Author: sanitelevision

ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ଦଣ୍ଡିତ ହେବେ ନିଶ୍ଚୟ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି ।କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ । ତେବେ ଅତୀତ ଓ ନିକଟରେ ପ୍ରେମୀ ଯୁଗଳଙ୍କୁ ଅତ୍ୟାଚାର ହେଉ ବା ଅନ୍ୟ କୌଣସି କାରଣ ନେଇ ବ୍ୟକ୍ତିଙ୍କ ଉପରେ ହେଉଥିବା କଠୋର ନିର୍ଯ୍ୟାତନା ଅଭିଯୋଗ ଆସୁଛି। ଏମିତିକି ଭିଡିଓ ମଧ୍ୟ ଗଣମାଧ୍ୟମରେ ଦେଖା ଯାଉଛି। ତେବେ ଆଇନକୁ କେହି ମାନୁ ନାହାନ୍ତି କି ଭୟ ମଧ୍ୟ କରୁ ନାହାନ୍ତି। ତେବେ ସରକାର ଆଗକୁ କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

Read More

ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭରେ ଏକ ଦୃଶ୍ୟ ଭକ୍ତଙ୍କୁ ମର୍ମାହତ କରୁଛି । ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ l ୨୦୨୪ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଭବ୍ୟ ପ୍ରସ୍ତୁତି କରାଯାଇଥିଲା l ଜଗନ୍ନାଥ ବଲ୍ଳଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ମହାପ୍ରଭୁଙ୍କ ୨୫ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା l ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତାର୍ଥ ହେଉଥିଲେ l ଏବେ ଠାକୁରମାନଙ୍କୁ ଏଠି ଅଲୋଡ଼ା କରି ଛାଡ଼ି ଦିଆଯାଇଛି । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Read More

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡିତା ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନ ଭାଇରାଲ ହେଉଛି।ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନରେ ପୀଡିତା ଜଣଙ୍କ କହିଥିଲେ, ମୋର ଇଂଲିଶ ହୋଉନଥିଲା। ମୁଁ ସାର୍‌ଙ୍କୁ କହିଲି। ହେଲେ ସାର୍‌ ମୋତେ ଫେବର କଥା କହିଲେ। ମୁଁ ଶୁଣିକି ରାଗିଯାଇଥିଲି। ସିଧା ରୁମ୍‌କୁ ପଳାଇଆସିଥିଲି। ପରେ ମୋର ବ୍ୟକ୍ତିଗତ କାରଣ ଯୋଗୁ କ୍ଲାସ୍‌ରେ ଅନୁପସ୍ଥିତି ଥିଲି। ତାହାକୁ କେନ୍ଦ୍ର କରି ସାର୍‌ ମୋ ବାପାଙ୍କୁ କଲ୍‌…

Read More

ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି ।ପ୍ରତିବର୍ଷ ଜୁଲାଇ ୧୪ରେ ଆୟୋଜିତ ହେଉଥିବା, ଏହି ଦିବସ ୧୯୬୯ରେ ତାଞ୍ଜାନିଆର ଗୋମ୍ବେ ଷ୍ଟ୍ରିମ୍ ନ୍ୟାସ୍‌ନାଲ୍‌ ପାର୍କରେ ଜେନ ଗୁଡାଲଙ୍କ ପ୍ରଥମ ଗବେଷଣାର ବାର୍ଷିକୀ ଭାବେ ପାଳନ କରାଯାଏ – ଏକ ଗବେଷଣା ଯାହା ସିମ୍ପାଞ୍ଜି ବିଷୟରେ ଆମର ବୁଝାମଣାକୁ ପରିବର୍ତ୍ତନ କରିଥିଲା ଏବଂ ମଣିଷ ସହିତ ସେମାନଙ୍କର ଗଭୀର ସଂଯୋଗକୁ ସୂଚିତ କରିଥିଲା । ଲୋକପ୍ରିୟ ସଂସ୍କୃତିରେ ସେମାନଙ୍କ ବିଷୟରେ ଯାହା ଚିତ୍ରିତ ହୋଇଛି ତାହା ତୁଳନାରେ ସିମ୍ପାଞ୍ଜିମାନେ ଆହୁରି ବହୁତ ଅଧିକ କିଛି । ସେମାନେ ଅତ୍ୟନ୍ତ ଚତୁର ଏବଂ ବୁଦ୍ଧିମନ୍ତ ଜୀବ ଅଟନ୍ତି । ସିମ୍ପାଞ୍ଜିମାନେ ଉଲ୍ଲେଖନୀୟ ଜ୍ଞାନଗତ ଦକ୍ଷତା ପ୍ରଦର୍ଶନ କରନ୍ତି ଯାହା ମାନବଙ୍କ ସହିତ ଅନେକ ଉପାୟରେ ପ୍ରତିଦ୍ୱନ୍ଦ୍ୱିତା କରେ । ସିମ୍ପାଞ୍ଜି ଯେଭଳି ଆଚରଣ ପ୍ରଦର୍ଶନ କରେ ତାହା ଆତ୍ମ-ସଚେତନତା ଏବଂ ଭାବପ୍ରବଣ…

