Author: sanitelevision

ଆଜି ମୁମ୍ବାଇରୁ ଫେରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଡ଼ିଶା ଫେରୁଛନ୍ତି । ଦିନ ୧୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବେ । । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଭୁବନେଶ୍ୱର ଫେରିବେ । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦଳୀୟ ନେତା ଓ କର୍ମୀ ନବୀନ ନିବାସ ଯାଏଁ ସ୍ୱାଗତ କରିବେ । ଏନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।କ୍ଷମତାରେ ଥାନ୍ତୁ ନଥାନ୍ତୁ ଓଡିଶାବାସୀଙ୍କ ପାଖରେ ସବୁବେଳେ ପ୍ରିୟ ହୋଇ ରହିଛନ୍ତି ନବୀନ । ତାଙ୍କ ଚିକିତ୍ସା ଖବର ପାଇବା ପରେ ସାରା ରାଜ୍ୟରେ…

Read More

ସର୍ବଦା ବିହାରରେ କୌଣସି ଏକ କାର୍ଯ୍ୟ କଳାପକୁ ନେଇ ବିହାର ଚର୍ଚାରେ ରୁହେ ତେବେ ମାଧେପୁରା ପୌର ପରିଷଦ ଅଞ୍ଚଳର ଜୟପାଲପଟ୍ଟି ଅଞ୍ଚଳର ଜଣେ ମହିଳାଙ୍କ ଭୋଟର ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଛପାଯାଇଥିଲା। ଏହି ଗୁରୁତର ଅବହେଳା ପାଇଁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାନ୍ୟା କୁମାରୀ ପୂର୍ବତନ BLO ପାର୍ବତୀ କୁମାରୀଙ୍କ ବିରୋଧରେ ଏତଲା ଦିଆଯାଇଛି।ଆବେଦନରେ କୁହାଯାଇଛି ଯେ ପୂର୍ବତନ BLO ପାର୍ବତୀ କୁମାରୀ ଭୋଟରଙ୍କ ନାମ ଅନୁସାରେ ଫଟୋ ଯୋଡ଼ି ନଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଯୋଡ଼ିଥିଲେ, ଯାହା ଲୋକ ପ୍ରତିନିଧିତ୍ୱ ଆଇନ 1950 ଧାରାର ଉଲ୍ଲଂଘନ। ପୋଲିସ ଷ୍ଟେସନ୍ ପ୍ରଭାରୀ ବିମଳେନ୍ଦୁ କୁମାର କହିଛନ୍ତି ଯେ BLOଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।ଏହି ମାମଲା ୯ ଜୁଲାଇରେ ମହିଳାଙ୍କ ସ୍ୱାମୀ ଚନ୍ଦନ କୁମାର ପୋଷ୍ଟ ମାଧ୍ୟମରେ ତାଙ୍କ ସ୍ତ୍ରୀଙ୍କ ଭୋଟର କାର୍ଡ ପାଇଥିଲେ। କାର୍ଡରେ ନାମ,…

Read More

ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇସାରିଛି । କିନ୍ତୁ ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଗୁରୁବାର ଆଇନ ମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥିପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।ସେଠାରୁ ସମ୍ମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ | ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ । ଅସ୍ଥାୟୀ ଟ୍ରେଜେରୀରୁ ମହାପ୍ରଭୁଙ୍କ ରତ୍ନ ବାକ୍ସ ଗୁଡ଼ିକୁ ପ୍ରଥମେ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ । ତଥାପି ଆଗାମୀ ୩ ମାସ ଭିତରେ ଏହି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି…

Read More

ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଖବର ମିଳିବା ପରେ ଅବକାରୀ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରିରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Read More

ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ସେପଟେ ଯାନ୍ତ୍ରିକ ତ୍ରୁଟି ଓ ପଙ୍ଖା ନଷ୍ଟ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ସେଠାରେ ସ୍ବାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ କିପରି ଆୟୋଜିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରାପଡା ଗସ୍ତରେ ଆସି କଲେଜ ପଡିଆରେ ଅସ୍ଥାୟୀ ହେଲି ପ୍ୟାଡରେ ଓହ୍ଲାଇଥିଲେ। ମାଉସୀ ମା ମନ୍ଦିର ନିକଟରେ ଆୟୋଜିତ ତିରଙ୍ଗା କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍କିଟ ହାଉସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରାହ୍ନରେ ଝଡ଼ବର୍ଷା ହୋଇଥିଲା । ଏହାପରଠୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇ ପଡ଼ିଛି । ନା ହେଲିକପ୍ଟର ଟି ମରାମତି ହେଉଛି ନା ଉଡାଣ ଭରୁଛି। ତେବେ ହେଲିକପ୍ଟରର ପଙ୍ଖା ନଷ୍ଟ…

