ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ । ବରମୁଣ୍ଡା ପଡ଼ିଆରେ ସାଧାରଣ ସଭା କାର୍ଯ୍ୟକ୍ରମରେ ଦେବେ ଯୋଗ । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ ।ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଟିମ ନିୟୋଜିତ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ଭାଜପା ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ତ୍ରିପାଠୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ଆଜି ମଧ୍ୟ ହତାସା ଭିତରେ ରହିଛି। କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ ଏହା କଂଗ୍ରେସ ବଞ୍ଚାଅ ସମାବେଶ ।ଖାଲି ଏତିକି ନୁହେଁ ବିଜେପି ଆହୁରି ମଧ୍ୟ କହିଛି, ୧୯୭୫ ମସିହାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି…
Author: sanitelevision
କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋର୍ଦାର କରାଯାଇଛି। ଏଥିଲାଗି ସ୍ବତନ୍ତ୍ର ସେନା ଦଳ କାର୍ଯ୍ୟ କରୁଛି। ସେନା ଦଳ ତତ୍ତ୍ବାବଧାନରେ ଓଡ଼ିଶା ପୁଲିସ ବାଂଲାଦେଶୀଙ୍କୁ ଉଠାଇ ନେଉଛି। ସେମାନଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ସ୍ବଦେଶ ଫେରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଯେଉଁମାନଙ୍କର ପ୍ରମାଣପତ୍ର ଥିବ ସେମାନଙ୍କୁ ଛାଡ଼ିଦିଆଯିବ ବୋଲି ସୂଚନା ରହିଛି। କମିସନରେଟ ପୁଲିସ ରାଜଧାନୀରୁ ପ୍ରାୟ ୪୦ ବାଂଲାଦେଶୀଙ୍କୁ ଧରି ସେନା ଦଳକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସହରୀ ପୁଲିସର ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ରହିଛି, ଡିଆଇବି ମଧ୍ୟ କାର୍ଯ୍ୟ କରୁଛି, ଆୟୁକ୍ତଙ୍କ ଅଧୀନରେ ସ୍ପେଶାଲ କ୍ରାଇମ ୟୁନିଟ (ଏସ୍ସିୟୁ) ରହିଥିବା ବେଳେ ବାଂଲାଦେଶୀଙ୍କୁ ସ୍ପେଶାଲ ସ୍କ୍ବାଡ ଚିହ୍ନଟ କରୁଛି।ସମ୍ବଲପୁର ସହରରୁ ବାଂଲାଦେଶୀଙ୍କୁ ‘ତଡ଼ିପାର୍’ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିଛି ଧନୁପାଲି ପୋଲିସ । ବେଆଇନ ଭାବେ ରହୁଥିବା ବାଂଲାଦେଶୀ ପ୍ରବେଶକାରୀ ଚିହ୍ନଟ ସହ ସେମାନଙ୍କୁ ବିଦା କରିବାକୁ ସହରର ଧନୁପାଲି…
ଗୁଜରାଟର ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍ ଓ ଏସଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପୋଲ ଭୁଶୁଡ଼ିବାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।ସେତୁ ଭୁଶୁଡ଼ିବା ପରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ୩ ବର୍ଷ ପୁରୁଣା ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଯେଉଁଥିରେ ଯୁବ ସେନା ସଂଗଠନ ଚଳାଉଥିବା ସାମାଜିକ…
କଳାହାଣ୍ଡି ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ବାଲିଗୁଡ଼ା ଥାନା ଅଞ୍ଚଳକୁ ଆସିଥିଲେ ସାଧା ପୋଷାକଧାରୀ ପୋଲିସ୍। ତେବେ ସାଧା ପୋଷାକଧାରୀ ପୋଲିସକୁ ଦେଖି ଅପହରଣକାରୀ ବୋଲି ପାଟି କରିଥିଲା ଅଭିଯୁକ୍ତ । ଏହି ଖବର ପ୍ରସାରିତ ହୋଇଯିବା ପରେ ପୋଲିସକୁ ଲୋକେ ଅପହରଣକାରୀ ବୋଲି ସନ୍ଦେହ କରିଥିଲେ। ପରେ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣା ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି ଏବଂ ଅଞ୍ଚଳବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛି।
