଲୋକ ଆସୁଛନ୍ତି । ସବୁ ସମସ୍ୟା ଉପରେ ଲୋକଙ୍କୁ ନେଇ ଜନଜାଗରଣ କରିବା ଦିଗରେ ସାଧୁତାର ସହିତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ରାହୁଲଙ୍କ ସମାବେଶକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଛି। ଡ୍ରାଇଭରଙ୍କ ଷ୍ଟିଆରିଂ ଛାଡ ଆନ୍ଦୋଳନ ଭିତରେ ସମାବେଶକୁ କାର୍ଯ୍ୟକର୍ତ୍ତା କିପରି ଆସିବେ ସେନେଇ ଚିନ୍ତା ସୃଷ୍ଟି ହୋଇଛି। ସମ୍ବିଧାନ ବଞ୍ଚାଓ ସମାବେଶରେ ବ୍ୟାପକ ଭାବରେ ଲୋକ ଆସିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଏହି ସମୟରେ ଆମ ସାମ୍ନାରେ ଅନେକ ସମସ୍ୟା ଦେଖା ଦେଇଛି। କଂଗ୍ରେସକୁ ଟାର୍ଗେଟ କରି ଓଡ଼ିଶା ଲୋକଙ୍କୁ ହଇରାଣ କରି ପାରିବେନି ରାଜ୍ୟ…

Read More

ନୂଆ ଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବିଧାୟକ ରାଗିଯାଇ ଫାଇଲ ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୂଆ ଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ସମୀକ୍ଷା ନେଇ ପଞ୍ଚାୟତ ସମିତି ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା । ତେବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଳମ୍ବିତ ବିକାଶମୂଳକ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଫିସିଆଲ୍ ଫାଇଲ୍ ଚିରି ଦେଇଥିଲେ ଏବଂ ବିଳମ୍ବିତ କାର୍ଯ୍ୟ ଶୀଘ୍ର ଶେଷ ନହେଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ବ୍ଲକ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଉଥିଲା। କିନ୍ତୁ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଧୀମା ଗତିକୁ ନେଇ ବିଧାୟକ ବେହେରା ପ୍ରଶ୍ନ ଉଠାଇଥିଲେ, ଯାହା ବୈଠକକୁ ଉତ୍ତେଜନାପୂର୍ଣ୍ଣ କରି ଦେଇଥିଲା।

Read More

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଚଳିତ ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଇ ଦିଆଯିବ। ରାଜ୍ୟରେ ଉପଲବ୍ଧ ଗହମ ତୁରନ୍ତ ଖାଉଟିଙ୍କୁ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଦ୍ୱିତୀୟ ପଯ୍ୟାୟ ସ୍ଥଗିତ ରଖାଯାଇଛି । ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ ।ସେ ଜଣାଇଛନ୍ତି ଯେ, ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ଏଣିକି ବଳକା ଚାଉଳ ନେବ ଏଫସିଆଇ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ବଳକା ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନେବାକୁ ସହମତି ପ୍ରକାଶ ପାଇଛି। ଏଫସିଆଇ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର।

Read More

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ, ଆଉ ଆଜି କଂଗ୍ରେସରେ ସୁନୀତା ମିଶିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ ।୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଗତକାଲି ହଠାତ୍ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ । ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି।…

Read More

ସ୍ୱାଭାବିକ ତୁଳନାରେ ଦ୍ରୁତ ଘୂରିଛି ପୃଥିବୀ । ଫଳରେ ଦିନରୁ କିଛି ସମୟ କମିଛି । ଆସନ୍ତା ୨୨ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଅପେକ୍ଷାକୃତ ଦ୍ରୁତ ଘୂରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ରର ସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରିବ, ଯାହା ଫଳରେ ପ୍ରତ୍ୟେକ ଦିନ ସାଧାରଣ ତୁଳନାରେ ୧.୩ରୁ ୧.୫୧ ମିଲିସେକେଣ୍ଡ୍‌ ମଧ୍ୟରେ ଛୋଟ ହେବ ।ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ୨୪ ଘଣ୍ଟା ପୂରଣ ହେବାର କିଛି ମିଲିସେକେଣ୍ଡ ପୂର୍ବରୁ ଦିନଟି ଶେଷ ହୋଇଯିବ । ପୃଥିବୀ ନିଜ ଅକ୍ଷ ପଥରେ ସଂପୂର୍ଣ୍ଣ ଥରେ ଘୁରିବାକୁ ୮୬ ହଜାର ୪୦୦ ସେକେଣ୍ଡ ବା ୨୪ ଘଣ୍ଟା ସମୟ ନେଇଥାଏ, ଯାହାକୁ ଗୋଟିଏ ଦିନ ହିସାବରେ ଗଣନା କରାଯ।ଏ । ହେଲେ ଏବେ ଚନ୍ଦ୍ରର ଅବସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।…

