୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି। ରୁଷର ଆମୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହା ମସ୍କୋରେ ଆତଙ୍କ ସୃଷ୍ଟି କରିଛି ।ରିପୋର୍ଟ ଅନୁଯାୟୀ, ବିମାନଟି ଇରକୁଟସ୍କ ସହରରୁ ଉଡ଼ାଣ ଭରିବାକୁ ଥିଲା ଏବଂ ୟାକୁଟସ୍କରେ ପହଞ୍ଚିବାର ଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଅନେକ ଚେଷ୍ଟା ସତ୍ତ୍ୱେ, ବିମାନ ସହିତ ଯୋଗାଯୋଗ ସ୍ଥାପନ ହୋଇପାରିଲା ନାହିଁ, ଯାହା ଫଳରେ ଦୁର୍ଘଟଣାର ସମ୍ଭାବନା ଘନିଭୂତ ହେଉଛି ।ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।ବିମାନ ନିଖୋଜ ହେବା ପରେ ରୁଷ ଆପତ୍ତକାଳୀନ ମନ୍ତ୍ରଣାଳୟ ସର୍ଚ୍ଚ ଅପରେସନ ଜାରି କରିଛି । ନିଖୋଜ ବିମାନକୁ ଖୋଜିବା ପାଇଁ ହେଲିକପ୍ଟର ଏବଂ ଡ୍ରୋନ ନିୟୋଜିତ ରହିଛି । ପାଗ ଖରାପ…
Author: sanitelevision
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ । ଏବେ ମୋଟ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଛି । ବାମ ପାଶ୍ୱର୍ର ୫ଟି ଓ ଡାହାଣ ପାଶ୍ୱର୍ର ୩ଟି ସ୍ଲୁଇସ ଗେଟ ଖୋଲା ରହିଛି ।ଅପରପକ୍ଷରେ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାରର ପ୍ରବେଶ କରୁଛି। ଖଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ।
ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ନରସିଂହପୁର ନୂଖାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ ଯାଇଥିଲେ । ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୮ଟା ବେଳକୁ ନରସିଂହପୁର-ଅନୁଗୁଳ ଘାଟିରେ ତାଙ୍କ ବାଇକ୍ରୁ ତେଲ ସରିଗଲା । ନିକଟରେ ଥିବା କିଛି ପେଟ୍ରୋଲ ପମ୍ପ୍କୁ ଯାଇ ବୋତଲରେ ବ୍ୟକ୍ତି ଜଣକ ପେଟ୍ରୋଲ ମାଗିଲେ । କିନ୍ତୁ ପେଟ୍ରୋଲ ପମ୍ପ୍ ମାନଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବୋତଲରେ ପେଟ୍ରୋଲ ଦେବାକୁ ମନା କରିଦିଆଗଲା । ଫଳରେ କୌଣସି ବାଟ ନପାଇ ଅନ୍ୟ କିଛି ଗାଡ଼ିରୁ ସହାୟତା ବି ମାଗିଥିଲେ । କିନ୍ତୁ କେହି ନିଜ ଗାଡ଼ିରୁ ପେଟ୍ରୋଲ କାଢ଼ି ଦେଲେନାହିଁ । ଘାଟି ରାସ୍ତାରେ ନେଟ୍ୱକ୍ ନ ଥିବାରୁ…
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତେବେ ଏହି ପଦ ପାଇଁ ବର୍ତ୍ତମାନ କେଉଁମାନେ ଦୌଡ଼ରେ ଅଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ତାଲିକାରେ କେନ୍ଦ୍ର ମନ୍ତ୍ରୀ ଏବଂ ଜେଡିୟୁ ନେତା ରାମନାଥ ଠାକୁରଙ୍କ ନାମ ଶୀର୍ଷରେ ଅଛି ।ତଥାପି, ଭାରତୀୟ ଜନତା ପାର୍ଟି ସହିତ ଜଡିତ ସୂତ୍ରଗୁଡ଼ିକ ରାମନାଥ ଠାକୁରଙ୍କ ନାମକୁ କେବଳ କଳ୍ପନାଜଳ୍ପନା ବୋଲି କହୁଛନ୍ତି । ସୂତ୍ରଗୁଡ଼ିକ କହୁଛନ୍ତି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତି ଭାରତୀୟ ଜନତା ପାର୍ଟିରୁ ହେବେ । ଏପରି ପରିସ୍ଥିତିରେ, ଅନ୍ୟ କୌଣସି ନେତାଙ୍କ ନାମ ନେବା କେବଳ କଳ୍ପନାଜଳ୍ପନା, ଏହାର ପଛରେ କୌଣସି ସତ୍ୟତା ନାହିଁ ।ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବିହାର…
ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଲାଇନ୍ ଚ୍ୟୁତ ବଗିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଲାଇନ୍ କ୍ଲିୟର ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ ।
ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି । ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇପାରିବ । ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପକ୍ଷରୁ ମେଣ୍ଟାଲ ହେଲଥ୍ ଆଣ୍ଡ୍ ନର୍ମାଲସି ଅଗ୍ମେଣ୍ଡେସନ୍ ସିଷ୍ଟମ (ମାନସ) ପୋର୍ଟାଲର ଶୁଭାରମ୍ଭ ହୋଇଛି।ଏହି ହେଲ୍ପ ଲାଇନ ନମ୍ବର ଜରିଆରେ ନିଶା ସମ୍ପର୍କିତ ସୂଚନା ଦେଇପାରିବେ ଛାତ୍ରଛାତ୍ରୀ । ସେଥି ପାଇଁ ଯଦି କୌଣସି କ୍ୟାମ୍ପସରେ ଡ୍ରଗ୍ସ ବ୍ୟବହାର ହେଉଥିବ, ତାହା ହେଲେ ଦେଶର ଯେକେହି ନାଗରିକ ,ଛାତ୍ରଛାତ୍ରୀ, ଯୁବପିଢ଼ି ଜାତୀୟ ହେଲ୍ପଲାଇନ୍…
ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ୨୮ ତାରିଖ ପରଠୁ କମିବ ବର୍ଷା ପରିମାଣ…
ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ । ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସ ଧରି ବନ୍ଦ ରହିଛି ।
FM କଲେଜ୍ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଘଟଣାକୁ ପାଖାପାଖି ୧୩ ଦିନ ବିତିଗଲାଣି ହେଲେ ପ୍ରକୃତ ଘଟଣା ଉପରୁ ପରଦା ଉଠିିପାରୁନି। ଘଟଣା ଘଟିବା ସମୟରେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ସମୟରେ ସେ କିପରି ଏଣେତେଣେ ଦୌଡୁଥିଲେ ତାର ଏକ ସିସିଟିଭି ଭିଡ଼ିଓ ସେହି ଦିନଠାରୁ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆଉ ଏହି ଭିଡ଼ିଓରେ ମଧ୍ୟ ଦୁଇ ଜଣ ଝିଅଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ କି ଦୁଆର ସାମ୍ନାରେ ବସିଥିଲେ। ଆଉ ସୌମ୍ୟାଶ୍ରୀ ନିଆଁରେ ହୁତୁହୁତୁ ହୋଇ ଜଳି ସେହି ଆଡକୁ ଆସିବା ଦେଖି ସେମାନେ ଉଠି ସେଠାରୁ ପଳାଇଯାଇଥିଲେ।ଆଉ ଏଥିରୁ ଜଣାପଡ଼ୁଛି କି ଏହି ୨ ଝିଅ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ। ଆଉ ସୌମ୍ୟାଶ୍ରୀଙ୍କ ଦେହରେ କିପରି ନିଆଁ ଲାଗିଲା ସେମାନେ ଜାଣିଥାଇପାରନ୍ତି।ହେଲେ ଏତେ ସବୁ ତଦନ୍ତ ପରେ ବି ସେମାନେ ସାମ୍ନାକୁ ଆସିନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ ସେହି…
ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍ଭୋକେଟ ଜେନେରାଲ। ଏହି ନିଯୁକ୍ତିକୁ ଓଡିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ବେଳେ ଏହା ଜଣାପଡ଼ିଥିଲା । ତେବେ ପୂର୍ବତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା ।ଏହାକୁ ବିରୋଧ କରି ଆଇନଜୀବୀ ପ୍ରବୀର ଦାସ ଏନେଇ ମାମଲା ଦାୟର କରିଥିଲେ।









