Author: sanitelevision

ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି।ସୁଇସାଇଡ ନୋଟ ମିଳିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ହେଲେ ବଢିଆ ଉସ୍ତାର ପୀତବାସ ଆଚାର୍ଯ୍ୟ । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ତଦନ୍ତ ଆରମ୍ଭ କରିଛି ପାଟପୁର ଥାନା ପୋଲିସ ।ଆତ୍ମହତ୍ୟା ବେଳେ ପୁଅ ଉଦ୍ଦେଶ୍ୟରେ ଏକ ସୁଇସାଇଡ୍ ନୋଟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି; “ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” । ପୁଅ କହିବା ଅନୁଯାୟୀ ବାପା ଉଚ୍ଚ ରକ୍ତଚାପ,ମଧୁମେହ ରୋଗରେ ପୀଡ଼ିତ ହୋଇ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲା କୌଣସି କାରଣକୁ ନେଇ ସଦାସର୍ବଦା ଅନ୍ୟମନସ୍କ ରହୁଥିଲେ। କାହାରି…

Read More

କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ନେଇ ଲୋକସେବା କର୍ମଚାରୀଙ୍କ ପାଇଁ କର୍ମଶାଳା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହେଲା ପ୍ରଥମ କର୍ମଶାଳା । କେମିତି ରୋକି ହେବ ଯୌନ ନିର୍ଯାତନା, ଲୋକସେବା ଭବନ ବୈଠକରେ ସାମିଲ ହେଲେ ପୁରୁଷ ଓ ମହିଳା କର୍ମଚାରୀ ।ଝିଅ ପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ । ମୋର ଅନୁରୋଧ ଶିକାର ହେଲେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ନିଜ ଅଧିକାର ପାଇଁ ସ୍ବର ଉଠାଇବା ଅପରାଧ ନୁହେଁ । ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ। ଯୌନ ଉତ୍ପୀଡ଼ନ ଉପରେ ରୋକ ଲଗାଇବା ପାଇଁ ଜନସଚେତନତା ସହ ଦୋଷୀଙ୍କ ପାଇଁ କଠୋର ଦଣ୍ଡବିଧାନ ପ୍ରତି ଆମ ସରକାର ଗୁରୁତ୍ବ ଦେଇଆସିଛନ୍ତି ।ଏହି ଆଇନକୁ ଆଇନରେ ସୀମିତ ନରଖି ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ବ ଭାବେ ଗ୍ରହଣ କରିବାକୁ ଅନୁରୋଧ…

Read More

ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ପଡିଲା ମହଙ୍ଗା । ବନ ବିଭାଗ ଅଫିସରେ ହାଜର ହେଲେ ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ । ଯାଜପୁର ଜିଲ୍ଲା ବଇରୀ ରେଞ୍ଜ ଅଫିସ୍‌ରେ ଅଭିନେତା ଜଣଙ୍କ ହାଜର ହୋଇଛନ୍ତି । ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଅଭିନେତା ବନ ବିଭାଗ ଅଫିସରେ ଦେଖାଇଥିବା ଜଣାପଡିଛି ।। ଗତକାଲି ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ। ହେଲେ ଅଭିନେତା ନଥିବାରୁ ବନ ବିଭାଗ ଅଧିକାରୀ ଅଫିସରେ ହାଜର ହେବା ପାଇଁ ନୋଟିସ କରିଥିଲେ। ଯାତ୍ରା ତୁଳସୀ ଗଣନାଟ୍ୟ ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବକୁ ମିଳିଥିଲା। ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି।

Read More

ନିର୍ବାଚନ କମିଶନ ନୂଆ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମିଶନ ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ନିକଟରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ ।ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାରିଖ ଘୋଷଣା କରାଯିବ। ସେପଟେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଇସ୍ତଫା ପରେ, ଏନଡିଏ ପଛୁଆ କିମ୍ବା ଅତ୍ୟନ୍ତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ନୂଆ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଠିଆ କରିବା ପାଇଁ ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛି ।

Read More

ସୁନା ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୨,୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୩ ,୮୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୨,୩୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୩ ହଜାର ୮୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୬,୭୫୦ ଟଙ୍କା ରହିଛି । ଗତକାଲି ୭୫,୯୭୦ ଟଙ୍କା ଥିଲା । ଏଥିରେ ୭୮୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୯୦୦ ଟଙ୍କା ରହିଛି । ଗତକାଲି ୧୨,୮୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।