Read More

ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଏବେ ବି ମନ୍ତିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବାବେଳେ, ନିଗମ, ବୋର୍ଡରେ ମଧ୍ୟ ନିଯୁକ୍ତି ହୋଇନି । ତେଣୁ ବିଜେପି ସଭାପତି ନିର୍ବାଚନ ପରେ ଏବେ ଚର୍ଚ୍ଚା ହେଉଛି ରାଜ୍ୟରେ କାହାକୁ କାହାକୁ ମିଳିବ କ୍ଷମତା ମୁଆଁ ? ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେବେ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରେସରେ ଥିବା ନେତାଙ୍କ ଭିତରେ ଆଗରେ ରହିଛି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି ପ୍ରମୁଖଙ୍କ ନାଁ। ଅନ୍ୟପଟେ ମନ୍ତ୍ରୀ ନଥିବା ଜିଲ୍ଲା କନ୍ଧମାଳ, କୋରାପୁଟ ଓ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ ମିଳିପାରେ। ଏହା ସହ କିଛି ମନ୍ତ୍ରୀଙ୍କର ବିଭାଗ ମଧ୍ୟ ବଦଳିବା ନେଇ ଚର୍ଚ୍ଚା ବଢିଛି।ରାଜ୍ୟରେ ବିଜେପି ସରକାର ଆସିବା ପରେ ୩୨ଟି ଯାକ ବୋର୍ଡ ଓ…

Read More

ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କଣ? । ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । କଟକ ଛତ୍ର ବଜାରରେ ଆକାଶ ଛୁଆଁ ପରିବା ଦର ହୋଇଛି । କଟକ ଛତ୍ରବଜାରେ ଆଳୁ- କିଲୋ ୨୦, ପିଆଜ – କିଲୋ ୨୫, କଖାରୁ – କିଲୋ ୨୦, ପୋଟଳ – କିଲୋ ୩୦, ଭେଣ୍ଡି – କିଲୋ ୪୦, ବିଲାତି – କିଲୋ ୩୦, ବାଇଗଣ – କିଲୋ ୭୦, ଗାଜର -କିଲୋ ୩୦ ଟଙ୍କା ରହିଛି ।ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି ।

Read More

ଦିଲ୍ଲୀ ହାଇକୋର୍ଟରେ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତକର ଆବେଦନର ଶୁଣାଣିର ରାୟ ସାମ୍ନାକୁ ଆସିଛି। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଟଙ୍କିଆ ଏବଂ ତା’ଠାରୁ କମ ମୂଲ୍ୟର ନୋଟ୍‌ ଏବଂ ମୁଦ୍ରାକୁ ଅଧିକ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇଥିଲା।ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ବଜାରରେ ୫୦ ଟଙ୍କା କଏନ୍ ଆଣିବାର କୌଣସି ଯୋଜନା ନାହିଁ । ୨୦୨୨ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ସାଧାରଣ ଜନତା ୧୦ ଏବଂ ୨୦ ଟଙ୍କିଆ ମୁଦ୍ରା ଅପେକ୍ଷା ନୋଟକୁ ଅଧିକ ପସନ୍ଦ କରୁଛନ୍ତି ।ଦିଲ୍ଲୀ ହାଇକୋର୍ଟରେ ଦାୟର ଆବେଦନରେ ଆବେଦନକାରୀ ଦାବି କରିଛନ୍ତି ଯେ, ସେ ମୁଦ୍ରା ଡିଜାଇନରେ ଥିବା ତ୍ରୁଟିଗୁଡ଼ିକୁ ଅଧ୍ୟୟନ କରିଛନ୍ତି, ଯେଉଁଥିରେ ଏହା ଜଣାପଡ଼ଛି ୫୦ ଟଙ୍କାର ନୋଟ୍‌ ଅନ୍ୟ ନୋଟ୍‌ ଠାରୁ ସ୍ପଷ୍ଟ ଭାବରେ ପୃଥକ୍‌ ନୁହେଁ। ସେହି…

Read More

ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା । ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁନି ବୋଲି ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ମହଜୁଦ ରହିଛି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ଏହା ଏକ ସ୍ୱାଭାବିକ କଥା । ଏବେ ୨୦୦ ଟ୍ୟାଙ୍କର ଆସିଛନ୍ତି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । ସରକାରଙ୍କ ସହ ଆଲୋଚନା ହୋଇଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ସୂଚନାମୁତାବକ ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି…

Read More

ଶରଧାବାଲିରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ-ଆନେକ୍ସରେ ଗତକାଲି ପ୍ରଥମ ସାକ୍ଷ ଗ୍ରହଣ କରିଥିଲେ ଅନୁ ଗର୍ଗ । ପ୍ରଥମ ଦିନ ୧୭ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ପ୍ରଦାନ କରିଥିଲେ । ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ ପ୍ରତ୍ୟକ୍ଷଦର୍ଶୀ । ଆଗ୍ରହୀ ବ୍ୟକ୍ତି ଘଟଣା ସଂପର୍କରେ ସାକ୍ଷ୍ୟ ଓ ତଥ୍ୟ ରଖିଛନ୍ତି ।ଗତ ଜୁନ୍‌ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଆଜି ଅପରାହ୍ଣ ୩ଟା ପର ଠାରୁ ଜନସାଧାରଣ ଅନୁ ଗର୍ଗଙ୍କୁ…

Read More