Author: sanitelevision

କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଯୋଗ୍ୟ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ର ସମୟସାପେକ୍ଷ ଗଠନ ଏବଂ ପୁନଃଗଠନ ସହିତ ଉପରୋକ୍ତ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ପାଇଁ ୧୮୧, ଶିଶୁଙ୍କ ପାଇଁ ୧୦୯୮, ଜରୁରୀକାଳୀନ ପୋଲିସ ସହାୟତା ପାଇଁ ୧୧୨ ଏବଂ ସ୍କୁଲ ଛାତ୍ରଙ୍କ ପାଇଁ ୧୮୦୦୩୪୫୬୭୨୨ ନମ୍ଵର ଜାରି କରାଯାଇଛି। ଏହି ନମ୍ଵର ଗୁଡ଼ିକ ସମସ୍ତ କର୍ମସ୍ଥଳୀ, ବିଦ୍ୟାଳୟ ଏବଂ ଆବାସିକ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ। ଏହାର ପାଳନ କରାନଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Read More

ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରୁଥିବା ୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୁଲିସ ଟେକି ନେଇ ଭ୍ୟାନ୍‌ରେ ବସାଇ ଅଟକ ରଖିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ବିରୋଧୀ ନେତା ଏବଂ କର୍ମୀଙ୍କୁ ପୁଲିସ ଅଟକ ରଖିଛି।ଅନ୍ୟପଟେ ପୁରୀରେ କଂଗ୍ରେସ ବନ୍ଦ ପାଳନ କରି ଟ୍ରେନ ଅଟକାଇବା ଲାଗି ଟ୍ରେନ ଟ୍ରାକକୁ ଡେିଁଲେ ଆନ୍ଦୋଳନକାରୀ । ତେବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ଦେବାକୁ ଚାହୁଁ ନାହାନ୍ତି । ସରକାର ଗୁଣ୍ଡାଗିରି କରୁଛନ୍ତି। ଆମେ ସରକାରଙ୍କ ଗୁଣ୍ଡାଗିରି ନେଇ ଭୟଭୀତ ହେବୁ ନାହିଁ।

Read More

ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ନ୍ୟାୟ ଦାବିରେ ଆନ୍ଦୋଳନ ସହ କୁଶପୁତ୍ତଳିକା ଦାହ କରୁଛନ୍ତି । ଆଜି କଂଗ୍ରେସ ଛାତ୍ରୀଙ୍କୁୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି । ସେପଟେ ସୌମ୍ୟାଶ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି ଭୋଗରାଇ ଥାନାରେ ଏତଲା ଦେଇ ଲେଖିଛନ୍ତି ଯେ ମୋ ଭଉଣୀ ସୌମ୍ୟାଶ୍ରୀ ବିଶିର ମୃତ୍ୟୁକୁ ନେଇ କିଛି ଲୋକ ନିକୃଷ୍ଟ ରାଜନୀତି କରିବା ସହ ଆମ ପରିବାରକୁ ନାନା ଭାବରେ ଅତ୍ୟାଚାର ଓ ଅପମାନ କରିବା ସହ ମାନସିକ ଚାପଗ୍ରସ୍ତ କରାଉଛନ୍ତି | ଆମ ପରିବାର ଏମ୍‌ପିଙ୍କ ସହିତ ଅର୍ଥ ଡିଲ ହୋଇଛି ବୋଲି ସୋସିଆଲ ମିଡିଆରେ ପ୍ରଚାର କରି ସରକାରଙ୍କ ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନକୁ ନିନ୍ଦିତ କରିବାର ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା ମୋ ଭଉଣୀର ପ୍ରକୃତ ଦୋଷୀଙ୍କୁ ଖସିଯିବାକୁ ଏମାନେ ଷଡଯନ୍ତ୍ର କରୁଛନ୍ତି। ଏଭଳି ସ୍ଥିତିରେ ଆମକୁ ନ୍ୟାୟ…

Read More

ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ୍ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ । ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା । ଅନୁସନ୍ଧାନରୁ…

Read More

ବୁଧବାର ଭାରତ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଏୟାର ଡିଫେନ୍ସ ସିଷ୍ଟମରେ ଲାଗିଥିବା କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରେ ଦ୍ରୁତ ଗତିଶୀଳ ଅବଜେକ୍ଟ ଉପରେ ଦୁଇଟି ସଠିକ ଟାର୍ଗେଟ୍ କରିଥିଲା। ଫଳରେ ବିକଟ ପରିସ୍ଥିତିରେ ଏହି ଡିଫେନ୍ସ ସିଷ୍ଟମ କେତେ ପ୍ରଭାବଶାଳୀ ହୋଇପାରିବ ତାହା ଜଣାପଡ଼ିଥିଲା। ସୂଚନା ଥାଉକି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏହାକୁ ନିର୍ମାଣ କରିଛି। ଆକାଶ ପ୍ରାଇମ ସିଷ୍ଟମ୍‌ ପାଇଁ ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଓ ଚତୁର୍ଥ ରେଜିମେଣ୍ଟ…

