ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରାଯିବ। ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଶେଷରେ ବିଜେପି ଦଳର ଏବିଭିପି ର ଝିଅ ବି ବାଦ୍ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେଣି। ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି। ନୈତିକତା ଦୃଷ୍ଟିରୁ ଶାସନରୁ ଗାଦିରୁ ଏ ସରକାର ଓହରିଯିବା ଦରକାର। ତାଙ୍କ ଦଳ ଏବିଭିପି ର ଝିଅକୁ ହତ୍ୟା କରିଛନ୍ତି। ଯାହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ଦାସ।ଏଥିରେ କଂଗ୍ରେସ ସମେତ ୮ଟି ସମଭାବାପନ୍ନ ଦଳ ସାମିଲ ହେବେ। ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ ବୋଲି…
Author: sanitelevision
ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର । ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ସଂପନ୍ନ ହେବ ।ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି । ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି…
ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା । ସାଧାରଣତଃ, ଆମେ ଦେଖିଛେ ଯଦି କୌଣସି ବ୍ୟକ୍ତିଙ୍କ ରାତିରେ ମୃତ୍ୟୁ ହୋଇଯାଏ ତେବେ ହସ୍ପିଟାଲ ରାତିରେ ପୋଷ୍ଟମର୍ଟମ କରିନଥାନ୍ତି, କିନ୍ତୁ ସୌମ୍ୟାଶ୍ରୀଙ୍କ ପାଇଁ ନିୟମ ବଦଳିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ, ରାତି ଅଧରେ ସୌମ୍ୟାଶ୍ରୀଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ତେବେ ପୀଡ଼ିତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ହଠାତ୍ ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳ ଏବଂ…
ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟିଛି ଗାଁ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ। ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି।
ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର । ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ସଂପନ୍ନ ହେବ । ସୁଚନମୂତବକ ଏଫଏମ କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ। ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ…
ବାଲେଶ୍ବର ଏଫଏମ (FM) କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହେଲେ FM କଲେଜ ନିଲମ୍ବିତ ପ୍ରିନସିପାଲ ଗିରଫ । ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ ।ପୂର୍ବରୁ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ। ବର୍ତ୍ତମାନ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଭୟେ ଗିରଫ।ସେପଟେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି, ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ । ସେ କହିଛନ୍ତି ଲାଗୁଛି ଯେ ପ୍ରଶାସନିକ ତଦନ୍ତରେ ବିଳମ୍ବ ହେଲା । ସେଥିପଇଁ ଏମିତି ଏକ ଅଘଟଣ ଘଟିଲା । କଲେଜ ଅଧ୍ୟକ୍ଷ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ଏପରି ସମ୍ବେଦନଶୀଳ ମାମଲାରେ ଅଧ୍ୟକ୍ଷ ୪୮ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ମାଗିବାର ଥିଲା ।ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି…
