ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେଡି କର୍ମୀ । ଲୋୟର ପିଏମ୍ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲେ ବିଜେଡି କର୍ମୀ । ଆନ୍ଦୋଳନସ୍ଥଳରେ ବିଜେଡି କର୍ମୀଙ୍କ ଉପରେ ପାଣି ମାଡ଼ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଛି । ଏମିତି କି ଆନ୍ଦୋଳନସ୍ଥଳରେ ଟେକା, ପଥର ମାଡ଼ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯାଇଛି । ବିଜେଡି ଘେରାଉ ପାଇଁ ଘୋଷଣା କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।ସେପଟେ ଆନ୍ଦୋଳନକାର-ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ପୋଲିସ ଅଟକ ରଖିଛି।ଏହାସହ ଆନ୍ଦୋଳନକାରୀଙ୍କୁ…
Author: sanitelevision
ଭାରତରେ ନାଗରିକ ପରିଚୟ ଭାବେ ଅଧିକ ଆଧାରକାର୍ଡକୁ ବଡ଼ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଆଧାରକାର୍ଡକୁ ନେଇ RTI ରୁ ମିଳିଥିବା ସୂଚନା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ହୋଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି । ଭାରତର ନାଗରିକ ପଞ୍ଜିକରଣ ସିଷ୍ଟମ ବା ସିଏସଆର ମୁତାବକ ୨୦୦୭-୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଆଧାରରେ ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । ହେଲେ ଆଧାର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ମାତ୍ର…
ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ବା କେହି ଧ୍ୟାନ ଦେଉ ନାହାନ୍ତି । ତେବେ ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ ଥିବା ଜଣାପଡିଛି। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଛି ।ଜ୍ୟୋତିପ୍ରକାଶଙ୍କ ଅବସ୍ଥା ସ୍ଥିର ଅଛି।ତେବେ ସେଦିନ କ’ଣ ଘଟିଥିଲା କିଛି ଗଣମାଧ୍ୟମ ରେ ସବୁ କହିଛନ୍ତି ଜ୍ୟୋତିପ୍ରକାଶ। ଜ୍ୟୋତିପ୍ରକାଶଙ୍କ କହିବାନୁସାରେ, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମ୍ନାରେ ସୌମ୍ୟାଶ୍ରୀ…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣା ପଛରେ କାହାର ନା କାହାର ହାତ ରହିଥିବା ସନ୍ଦେହ କରାଯାଉଛି। କଲେଜ ପରିସରରେ ଛାତ୍ରୀ ଜଳିଯିବା ପଛରେ କିଏ? ତାହା ଏବେ ବି ରହସ୍ୟ ହୋଇ ରହିଛି। ତେବେ ମଙ୍ଗଳବାର ଲୋକ ସେବା ଭବନରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସରିବା ପରେ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଥିଲେ, ଏଥିରେ କେବଳ କଲେଜ ପ୍ରିନ୍ସପାଲ ଏବଂ HOD ସମୀର ସାହୁ ଏଥିରେ ଦୋଷୀ ନୁହଁନ୍ତି। ଏଥିରେ ଗୁଡିଏ ଦୋଷୀ ଅଛନ୍ତି। ମୃତକ ସୌମ୍ୟାଶ୍ରୀଙ୍କୁ ଅନେକ ଜଣ ନିର୍ଯାତନା, ଅପମାନିତ କରିଛନ୍ତି। ନ୍ୟାୟ ଦେବା ପାଇଁ ସବୁ…
ଆସନ୍ତା ୧୭ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି | ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ସୋସିଆଲ୍ ମିଡ଼ିଆ ‘ଏକ୍ସ’ରେ ଏହି ସୂଚନା ସୂଚନା ମିଳିଛି । ସେହିପରି ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସେବକ, ସେବିକା, ଆଦିବାସୀ ଭାଷା ଶିକ୍ଷକ (ଟିଏଲ୍ଟି) ପ୍ରିଲିମ୍ ନିଯୁକ୍ତି ନେଇ ପରୀକ୍ଷା କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା । ହେଲେ ଓଡ଼ିଶା ବନ୍ଦ ପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ପରୀକ୍ଷା…
ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ଯାଜପୁର, ନୂଆପଡା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅବପାତ ଦୁର୍ବଳ ହୋଇ ଏବେ ଝାଡଖଣ୍ଡ ଓ ବିହାର ଉପରେ ଅବସ୍ଥିତ ଅଛି । ଏହାର ପ୍ରଭାବରେ ବିଶେଷ କରି ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି।କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ରହିଛନ୍ତି। ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି। ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ୭ ଦିନ ଭିତରେ ୟୁଜିସି ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ ଓ ୟୁଜିସି ସଦସ୍ୟ ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତାରେ କରିବେ।
ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ । ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେ୍ନିଂ ସାଇଟ୍ ସାଙ୍ଗକୁ ଲାଇଟ୍ ଓ ସାଉଣ୍ଡ ସୋ । ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ ରହିବ ଜାପାନିଜ୍ ପଥର ପାଚେରି । ପର୍ଯ୍ୟଟକଙ୍କ ପାଇଁ ହେବ ବିଶାଳ ସ୍ଥାୟୀ ପାର୍କିଂ । ଝାରସୁଗୁଡ଼ା ଅଞ୍ଚଳରେ ବି ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍, ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ ଆରମ୍ଭ କରିଛି ଏଭଳି ପ୍ରସ୍ତୁତି । ତେବେ ହୀରାକୁଦରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖେଳ, ଆମୋଦ ପ୍ରମୋଦ ଓ ଚିତ୍ତବିନୋଦନ ଆଦି ଦେଖିବାକୁ ମିଳିବ ।ଝାରସୁଗୁଡ଼ା ଅଞ୍ଚଳରେ ମଧ୍ୟ…
ଶୁଭାଂଶୁଙ୍କ ସଫଳ ଅବତରଣ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂରା ଟିମକୁ ମୋଦୀ ଜଣାଇଲେ ଅଭିନନ୍ଦନ । କହିଲେ, ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାମୁତାବକ ମହାକାଶରେ ୨୦ ଦିନ ଓ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ୧୮ ଦିନ ରହଣି ପରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲିଫର୍ଣ୍ଣିଆର ଉପକୂଳରେ ଡ୍ରାଗନ୍ ସ୍ପେସ୍ କ୍ୟାପସୁଲ ସଫଳ ଅବତରଣ କରିଛି । ଶୁଭାଂଶୁ ଶୁକ୍ଲାଙ୍କ ଯାନ (ଗ୍ରେସ୍) ସୋମବାର ସଂଧ୍ୟା ପ୍ରାୟ ୪.୪୫ ମିନିଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିଥିଲା । ପୃଥିବୀକୁ ଫେରିବାକୁ ତାଙ୍କୁ ପ୍ରାୟ ୨୨ ଘଣ୍ଟା ସମୟ ଲାଗିଥିଲା । ଶୁଭାଂଶୁ ଓ କ୍ରୁର ଅନ୍ୟ ସଦସ୍ୟଙ୍କ ସଫଳ ଅବତରଣ ପରେ ସବୁଠି ଖୁସିର ଲହରୀ…
ମାରାଥନ ରନର ପୁରସ୍କାର ପ୍ରାପ୍ତ ଫୌଜା ସିଂଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ପଞ୍ଜାବ ଜଳନ୍ଧରରେ ଏକ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ଜନ୍ମସ୍ଥାନ ବ୍ୟାସରେ ବାହାରେ ବୁଲୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।ଫଳରେ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବାରୁ ତାଙ୍କୁ ଜଳନ୍ଧରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଫୌଜା ସିଂଙ୍କ ଜନ୍ମ ଏପ୍ରିଲ ୧ରେ ୧୯୧୧ରେ ପଞ୍ଜାବର ଜଳନ୍ଧର ଜିଲ୍ଲା ବ୍ୟାସରେ ହୋଇଥିଲା । ୯୦ ବର୍ଷ ବୟସରେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ମାରାଥନ ଦୌଡିବାକୁ ଚେଷ୍ଟା କରିଥିଲେ । ୨୦୦୪ରେ ୯୩ ବର୍ଷ ବୟସରେ ଲଣ୍ଡନ ମାରାଥନ ପୂରଣ କରିଥିଲେ । ୧୦୦ ବର୍ଷ ବୟସରେ ୨୦୧୧ରେ ଟରୋଣ୍ଟୋ ମାରାଥନ ପୂରଣ କରିଥିଲେ ।