Read More

ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ୧୪ ଜୁଲାଇରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ।ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିବେ। ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ୧୮ ଦିନ ରହିଛି ରହଣି। ତେବେ ISS ଛାଡ଼ିବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା।ସେ କହିଛନ୍ତି “ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା। ଆଜିର ଭାରତର ମହାକାଶରୁ ମହତ୍ୱାକାଂକ୍ଷୀ ଦିଶୁଛି”। ତେବେ ଶୁଭାଂଶୁ ଶୁକ୍ଲାଙ୍କ ବାପା ମା’ କହିଛନ୍ତି, ଏହା ଆମ ପାଇଁ ଗର୍ବର ବିଷୟ ।…

Read More

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି |ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥା’ନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥା’ନ୍ତି…

Read More

ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ।ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ।ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ ଟଙ୍କାରେ ବିକ୍ରି ହୋଇଛି। ଗଭୀର ସମୁନ୍ଦ୍ରରୁ ଧରିବା ପରେ ଏହି ମାଛକୁ ଧାମରା ଚାନ୍ଦିନୀପାଳ ସ୍ଥିତି କଣ୍ଟାରେ ଓଜନ କରାଯାଇଛି। ଆଉ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି।

Read More

ଯୌତୁକ ପାଇଁ ଜାଳିଦେଲେ ବୋହୂକୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କହ୍ନେଇପୁର ଗାଁରେ। ଯୌତୁକ ନିର୍ଯାତନା ଦେଇ ଶାଶୂ ଓ ଦିଅର ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆକାଶ ପରିଡ଼ାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଆରତୀ । ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଶାଶୁ ବୋହୂ ଭିତର ବଚସା ହୋଇଥିଲ । ଆଜି ସକାଳେ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଥିବା ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ତାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରିଛନ୍ତି । ମେଡ଼ିକାଲରେ…

Read More

ବାଲେଶ୍ବର ଏଫଏମ୍‌ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍‌ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍‌ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ମୁଖ୍ୟମନ୍ତ୍ରୀ ପୂରା ସହଯୋଗ କରୁଛନ୍ତି। ସବୁ ଭଗବାନଙ୍କ ଇଛା ବୋଲି ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ଭିଟାମିନ-ସି, ଡି, ଏ ଓ ଜିଙ୍କ୍ ସପ୍ଲିମେଣ୍ଟ ଦିଆଯାଉଛି । ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଯାଉଛି ।ସେପଟେ ଏଫଏମ୍‌ କଲେଜରେ ତଦନ୍ତ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଓ ଅତିରିକ୍ତ ଡିଏସପି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି ।…

Read More

ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୁଲିସ୍ । ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା କରାଯାଇଛି। ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା। ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ରାସ୍ତା ବନ୍ଦ ରହିବ। ରାଜଭବନ ଛକ, ପାଓ୍ବାର ହାଉସ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ। ୧୨୦ ବିଏନ୍‌ ଛକ, ଶାସ୍ତ୍ରୀନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ। ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବ। ଖଣ୍ଡଗିରି ଫ୍ଲାଏ…

Read More