ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ଣ ୪ଟା ୩୦ରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଘୋଷଣା କରାଯିବ। ପରୀକ୍ଷାର୍ଥୀ www.results.odisha.gov.in ଲଗଇନ୍ କରି ଅପରାହ୍ଣ ୫ଟାରୁ ଫଳ ଦେଖିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
Author: sanitelevision
ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା । ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବଦ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନକରି ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ କାନ୍ଧ ଖସାଇଦେଲା। ହେଲେ ଗରିବ ଆଦିବାସୀ ବାପା ପାଖରେ ଶବ ନେବା ପାଇଁ ଅର୍ଥ ନଥିବାରୁ ଗାଁ’ରୁ ଏକ ଟ୍ରଲି ରିକ୍ସା ମାଗି ଝିଅର ଶବକୁ ଘରଠାରୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।ବାଲେଶ୍ବର ବାଲିଆପାଳ ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଘଟଣା ସାମ୍ନାକୁ ଆସିବା ପରେ ବାଲିଆପାଳ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।ସ୍ୱାମୀ ପ୍ରତିଦିନ ମଦ ପିଇ ମହିଳାଙ୍କ ସହ ଝଗଡ଼ା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ପୁନର୍ବାର ସ୍ୱାମୀ ସହ ଝଗଡ଼ା ହେବା ପରେ ଉତ୍ୟକ୍ତ ହୋଇ ଘରେ ଥିବା କୀଟନାଶକକୁ ଥଣ୍ଡା ପାନୀୟରେ ମିଶାଇ ଦୁଇ ଝିଅଙ୍କୁ ପିଆଇବାକୁ ଦେଇଥିଲେ ମହିଳା ଏବଂ ନିଜେ ମଧ୍ୟ ସେହି ବିଷ ପିଇଥିଲେ।ଘରର ଅନ୍ୟ ସଦସ୍ୟମାନେ ଏହା ଦେଖି ତୁରନ୍ତ ମହିଳା ଓ ତାଙ୍କ ଦୁଇ ଝିଅଙ୍କୁ ଏକ ଅଟୋ ଯୋଗେ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍ରେ କଲାମ ଦୀପର ୪ ନଂ ଲଞ୍ଚ ପ୍ୟାଡ୍ରୁ ଅଗ୍ନୀ-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଏହାର ପାଖାପାଖି ଅଢ଼େଇ ଘଣ୍ଟା ଅର୍ଥାତ ରାତି ୮.୩୫ ମିନିଟ୍ରେ ଚାନ୍ଦିପୁର ଆଇଟିଆରର ୩ ନଂ ଲଞ୍ଚ ପ୍ୟାଡ୍ରୁ ପୃଥ୍ୱୀ-୨କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଷ୍ଟାଟେର୍ଜିକ ଫୋର୍ସ କମାଣ୍ଡ(ଏସ୍ଏଫସି) ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପ୍ରାଥମିକ ବ୍ୟବହାର ସାଧାରଣତଃ ଭାରତୀୟ ବାୟୁ ସେନାରେ କରାଯାଏ । ଏହା ସ୍ୱଦେଶୀ…
ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ସହଦେବଖୁଣ୍ଟା ଥାନା ଏଡିଏମ୍ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଦେହରେ ଆଜି ଅପରାହ୍ଣରେ ନିଆଁ ଲାଗିଥିଲା। ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |ଫଳରେ ମହିଳା ଜଣଙ୍କର ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି। ପିଡୀତା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ନିଦ ବଟିକା ଖାଇ ଜୀବନ ହାରିଲେ ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡାଙ୍କ ମୃତ୍ୟୁ । ନିଦ ବଟିକା ଖାଇ ମୃତ୍ୟୁ ହୋଇଥିବା ସ୍ବାମୀଙ୍କ ଅଭିଯୋଗ ।ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାତିରେ ଦେବବ୍ରତ ତାଙ୍କ ସ୍ତ୍ରୀକୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତର ଜଣକ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ନେଇ ତଦନ୍ତ କରୁଛି ପୋଲିସ ।ସେପଟେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ବୋଲି ପାଖ ପଡ଼ୋଶୀଙ୍କକଠାରୁ ଶୁଣିବାକୁ ମିଳୁଛି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି ଆସୁଥିଲି। ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ ଏମିତି କେମିତି କରିପାରିବ?’ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍। କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା। ହେଲେ ଆତ୍ମହତ୍ୟା କରିପାରିବ କି। ଘଟଣାର ସଠିକ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି…
ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଆସନ୍ତା ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଶପଥ ପାଠ କରାଇବେ । ଜଷ୍ଟିସ୍ ପାଠକଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ । ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ’ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଗତ ୧୪ ତାରିଖରେ ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଜଷ୍ଟିସ୍ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀ ଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ…
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି । ତେବେ ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ ନେଇଛି ପୋଲିସ।ସେପଟେ ମହିଳା ନିର୍ଯାଚନା ବିରୋଧ ଓ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।ଏ ନେଇ ସମ୍ପଲପୁର ଏସ୍ପିଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ଗିରଫ ଅଧ୍ୟାପକ ଜଣକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଗୋପୀକାନ୍ତ ସୁନା ବୋଲି ଜଣାପଡିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ, ୪ ମାସ ତଳେ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ତାଙ୍କୁ ଅସଦାଚରଣ କରିବା ସହିତ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର । ଗୁରୁବାର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ…