Read More

ଚର୍ଚ୍ଚାରେ ପୁଣି ବାଲେଶ୍ୱର ଜିଲ୍ଲା । ଫକୀରମୋହନ ଛାତ୍ରୀ ମୃତ୍ୟୁ ଘଟଣା ସମସ୍ତଙ୍କ ମନରୁ ଲିଭିନଥିବା ବେଳେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୭ ବର୍ଷର ନାବାଳିକାକୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ । ତେବେ ଗତ ରବିବାର ଦିନ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ ଉଠାଇ ଆଣି ଦୁଷ୍କର୍ମ କରିଥିଲେ । ଖବର ଅନୁଯାୟୀ, ଗତ ରବିବାର ଦିନ ଉକ୍ତ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ କରୁଣାକର ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ପଡୋଶୀ ପିଉସୀ ଆସି ଅଭିଯୁକ୍ତ ଜେଜେବାପାଙ୍କ ଠାରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ବାପା ଓ ମାଆ ଆଗରେ ଘଟଣା ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ସମସ୍ତ କଥା…

Read More

ଆସନ୍ତାକାଲି ଅର୍ଥାତ ୨୪ ତାରିଖ ଗୁରୁବାର ଦିନ ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ।ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଗଣପର୍ବ। ଏହାଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଚିତାଲାଗି ହୋଇଥାଏ । ତେବେ ଏହି ସମୟ ପୂର୍ବରୁ କିମ୍ବା ପରେ ଆପଣ ଜଗା ଦର୍ଶନ କରିପାରିବେ। ଏହି ସମୟରେ ଗୁପ୍ତ ନୀତି ଯୋଗୁଁ ମନ୍ଦିର ବନ୍ଦ ରହିବ

Read More

ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ। ମାମଲାର ଶୁଣାଣି ପାଇଁ ସ୍ଥାପନ ହେବ ନୂଆ କୋର୍ଟ। ୨୩ ଜିଲ୍ଲାରେ ସ୍ଥାପନ ହେବ ଏହି ୫୬ଟି ନୂଆ କୋର୍ଟ। ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ କରାଯିବ। ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ କୁସୁମୀ ଠାରେ ନୂଆ କୋର୍ଟକୁ ଅନୁମୋଦନ ମିଳିଛି।ଏନେଇ ଅନୁମୋଦନ ମିଳିଛି।ଠିକ୍ ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆକୋର୍ଟ ସ୍ଥାପନ କରାଯିବ। ଏଥିସହ ଓଡ଼ିଶାରେ ସୃଷ୍ଟି ହେବ ୨ଟି ନୂଆ ଓଆଇଏସଏଫ ବାଟାଲିୟନ। ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ। ନୂଆ ୨ଟି ବାଟାଲିୟନରେ ନିଯୁକ୍ତି ପାଇବେ ୧୯୪୪ କର୍ମଚାରୀ।

Read More

ସିବିଏସଇ ସ୍କୁଲ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି ପଠାଯାଇଥିଲା। ଏଥିରେ ସ୍କୁଲର ପ୍ରବେଶ ଗେଟରୁ ଲବି, କରିଡର, ସିଡ଼ି, କ୍ଲାସରୁମ, ଲ୍ୟାବ ଏବଂ ପ୍ରସ୍ଥାନ ଗେଟ ପର୍ଯ୍ୟନ୍ତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସିବିଏସଇ କହିଥିଲା ଯେ, ବାଥରୁମ ଏବଂ ଶୌଚାଳୟ ବ୍ୟତୀତ, ସ୍କୁଲର ସମସ୍ତ ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର, ଲବି, କରିଡର, ସିଡ଼ି, ଶ୍ରେଣୀଗୃହ, ଲ୍ୟାବ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡ଼ିଆରେ ଅଡିଓ-ଭିଡିଓ ରେକର୍ଡିଂ ସହିତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ ପଡିବ।

Read More

ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍କୁଶ ଲଗାଇଲେ କୋର୍ଟ ।ଏହି ଯୋଜନାକୁ ଚା‌ଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ପ୍ରସଂଗରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଜିଲ୍ଲା କଣାସ ଅଞ୍ଚଳର ପ୍ରତାପ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନାମୁତାବକ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ରାଜ୍ୟ ସରକାର ଚଳିତ ବର୍ଷ ପ୍ରାରମ୍ଭରେ ଆରମ୍ଭ…

Read More