ଆସନ୍ତା ୨୦ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ । ପ୍ରଥମ ଥର ପାଇଁ ଓଟିଇଟି ପ୍ରଶ୍ନପତ୍ରରେ ଲାଗୁଛି ୱାଟର ମାର୍କ ଓ କ୍ୟୁ ଆର କୋର୍ଡ । ୧୨ ତାରିଖରେ ପରୀକ୍ଷାର୍ଥୀମାନଙ୍କୁ ଆଡ଼ମିଟ କାର୍ଡ ଯୋଗାଇ ଦିଆଯିବ । ବୋର୍ଡର ୱେବସାଇଟ www.bseodisha.ac.in ରୁ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ।ଆସନ୍ତା ୨୦ ରେ ହେଉଥିବା ଓଟିଇଟି ପରୀକ୍ଷା ରାଜ୍ୟର ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଉଛନ୍ତି । ଏଥିପାଇଁ ରାଜ୍ୟରେ ୧୧୩ ପରୀକ୍ଷା କେନ୍ଦ୍ର କରାଯାଇଛି ।
ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ଜଣାପଡିବ ଯେ ଏହା ବାର୍ଡ ଫ୍ଲୁ କି ନୁହେଁ । ହେଲେ ଏହା ବାର୍ଡ ଫ୍ଲୁ କି ନୁହେଁ ତା’ ସ୍ପଷ୍ଟ ହେବା ପରେ ଜଣାପଡ଼ିବ । ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ…
ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ ନାହିଁ ଡ୍ରାଇଭର ମହାସଂଘ । ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଡ୍ରାଇଭର ଏକତା ମହାମଞ୍ଚରେ ଥିବା ସମସ୍ତ ଡ୍ରାଇଭରମାନଙ୍କୁ ଏନେଇ ସେ ଅନୁରୋଧ କରିଛନ୍ତି । ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି । କିନ୍ତୁ କଂଗ୍ରେସର ସମାବେଶକୁ କଂଗ୍ରେସ କର୍ମୀ ଆସୁଥିବାରୁ ଗାଡିକୁ ନଅଟକାଇବାକୁ ଅନୁରୋଧ କରିଥିଲେ ପିସିସି ସଭାପତି । କଂଗ୍ରେସର ଅନୁରୋଧ ରକ୍ଷା କରି କଂଗ୍ରେସର ଗାଡ଼ିକୁ ଅଟକାଯିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି । ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିବୁ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି । ମହାସଂଘର ୭ ଦଫା ଦାବି ନେଇ ଏହି ଆନ୍ଦୋଳନ ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇଛି।…
ଆଇଏଏସ ମନୋଜ କୁମାର ମହାନ୍ତି ଓପିଏସସି ସଦ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୨ ନମ୍ବର ଖୁଆଡ଼ରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ଶାବକଟି ଜୁଲାଇ ୯ ତାରିଖ ଅପରାହ୍ନ ୫ଟା ୨୫ ମିନଟରେ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା’ ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର ୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା। ଏହି ନବଜାତକର ଜନ୍ମପରେ ଚିଡ଼ିଆଖାନାରେ ମୋଟ୍ ଗୟଳସଂଖ୍ୟା ୧୪ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡ଼ିଛି। ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ । ଏହାର ମାଂସପେଶୀର ଗଠନ, ଉତ୍ତଳ କପାଳଧାର ଏବଂ ଗୋଡ଼ରେ ହାଲୁକା ରଙ୍ଗ ଯୋଗୁ ସେ ଗୟଳ ଭାବେ ବେଶ୍ ପରିଚିତ। ଜଙ୍ଗଲ ପରିସଂସ୍ଥାକୁ ବଜାୟ ରଖିବାରେ ତୃଣଭୋଜି ପ୍ରାଣୀ ଗୟଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥସାରଥୀଙ୍କୁ ଗିରଫ କଲା ଭୁବନେଶ୍ବର ବଡ଼ଗଡ଼ ଥାନା ପୋଲିସ । ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ଏବଂ ଆଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ । ପୂର୍ବରୁ ପାର୍ଥଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ JMFC କୋର୍ଟ ।ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ‘ହେଲୋ ଆର୍ସି’ ପ୍ରସିଦ୍ଧ ଅଭିନେତାଙ୍କ ବିରୋଧରେ ତାଙ୍କ ଛାଡପତ୍ର ପ୍ରକ୍ରିୟା ସମ୍ପର୍କରେ ଆଇନଗତ ପ୍ରୋଟୋକଲ ପାଳନ ନକରିବା କାରଣରୁ ଏନବିଡବ୍ଲୁ ଜାରି କରାଯାଇଥିଲା। ସେ କୋର୍ଟ ସମନକୁ ଏଡାଇ ଯାଉଥିବା ଅଭିଯୋଗ ହୋଇଛି। ତାଙ୍କ ଦ୍ୱାରା ବାଧ୍ୟତାମୂଳକ ସର୍ତ୍ତାବଳୀ ଉଲ୍ଲଂଘନ…