Read More

ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି ।ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ବି ନାଁ କାଟିଦେବେ ସରକାର ।ବଡ଼…

Read More

ରାୟଗଡ଼ା – ଅବୈଧ ପ୍ରେମକୁ ନା, ପ୍ରେମୀ ଯୁଗଳଙ୍କୁ ବଳଦ ସଜେଇ ହେଲା ଯୁଝିଲେ ଗ୍ରାମବାସୀ । ରାୟଗଡ ଜିଲ୍ଲା ରେ ପୁଣି ସାମାଜିକ କଳଙ୍କ ଦେଖାଦେଇଛି।ଅବୈଧ ପ୍ରେମ କୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ କରିଛନ୍ତି। ପ୍ରେମୀ ଯୁଗଳ ବେକ ରେ ହଳ ଯୁଝି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ ।କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ର କଂଜମଯୋଡି ଗ୍ରାମରେ ଘଟିଛି ଏହି ଘଟଣା l ନିଜ ପିୟୁସିଙ୍କୁ ପ୍ରେମ ବିବାହ କରିଥିବା ପୁତୁରା କୁ ଗ୍ରାମବାସି ଦଣ୍ଡ ଦେଇଛନ୍ତି lପୁତୁରା ଲାକ ସାରାକା ଏବଂ ପିୟୁସି କୋଡିୟା ସାରାକା ଙ୍କୁ ଏଭଳି ଅମାନବୀୟ ଦଣ୍ଡ ଦେବାର ନଜରକୁ ଆସିଛି।ଏକ ସପ୍ତାହ ପୂର୍ବରୁ ଘଟିଥିଲା ଏହି ଘଟଣା ସୋସିଆଲ ମିଡ଼ିଆ ରେ ଭାଇରଲ ପରେ ଆସିଛି ଲୋକଲୋଚନକୁ । ଏ ନେଇ ପରିବାର ଲୋକଙ୍କ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Read More

ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।ମହାସମାବେଶରେ ସେ ଯୋଗ ଦେଇ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି | ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି | ରାହୁଲ କହିଛନ୍ତି ଯେ ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି | ସେ କହିଛନ୍ତି ଯେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି | ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି | ଓଡ଼ିଶାରେ ୫ରୁ ୬ଟି କମ୍ପାନୀକୁ ସମସ୍ତ…

Read More

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ଫଳରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀମାନେ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍‌ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ। ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ନେଇ କୌଣସି ସୂଚନା ଦେଇନାହିଁ। ଶୁଭାଂଶୁ ଶୁକ୍ଲାଙ୍କ ସହିତ, ଏହି ମିଶନରେ ଆମେରିକୀୟ ମହାକାଶଚାରୀ ପେଗି ହ୍ବିଟସନ (କମାଣ୍ଡର), ପୋଲାଣ୍ଡର ସ୍ଲାଭୋସ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର୍‌ କାପୁ ସାମିଲ ଅଛନ୍ତି। ଦଳ ଜୁନ ୨୫ ତାରିଖରେ ସ୍ପେସଏକ୍ସର ‘ଡ୍ରାଗନ ଗ୍ରେସ’ କ୍ୟାପସଲ୍‌ରେ ଏକ ଫାଲକନ ରକେଟ୍‌ରେ ଯାତ୍ରା କରିଥିଲେ ଏବଂ ୨୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ସହିତ ସଫଳତାର ସହିତ ସଂଯୋଗ କରିଥିଲା।ଇଏସ୍ଏ କହିଛି, ତାରିଖ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଏବଂ…

Read More

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୦,୨୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୮,୪୧୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଗୁରୁବାର ଅପେକ୍ଷା ଶୁକ୍ରବାର ଦର ବୃଦ୍ଧି ପାଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୨୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮, ୪୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ହଜାର ୨୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୫୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୩୫୦ ଟଙ୍କା ରହିଛି । ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ରହିଛି…

Read More