Author: sanitelevision

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି।ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ ।

Read More

ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। କମ୍ପାନୀ ତା’ର ଭାରତ-କେନ୍ଦ୍ରୀୟ ଏକ୍ସ ହ୍ୟାଣ୍ଡେଲରେ ଏକ ଟିଜର ପୋଷ୍ଟ କରି କହିଛି, “ଶୀଘ୍ର ଆସୁଛି”। ଏହି ପୋଷ୍ଟ ସହିତ ଜୋଡ଼ା ହୋଇଥିବା ଗ୍ରାଫିକ୍‌ରେ ସୂଚାଇ ଦିଆଯାଇଛି ଯେ ଟେସଲା ଜୁଲାଇ ୨୦୨୫ରେ ଭାରତରେ ଆରମ୍ଭ ହେବ। କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଜୁନ୍‌ ମାସ ଆରମ୍ଭରେ କହିଥିଲେ ଯେ ଟେସଲା ଭାରତରେ ଉତ୍ପାଦନ କରିବାକୁ ଆଗ୍ରହୀ ନୁହେଁ; ବରଂ ସେମାନେ ଏଠାରେ ଶୋ’ରୁମ୍ ଖୋଲିବାକୁ ଚାହୁଁଛନ୍ତି। ଜୁନ୍‌ ମାସର ପରବର୍ତ୍ତୀ ସମୟରେ କୁମାରସ୍ୱାମୀ କହିଥିଲେ, “ଟେସଲା କେବଳ…

Read More

ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା । ସରକାରଙ୍କ ନିକଟରେ ଆତ୍ମସମର୍ପଣ ପାଇଁ ୩୭ ଲକ୍ଷ ଟଙ୍କା ଇନାମୀ ରଖାଯାଇଥିଲା । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏନେଇ ବସ୍ତର IG ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି ।ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ୍ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଛି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ଏବଂ ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ବସ୍ତର IG ସୁନ୍ଦର ରାଜ ପି କହିଛନ୍ତି। ମାଓ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।…

Read More

YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ, ବରଂ ସଚ୍ଚୋଟ ଭାବରେ କାମ କରୁଥିବା ୟ୍ୟୁଟ୍ୟୁବର୍‌ଙ୍କ ରୋଜଗାରକୁ ମଧ୍ୟ ପ୍ରଭାବିତ କରୁଛି। ଏବେ YouTube ଏପରି ବିଷୟବସ୍ତୁ ଉପରେ କଠୋରତା ଦେଖାଇବାକୁ ନିଷ୍ପତ୍ତି ନେଇଛି।୧୫ ଜୁଲାଇ, ୨୦୨୫ ଠାରୁ, YouTube YouTube ପାର୍ଟନର୍ ପ୍ରୋଗ୍ରାମ (YPP) ପରିବର୍ତ୍ତନ କରି ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ଅପଡେଟର ଉଦ୍ଦେଶ୍ୟ ହେଉଛି ନକଲି ଏବଂ ସହଜ ବିଷୟବସ୍ତୁକୁ ମୁଦ୍ରୀକରଣରୁ ବାଦ ଦେବା।ଅନେକ କ୍ରିଏଟର ଭୟ କରୁଛନ୍ତି ଯେ ଏହି ନିୟମଗୁଡ଼ିକ ସେମାନଙ୍କ ଭିଡିଓର ଆୟକୁ ପ୍ରଭାବିତ କରିବ, କିନ୍ତୁ YouTubeର ସମ୍ପାଦକୀୟ ଏବଂ ସୃଷ୍ଟିକର୍ତ୍ତା ଯୋଗାଯୋଗ ମୁଖ୍ୟ ରେନେ ରିଚି କହିଛନ୍ତି ଯେ ଏହା କେବଳ ଏକ “ଛୋଟ…

Read More

ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି ।ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ…

Read More

ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ସକାସେ ଜୁଏଳ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ ।କେନ୍ଦ୍ରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ ୫ ବର୍ଷ ପରେ ପୁଣି ସୁଯୋଗ ମିଳିଛି। ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି। ଲୋକ ସଭା ଆସନରୁ…

Read More

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି।‘ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜର ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି, ମାରକ କ୍ଷମତା ଓ କାର୍ଯ୍ୟଦକ୍ଷତାକୁ ଅନୁଧ୍ୟାନ କରାଯିବାବେଳେ ଏହା ସଫଳତାର ସହ କାର୍ଯ୍ୟ କରିଥିଲା। ‘ଅସ୍ତ୍ର’ (ବିଭିଆର୍‌ଏଏଏମ୍‌) ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଏହି ଅସ୍ତ୍ର ପ୍ରଣାଳୀକୁ ସଫଳ ଭାବେ ନିର୍ମାଣ କରିବା ଲାଗି ଡିଆରଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌…

Read More

ରାଜ୍ୟରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉପକୂଳ ଏବଂ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା ଓ କୋରାପୁଟରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରବିବାରରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ୧୬ ତାରିଖରୁ ବର୍ଷାର ପ୍ରଭାବ କମିବା ସହିତ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିପାରେ।

Read More

ଓଡ଼ିଶାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହୋଇଛି । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷଣ ପରେ ସାମ୍ନାକୁ ଆସିଛି ରିପୋର୍ଟ । ଭୋପାଳ ସ୍ଥିତ NIHSADରୁ ରିପୋର୍ଟ ଆସିଥିବା ସୂଚନା ।ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ଏହି ସୂଚନା ଦେଇଛନ୍ତି । ପ୍ରତିବର୍ଷ ବାର୍ଡ ଫ୍ଲୁ ଚିହ୍ନଟ ପରେ ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଛି । ପୁଣି ଋଣ କରି ଚାଷ କରିବା କଥା ଭାବିଲେ ବି ଡର ଲାଗୁଛି…

Read More

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଥିଲେ ଅର୍ଚ୍ଚନା ନାଗ। ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ, ପୂର୍ବତନ ସରକାର ଓ ପୋଲିସ ମିଳିତ ଭାବେ ତାଙ୍କ ନାଁରେ ମିଛ ଅଭିଯୋଗ ରୁଜୁ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ। ୨୦୨୨ରେ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲିଂ ଓ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ମାମଲା ରାଜ୍ୟରେ ବେଶ୍ ଚର୍ଚ୍ଚାରେ ଥିଲା, ଯେଉଁଥିରେ ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ୧୪ ମାସ ଜେଲ୍‌ରେ ରହିବା ପରେ ୨୦୨୩ ଡିସେମ୍ବରରେ ଅର୍ଚ୍ଚନା ହାଇକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସେ କହିଥିଲେ, “ଜେଲ୍‌ ଯିବା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା।…

Read More