ମୁହଁ ଖୋଲିଲେ ପାକିସ୍ତାନୀ ଜାସୁସ ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ଦେଶଦ୍ରୋହ ପ୍ରସଙ୍ଗରେ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । ଟିଆରପି ପାଇଁ ମିଡିଆ ତାଙ୍କ ନାଁରେ ମିଛ ଦେଖାଇଥିବା କଥା କହି ପ୍ରତି କଥାରେ ଗଣମାଧ୍ୟମ ଉପରେ ଦୋଷ ଲଦିଛନ୍ତି ପ୍ରିୟଙ୍କା । ତଦନ୍ତ ଚାଲୁଥିବାରୁ ଦୁଇ ମାସ ହେବ ମୁଁ ଚୁପ ଥିଲି । କିନ୍ତୁ ସେତେବେଳେ ମିଡିଆ ଟିଆରପି ପାଇଁ ମୋ ବାବାଦରେ ମିଛ ଦେଖାଇଥିଲେ । ମିଡିଆ ମିଛ ଦେଖାଇ କାହାର ବି ଜୀବନ ବର୍ବାଦ କରିଦିଏ ବୋଲି ପ୍ରିୟଙ୍କା କହିବା ସହ କର୍ତ୍ତାରପୁର ଜ୍ୟୋତି ସହ ନୁହେଁ ବରଂ ଅନ୍ୟ ଜଣେ ସାଙ୍ଗ ସହ ଯାଇଥିଲେ ବୋଲି କହିଛନ୍ତି । ମାତ୍ର ମିଡିଆରେ ଜ୍ୟୋତି ସହ ଯାଇଥିବା ଖବର ବାଜିଲା । ମିଡିଆର ଏମିତି ଖବର ପରେ ମତେ…
AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟର ଅମର ଆମଲେ କହିଛନ୍ତି। ଏହା ଏପରି ଏକ ଯୁଗର ଆରମ୍ଭ ଯେତେବେଳେ ଖାଦ୍ୟ ଲେବଲ୍ ସିଗାରେଟ୍ ଚେତାବନୀ ପରି ଗମ୍ଭୀର ହେବ । ଚିନି ଓ ଟ୍ରାନ୍ସ ଫ୍ୟାଟ୍ ଏବେ ନୂତନ ତମାଖୁ। ଲୋକମାନେ କ’ଣ ଖାଉଛନ୍ତି ତାହା ଜାଣିବାର ଅଧିକାର ଅଛି।ସରକାରୀ ଆଭ୍ୟନ୍ତରୀଣ ନୋଟ୍ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ଗୁରୁତର ଭାବେ ଚିହ୍ନଟ କରିଛି। ୨୦୫୦ ସୁଦ୍ଧା ଭାରତରେ ୪୪.୯ କୋଟିରୁ ଅଧିକ ଲୋକ ଓଜନାଧିକ ବା ମୋଟାପଣର ଶିକାର ହେବେ ବୋଲି ଅନୁମାନ କରାଯାଇଛି, ଯାହା ଆମେରିକା ପରେ ଭାରତକୁ ଦ୍ୱିତୀୟ…
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ । ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଲେ । ଏମସ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ । ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଦେବାକୁ କହିଲେ । ଅନ୍ୟପଟେ ବାଲେଶ୍ବର ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ତିନି ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ।ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସହ ବୈଠକ। ବିଭାଗୀୟ ସଚିବଙ୍କଠାରୁ ସବିଶେଷ ତଥ୍ୟ ନେଇଥିବା ସୂଚନା। ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ CS ।
କୋଟା ଶ୍ରୀନିବାସଙ୍କ ବିୟୋଗ ପରେ ଦକ୍ଷିଣ ଭାରତୀୟ ସିନେ ଶିଳ୍ପକୁ ଏବେ ଆଉ ଏକ ବଡ଼ ଝଟ୍କା ଲାଗିଛି। ବରିଷ୍ଠ ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ୭ ଦଶନ୍ଧିର ତାଙ୍କ କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।୧୯୫୫ ମସିହାରେ ସେ ଏକ ଫିଲ୍ମରେ ଭକ୍ତକବି କାଳିଦାସ ଚରିତ୍ରରେ ଅଭିନୟ କରିଥିଲେ । ୧୯୫୮ ମସିହାରେ ନଦୋଦୀ ମନନଙ୍କଠାରୁ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଥିଲା । ଯେଉଁଥିରେ ଇମୋଜି ରାମାଚନ୍ଦ୍ରନଙ୍କ ସହିତ ଦେଖିବାକୁ ମିଳିଥିଲା । ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା । ତାଙ୍କ ଚମତ୍କାର ଅଭିନୟ ପାଇଁ ଏହି ଫିଲ୍ମ ତାଙ୍କୁ ଖୁବ୍ ପପୁଲାରିଟି ଦେଇଥିଲା । ସେ ୧୯୬୯ ମସିହାରେ ପଦ୍ମଶ୍ରୀ ଏବଂ ୧୯୯୨ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ସହିତ, ସେ ତାମିଲନାଡୁର କଲାଇମାମଣି ପୁରସ୍କାର ଏବଂ…