Read More

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ସବୁ କହିଛନ୍ତି ପିଅନ। ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ ସେ ସୌମ୍ୟାଙ୍କୁ ତଡି ଦେଇଥିଲେ।ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ହେଲେ ପିଅନଙ୍କୁ କହି ସୌମ୍ୟାଙ୍କୁ ଦେହରୁ ନିଆଁ ଲିଭାଇବା ପରିବର୍ତ୍ତେ ତାଙ୍କୁ ସେପରି ଅବସ୍ଥାରେ ତଡି ଦିଆଗଲା। ଏହା କିଭଳି କୁମାନସିକତା ଅଟେ |

Read More

ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଗତ ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଯାଇଛି l ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି l ମୁମ୍ବାଇରେ ପହଁଞ୍ଚିବା ପାଇଁ ୮ରୁ ୧୦ ଦିନ ସମୟ ଲାଗିବ ବୋଲି ଜଣାପଡିଛି l ସୂଚନାମୁତାବକ ଗତମାସ ଜୁନ ୯ ତାରିଖରେ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ହେଲିକପ୍ଟରରେ କୌଣସି ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଆଉ ଫେରିପାରିନଥିଲା । ଫଳରେ ଦୀର୍ଘ ମାସେ ହେବ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ରହିଥିଲା ।ଦୀର୍ଘ ଏକ ମାସ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ହୋଇଥିବା ଅସ୍ଥାୟୀ…

Read More

ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ସରକାରଙ୍କୁ ଘେରିଛନ୍ତି ।ଏହି ପ୍ରତିବାଦରେ ସିପିଆଇ, ସିପିଆଇଏମ ସମେତ ୭ଟି ଦଳର ସମର୍ଥନ ରହିଛି।ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପିକେଟିଂ। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ବନ୍ଦ। କୋଣାର୍କ ବନ୍ଦ ଯୋଗୁଁ ଫେରିଗଲେ ପର୍ଯ୍ୟଟକ।

Read More

ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ଛଅ ବର୍ଷର ପୁଅ କିୟାଶ ଶୁକ୍ଳାଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଶୁଭାଂଶୁ ଶୁକ୍ଳା ପରିବାର ସହିତ ସାକ୍ଷାତ କରିବାର ଭାବପ୍ରବଣ ମୁହୂର୍ତ୍ତଗୁଡ଼ିକୁ ସୋସିଲ ମିଡ଼ିଆରେ ଶେୟାର କରିଛନ୍ତି। ତେବେ ଶୁଭାଂଶୁ କ୍ୱାରେଣ୍ଟାଇନ୍ ଏବଂ ସମସ୍ତ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ପରିବାରକୁ ଭେଟିଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ପରିବାର ସହିତ ପୁନଃମିଳନର ପ୍ରଥମ ଚିତ୍ର ଦେଶବାସୀଙ୍କ ହୃଦୟକୁ ଆକର୍ଷିତ କରିଛି, ଗର୍ବ, ଆଶ୍ୱସ୍ତି ଏବଂ ଗଭୀର ଭାବନାରେ ପରିପୂର୍ଣ୍ଣ ଏକ ମୁହୂର୍ତ୍ତର ଏକ ଝଲକ ପ୍ରଦାନ କରିଛି। ପ୍ରଶାନ୍ତ ମହାସାଗରରେ ଏକ ସଫଳ ସ୍ପାଲ୍ସଡାଉନ୍ ପରେ, ଶୁକ୍ଳା ବର୍ତ୍ତମାନ ISS ପରିଦର୍ଶନ କରିଥିବା ପ୍ରଥମ ଭାରତୀୟ ଏବଂ ରାକେଶ ଶର୍ମାଙ୍କ ପରେ ମହାକାଶରେ ଦ୍ୱିତୀୟ ଭାରତୟଙ୍କୁ ହ୍ୟୁଷ୍ଟନର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ…

Read More

ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି।ଗୁରୁବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କିଛି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟ୍‌କା ପବନ ଓ ବଜ୍ରପାତ ସମ୍ଭାବନା ରହିଥିବାରୁ ଏଥିପାଇଁ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ହେଲା ଝାରସୁଗୁଡ଼ା, ଭଦ୍ରକ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼। ତେବେ ବଜ୍ରପାତ ନେଇ ୧୮ ତାରିଖ ପାଇଁ ୨୩ ଜିଲାକୁ ୟେଲୋ ଓ୍ବାର୍ନିଂ କରାଯାଇଛି।ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଜିଲ୍ଲାଗୁଡ଼ିକ ପାଇଁ ପରାମର୍ଶ ଜାରି କରିଛନ୍ତି। ଏଥିସହିତ ଅଧିକାରୀମାନଙ୍କୁ ଯେକୌଣସି…

Read More