ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟା ୩୦ରୁ ରାତି ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି। ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ସେଗୁଡିକ ହେଲା କଳା, ଧଳା, ନାଲି ଓ ହଳଦିଆ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର କରାଯାଏ । ହରିତାଳ ଲାଲ ରଙ୍ଗ ପାଇଁ ଦରକାର । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ…
Author: sanitelevision
ଟ୍ବିନସିଟିରେ ଗଡ଼ୁନି ଆମ ବସ୍ । କଟକ ଓ ଭୁବନେଶ୍ବରରେ କଂଗ୍ରେସର ଓଡ଼ିଶା ବନ୍ଦର ପ୍ରଭାବ। ନେତାଜୀ ବସ୍ ଟର୍ମିନାଲରୁ ଗଡ଼ୁନି ବସ୍ । ମାଷ୍ଟରକ୍ୟାଣ୍ଟିନରୁ ବି ଗଡ଼ୁନି କୌଣସି ବସ୍ । ବସ୍ ଗଡ଼ୁନଥିବାରୁ ଟର୍ମିନାଲରେ ବସିଛନ୍ତି ଯାତ୍ରୀ । ବନ୍ଦ ଡାକରା ଯୋଗୁଁ ବସ, ଅଟୋ ଏବଂ ଟ୍ରକ ଚଳାଚଳ ମଧ୍ୟ ପ୍ରଭବିତ ହେଉଛି । ବାଲେଶ୍ୱର, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଓ ବେସରକାରୀ ବସ ସେବା ବାଲେଶ୍ୱର, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ବନ୍ଦ ରହିବ। ରେଳ ସେବାରେ ବ୍ୟାଘାତ ନଥିଲେ ମଧ୍ୟ ଷ୍ଟେସନଗୁଡ଼ିକରେ ବିକ୍ଷୋଭ ଯୋଗୁଁ ବିଳମ୍ବ ହୋଇପାରେ। ନିରାପତ୍ତା କାରଣରୁ ରାଜ୍ୟରେ ଥିବା ପ୍ରାୟ ୩,୦୦୦ ପେଟ୍ରୋଲ ପମ୍ପ ସକାଳ ୬:୦୦ରୁ ସଂଧ୍ୟା ୬:୦୦ ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ଦ୍ୱାରା ପ୍ରାୟ ୧୦୦ କୋଟି…
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମହତ୍ୟା ପଛରେ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ସମୀର କୁମାର ସାହୁଙ୍କ ବିକୃତ ମାନସିକତାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଢେଙ୍କାନାଳ ଜିଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବାବେଳେ ଜନୈକ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।ଏହି ଘଟଣା ପରେ ତାଙ୍କୁ କେନ୍ଦୁଝର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ସେଠାରେ ମଧ୍ୟ ଛାତ୍ରୀଙ୍କ ସହ ଅର୍ଥନୈତିକ ସମ୍ପର୍କ…
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଆରମ୍ଭ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଭାଗିତାରେ କାର୍ଯ୍ୟକାରୀ ହେବ। ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି । ୬୦ -୭୫ ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଯୋଜନାରେ ସାମିଲ ।ଜୁଲାଇ ୧୭ ରୁ ୧୫ ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ସେପ୍ଟେମ୍ବର ୧୦ ରୁ ଭୁବନେଶ୍ବରରୁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ ବାହାରିବ । ପ୍ରଥମ ଫେଜରେ ଖୋର୍ଦ୍ଧା, କଟକ, ଜଗତସିହପୁର, ଢେଙ୍କାନାଳରୁ ଯିବେ । କେନ୍ଦ୍ରାପଡ଼ା ଓ ପୁରୀର ବରିଷ୍ଠ ନାଗରିକ ବି ଯିବେ । ମୋଟ ୬ ଦିନ ଓ ୫ ରାତି ରହଣି କରିବେ ତୀର୍ଥଯାତ୍ରୀ । ୭୦…
କଗ୍ରେସ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି। ରାଜଧାନୀ ଭୁବନଶ୍ବେର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଡ୍ରୋନ୍ ଓ AI କ୍ୟାମେରାରେ ନଜର ରଖାଯିବ। ସବୁ ଛକ, ଅଫିସରେ ପୋଲିସ ମୁତୟନ ହେବେ। ହିଂସା ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ | ଅନ୍ୟପଟେ କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ କରୁଥିବାବେଳେ ଆଗାମୀ ଦିନରେ ସଂସଦ ଘେରାଉ କରିବ। ଏହି ଘୋଷଣା ସହ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ବାଲେଶ୍ବରରେ ଜଣେ ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟ (HOD) ଦ୍ୱାରା ଯୌନ ନିର୍ଯାତନାର…
ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ବୁଧବାର ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏପରିକି ଲୋୟର ପିଏମ୍ଜିରେ ପ୍ରଥମ ବାରିକେଡ ଭାଙ୍ଗି ଦେଇଛନ୍ତି ବିଜେଡି କର୍ମୀ। ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇଥିବା ଜଣାପଡିଛି । ତେବେ ପୁଲିସ କମିସନର ଏସ୍.ଦେବଦତ୍ତ ସିଂଙ୍କ ସୂଚନା , ଆନ୍ଦୋଳନକାରୀଙ୍କ ଉପରେ ରବର ବୁଲେଟ୍ ମାଡ଼ କରାଯାଇନାହିଁ । ସେ…
ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି । ତେବେ ଗୋଟେ ପଟେ ଲୋୟର ପିଏମଜିରେ ବିଜେଡି ବିଜେପି ସରକାରଙ୍କ ବିରୋଧରେ ନାରାବାଜି ଲଗାଉଥିବା ବେଳେ ଅନ୍ୟପଟେ ବିନା ପ୍ରସ୍ତୁତିରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ । ପୋଲିସ ପାଇଁ ଯଦିଓ ବିଜେଡିର ପ୍ରତିବାଦ ଖବର ପୂର୍ବରୁ ଥିଲା ମାତ୍ର ଯୁବ କଂଗ୍ରେସର ଅତର୍କିତ ଆଗମନ ପୋଲିସ ପାଇଁ ଆଉଟ୍ ଅଫ୍ ସିଲାବସ୍ ଥିଲା । ତେବେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…
ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବଢ଼ୁଛି ରାଜନୀତି ତାତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ। ଲୋୟର ପିଏମଜିରେ ବିଜେଡିର ବିରୋଧ ପ୍ରଦର୍ଶନ କରୁଛି । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ କରିଛି ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଛି ।ଏଥିରେ ସୁଲତା ଦେଓ ଆହତ ହୋଇଛନ୍ତି । ସେ ରାସ୍ତା ମଝିରେ ବସି କାନ୍ଦିଛନ୍ତି। କାନ୍ଦିକାନ୍ଦି ସେ କହିଛନ୍ତି, ପୋଲିସ ଗୁଣ୍ଡା ସାଜିଛି । ସ୍ଥିତି କଣ ଅଛି ଦେଖୁନି । ରବର ବୁଲେଟ ମାରୁଛି, ଟିୟର ଗ୍ୟାସ ମାରୁଛି । ଆମର ସବୁ କର୍ମୀମାନେ କ୍ଷତାକ୍ତ ହୋଇ ଯାଇଛନ୍ତି । ସେ କାନ୍ଦି କାନ୍ଦି ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମହିଳା ସବୁଠି ଅସୁରକ୍ଷିତ । ସେମାନେ ମହିଳାମାନଙ୍କୁ ନ୍ୟାୟ ଦେଉନାହାନ୍ତି ,…
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ସେହିପରି ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏପଟେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବବି । ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ବର୍ତ୍ତମାନ ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଛି ।ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡି ବିଚାର ବିଭାଗୀୟ ତଦନ୍ତ ଦାବି କରବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରିଛି । ଏନେଇ ଆଜି ଛାତ୍ର ଯୁବକ ଓ ମହିଳା କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଳାଇଛନ୍ତି।
ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଧେଶ ଦିଆଯାଇଛି। ଏଷ୍ଟାବ୍ଲିସମେଣ୍ଟଜନିତ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାରଙ୍କ ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ବିଭାଗର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ରହିବେ । ସେମାନେ ବିଭାଗୀୟ ଅଧିକାରୀଙ୍କ ବଦଳି, ନିଯୁକ୍ତି, ଡିସିପି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ପେନସନ ମାମଲା, ଗ୍ରେଡେସନ ତାଲିକା, ରିହାବ୍ଲିଟେସନ ଆସିଷ୍ଟାନ୍ସ ମାମଲା ବୁଝିବେ । ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ ଠିକ ଭାବେ କାମ କରୁଛି କି ନାହିଁ ତାହା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨ ମାସରେ ଥରେ ସମୀକ୍ଷା କରାଯିବ । ଠିକ ସମୟରେ ଅଫିସ ଆସିବା ଉପରେ ବି…









