Author: sanitelevision

ପୁଣି ମାଓବାଦୀ ଖେଳିଲେ ରକ୍ତର ହୋଲି। ଛତିଶଗଡ଼ ବିର୍ଜାପୁରରେ ମାଓବାଦୀ ରଚିଲେ ବର୍ବରକାଣ୍ଡ। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ।ସୂଚନା ଅନୁଯାୟୀ, ପିଲୁର ଗାଁ ଜଙ୍ଗଲରେ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି। ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ ପକ୍ଷରୁ ଏନେଇ ଯାଏଁ କୌଣସି ସୂଚନା ମିଳି ନାହିଁ।ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ। ପୂର୍ବରୁ ମଧ୍ୟ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଅନେକ ନୀରହ ଲୋକଙ୍କ ଜୀବନ ନେଇଛନ୍ତି।

Read More

ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ ।ଯେଉଁମାନେ ଇ-କେୱାଇସି କରିନାହାଁନ୍ତି, ସେମାନଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର । କାର୍ଡଗୁଡ଼ିକ ସେହି ସମୟରେ ସସ୍‌ପେଣ୍ଡ ଅବସ୍ଥାରେ ରହିବ । ଯଦି ଏହି ସମୟରେ ଲୋକ ଇ-କେୱାଇସି ନକରନ୍ତି, ତେବେ କାର୍ଡ ଗୁଡ଼ିକ କାଟି ଦେବେ ସରକାର । ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲା ମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି । ବୁଷ୍ଟର ମଧ୍ୟ ଲଗାଯାଇଛି । ତଥାପି ଯଦି ହୋଇନାହିଁ, ସେମାନେ ଜିଲ୍ଲା କେନ୍ଦ୍ରରେ ଆସି ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।୫ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି…

Read More

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି ।ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଲୋକସେବା ଭବନ ଘେରାଉ କରିବ ବିଜେଡି। ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି । ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ candle rally କରାଯିବ। ସିଟିଂ ଜଜଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦାବି କରିଛି ଦଳ । ସୌମ୍ୟାଶ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ।

Read More

ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ତେବେ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମସଂସ୍କାର ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଗୋଟିଏ ଅନୁରୋଧ ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ଘଟଣାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆହୁରି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ । ରାଷ୍ଟ୍ରପତି ମଧ୍ୟ ମୋ ସହିତ ନିଜେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଶ୍ବାସନା ଦେଇଛନ୍ତି । ଆମକୁ ଆଉ କେହି ମାନସିକ ଆଘାତ ଦିଅନ୍ତୁ ନାହିଁ । ମୁଁ ଶେଷ ପର୍ଯ୍ୟନ୍ତ…

Read More

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ । ହାଇଦ୍ରାବାଦ ଗସ୍ତ ସମୟରେ ଗୁରୁତର ସଂକ୍ରମଣରେ ପୀଡିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସିଜେଆଇ ଗଭାଇ । ତାଙ୍କର ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାରଣରୁ ସେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି । ତେବେ ୨-୩ ଦିନରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କର ନିକଟତମ ସୂତ୍ରରୁ ଜଣାପଡିଛି । ଜୁଲାଇ 12 ତାରିଖରେ ହାଇଦ୍ରାବାଦ ଜଷ୍ଟିସ୍ ସିଟିରେ ଥିବା ନାଲସାର ଆଇନ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ CJIସାମିଲ ହୋଇଥିଲେ । ସମାବର୍ତ୍ତନ ଭାଷଣ ଦେବା ସମୟରେ ପରିବାର ଉପରେ ଆର୍ଥିକ ଚାପ ନପକାଇ ଛାତ୍ରବୃତ୍ତି ନେଇ ବିଦେଶ ଯିବାକୁ ପରାମର୍ଶ ଦେଇଥିଲେ। ଏଥିସହ ନ୍ୟାୟୀକ ବ୍ୟବସ୍ଥାରେ ସୁଧାର କରିବାର ବହୁତ…

Read More

ଏଫ୍‍ଏମ୍‍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଏହି ଖବର ଶୁଣି ଗଭୀର ମର୍ମାହତ ଥିବା କହିଲେ ରାଜ୍ୟପାଳ । ରାଜ୍ୟପାଳ କହିଛନ୍ତି ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିବ । ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ପାଇଁ ଆଇନ୍‍ କଡା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ ବୋଲି ରାଜ୍ୟପାଳ କହିଛନ୍ତି । ତେବେ ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆଖି ବୁଜିଛନ୍ତି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ଶନିବାର ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ପୀଡିତା। ଏହି ଘଟଣାକୁ ନେଇ…

Read More

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ଯାଏ ଅଧିକ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ। ବିଶେଷକରି ଉତ୍ତରଓଡ଼ିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏହି ସମୟରେ ପ୍ରବଳ ବର୍ଷା ହେତୁ ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଅବବାହିକାରେ ବର୍ଷା ସମ୍ଭାବନା ଥିବାରୁ ଏସବୁ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି…

Read More

ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ଟୁଇଟ୍‌ କରି ସେ ଏହିକଥା କହିଛନ୍ତି | ମନକୁ ଏହା ଅଧିକ ବିଚଳିତ କରୁଛି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଯାଇପାରେ। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା।ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ…

Read More

ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ଏହା ସହିତ ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏହାକୁ ନେଇ ରାଜନୀତି ଏବେ ଜୋର ଧରିଛି | ତେବେ ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା। ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। FM ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାହୁଲ। ସେ କହିଛନ୍ତି ଯେ ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା। ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା…

Read More

ପୈତୃକ ଗାଁ ମଶାଣି ରେ ଜଳିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର । ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଲେ ସୌମ୍ୟାଶ୍ରୀଙ୍କ ଭାଇ । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି ହୋଇଥିବା ବେଳେ, ଭାଙ୍ଗିପଡ଼ିଛି ପୂରା ପରିବାର । ନିଜ ଝିଅକୁ ହରାଇ ସ୍ଥାଣି ପାଲଟିଯାଇଛନ୍ତି ବାପା ମାଆ । ମା’ ଏବେବି ବିଶ୍ୱାସ କରିପାରୁନି ତା ଝିଅ ଏହି ଦୁନିଆ ଛାଡ଼ି ଚାଲିଯାଇଛି ବୋଲି। ଅନ୍ତିମ ସଂସ୍କାର ପ୍ରାର୍ଥିବ ଶରୀର ନେବା ବେଳେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାତାରାତି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।ଏହି ଦୁଃଖଦ ଘଟଣା ପରେ…

Read More