ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି ହୋଇଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ରହିଛି। ଦୁଇ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।
Author: sanitelevision
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେବେ।ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି । ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ଫେରାଦ ହେବ ବିଜେଡି । ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ନିବେଦନ କରିଛି ଦଳ । ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି । ଏବେ ନିଜେ ରାଷ୍ଟ୍ରପତି ଭରଷା ଦେବା ପାଇଁ ଆଶା କରିଛୁ ବୋଲି ବିଜେଡି କହିଛି ।
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ ଜୀବନରେ ପେଟପାଟଣା ପାଇଁ ସେ ବିଭିନ୍ନ ଛୋଟମୋଟ ସରକାରୀ ଚାକିରି କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ ଗାଁକୁ ଫେରି ପାହାଡ଼ିଆ ଅନୁର୍ବର ଜମିରୁ ନିଜେ ଖୁଣ୍ଟାତାଡ଼ି ଏହାକୁ ଚାଷଜମି ରୂପେ ପ୍ରସ୍ତୁତ କରି ନିଜର ତେଲଲୁଣ ସଂସାରକୁ ଚଳାଇଥିଲେ। ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ। ଦ୍ବିପ୍ରହର ବିଶ୍ରାମ ସମୟରେ ବହି ପଢ଼ିବା ଥିଲା ତାଙ୍କର ଏକ…
ମଧ୍ୟପ୍ରଦେଶର ଶେଓପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା ଆଠ ବର୍ଷୀୟ ମାଈ ଚିତା ‘ନାଭା’ର ଶନିବାର ଦିନ ମୃତ୍ୟୁ ହୋଇଛି।ନାଭା ଏକ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା। ବନ ବିଭାଗ ଦ୍ୱାରା ଜାରି ସରକାରୀ ସୂଚନା ଅନୁଯାୟୀ, ନାଭାର ବାମ ପାର୍ଶ୍ୱ ଅଲନା ଏବଂ ଫାଇବୁଲା ହାଡ଼ରେ ଫ୍ୟାକ୍ଚର ସହିତ ଅନେକ ଗୁରୁତର ଆଘାତ ଲାଗିଥିଲା। ତେବେ ଏହା ଶିକାର ସମୟରେ ଦ୍ରୁତ ବେଗରେ ଦୌଡ଼ିବା କିମ୍ବା ଆଘାତ ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଆହତ ହେବା ପରେ ତାକୁ ତୁରନ୍ତ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅବଜରଭେସନରେ ରଖାଯାଇଥିଲା ବେଳେ ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବା ସହ ଆଜି ତାର ମୃତ୍ୟୁ ହୋଇଥିଲା।ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ନାଭା ମୃତ୍ୟୁର ପ୍ରକୃତ…
କଟକ ଓସିଏ କନଫରେନ୍ସ ହଲରେ ଅଗ୍ନିକାଣ୍ଡ । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ । ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରରଗ୍ଧ ରଖିଛନ୍ତି ଅଗ୍ନିଶମ ବାହିନୀ ।ଶନିବାର ଅପରାହ୍ନ ପ୍ରାୟ ୨ଟା ୧୫ ସମୟରେ ନିଆଁ ଲାଗିଥିଲା । କନଫରେନ୍ସ ହଲ୍ ପରିସରରୁ ଧୂଆଁ ବାହାରୁଥିବା ଦେଖି ଓସିଏ କର୍ମକର୍ତ୍ତା ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ବକ୍ସି ବଜାର ଦମକଳ କେନ୍ଦ୍ରର ଗୋଟିଏ ଟିମ୍ ସେଠାର ପହଞ୍ଚି ତୁରନ୍ତ ପଦକ୍ଷେପ ନେଇଥିଲା । ଖୁବ୍ କମ୍ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇପାରିଛି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କହିଛି ଅଗ୍ନିଶମ ବିଭାଗ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି ମୋହନ ମାଝୀ । ସାକ୍ଷାତ କାଳରେ ଓଡିଶାର ମହତ୍ବାକାଂକ୍ଷୀ ଭିଜନ ଡକୁମେଣ୍ଟ ୨୦୩୬ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏବେ ସାକ୍ଷାତ ସମୟର ଫଟୋ ଚର୍ଚ୍ଚା କୁ ଆସିଛି । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଆଗାମୀ ଦିନରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନ୍ଵୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ…
ଚଳିତ ଜୁଲାଇ ମାସ ୯ ତାରିଖରେ ନୂଆଦିଲ୍ଲୀଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାରକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରିଥିଲେ । ଗତକାଲି ରାତିରେ ଓଡ଼ିଶା ଫେରିବା ପରେ ଆଜି ଏହି ପୁରସ୍କାରକୁ ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।
ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ଜୋରଦାର ରହିଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ। ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା ରହିବ। ଆସନ୍ତାକାଲି କମିଶରନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ୍ କରାଯିବ । ଏନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା । ୮ ଜଣ ଡିସିପି ରାଙ୍କ ଅଫିସର ନିୟୋଜିତ, ୧୧ ଜଣ ଅତିରିକ୍ତ ଡିସିପି, ୩୧ ଜଣ ଏସିପି ରାଙ୍କ ଅଫିସର, ୪୪ ଇନ୍ସପେକ୍ଟର ନିୟୋଜିତ, ୧୮୦ ଜଣ ସବ ଇନ୍ସପେକ୍ଟର ନିୟୋଜିତ ହେବେ । ଆସନ୍ତା ୧୪ରେ AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସେନେଇ ଏମ୍ସ ଭୁବନେଶ୍ୱର ସମେତ ରାଜଭବନ ଓ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ନାକା ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ ରହିବେ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି । ଏଥି ସହ…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା, ୯୯, ୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ,୪୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୭୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୪୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪, ୭୯୦ ଟଙ୍କା ରହିଛି । ଗତକାଲି ୭୪, ୨୫୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୧୦୦ ଟଙ୍କା ଥିଲା । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି ।
ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ଅଛନ୍ତି ।ଗୁରୁତର ଅବସ୍ଥାରେ ଉଭୟ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଛାତ୍ରୀ । ଏହି ଘଟଣାରେ ଛାତ୍ରୀଙ୍କ ୯୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଜଣାପଡ଼ିଛି ।









