ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଜୟପୁର ଓ ଭୁନେଶ୍ବରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଯାଞ୍ଚ ବେଳେ ମିଳିଛି ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା । ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ଚାଲିଛି ରେଡ୍ । ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।
Author: sanitelevision
ହାଇକୋର୍ଟରେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ମାମଲା । ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲୋ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ । କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ।
ସଂପତ୍ତି ବିବାଦର ନୂଆ ଚିତ୍ର। ଗୋଟିଏ ଘରେ ତାଲାପକାଇଲେ ଉଭୟ ବାପା ଓ ପୁଅ। ବାପା ଭିତରପଟୁ ତାଲା ପକାଇଥିବାବେଳେ ପୁଅ ବାହାର ପଟୁ ତାଲା ପକାଇଥିଲେ। ପୋଲିସ ଆସିବାରୁ ପୁଅ ଖୋଲିଲା ତାଲା I ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ୍ ଅଞ୍ଚଳରେ।ପୁଅର ବାପା କହିଛନ୍ତି, ତାଙ୍କ ପୁଅ ରାୟଗଡାରେ ଚାକିରି କରେ । ସେ ଯେତେବେଳେ ଘରକୁ ଆଶେ ଘରେ ତାଙ୍କ ସହ ପାଟିଗୋଳ କରେ । ପୁଣି ଚାଲିଯାଏ । ରଥଯାତ୍ରା ବେଳେ ସେମିତି ପାଟିଗୋଳ କରି ଯାଇଥିଲା । ଏନେଇ ପୂର୍ବରୁ ସେ ପୋଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପ୍ରକାଶ ବାବୁ ଘରେ ଏକା ମଣିଷ ରହୁଥିବା ବେଳେ ତାଙ୍କର ରକ୍ତଚାପ , ମଧୁମେହ ଆଦି ରୋଗ ରହିଛି । ଆଜି ସକାଳେ ଆସି ତାଲା ପକେଇଦେଇ ଯାଇଥିବା ଅଭିଯୋଗ କରିଛନ୍ତି ପ୍ରକାଶ । ଘଟଣାସ୍ଥଳରେ ପୋଲିସ…
ଆଜି ଚିତାଲାଗି ଅମାବାସ୍ୟା । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ସମ୍ଭବତଃ ଚିତା ଓ ଚିତଉର ସମ୍ପର୍କ ଥିବାରୁ ଅମାବାସ୍ୟାର ନାମ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ହୋଇଛି।ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ। ଧାର୍ମିକ ପର୍ବପର୍ବାଣି ଛଡ଼ା ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ। ଓଡ଼ିଶାର ଧାନ ମୁଖ୍ୟ ଫସଲ। ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ। ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା…
ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ ମେଲିଂ କରାଯାଉଥିଲା । ଆଉ ସେଥି ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଏପିରିକି ତିନି ମାସ ତଳେ ଜୋର ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ । ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ଯୁବତୀ । ଅନ୍ୟପଟେ ଯୁବତୀ ଜଣଙ୍କ ଥିଲେ ଦିବ୍ୟାଙ୍କ । ସେ ଶୁଣ ପାରନ୍ତିନି କିମ୍ବା କଥା କହିପାରନ୍ତିନି । ଏପଟେ ପାର୍ଥିବ ଶରୀରର…
ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ ସେ ଦୌଡ଼ି ପଳାଇଗଲେ ।ସ୍ୱାମୀଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ସ୍ୱାମୀ ପୋଲିସକୁ ଯାହା କହିଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା ।ପୀଡିତାଙ୍କ ନାମ ମୁକେଶ ଦାସ। ତାଙ୍କ ବୟସ ୩୬ ବର୍ଷ। ତାଙ୍କ ଜିଭ କାଟିବା ପରେ, ସେ ଏବେ କିଛି କହିପାରୁ ନାହାଁନ୍ତି। ଘଟଣାଟି ଖିଜରାସରାଇ ଅଞ୍ଚଳର। ମୁକେଶଙ୍କ ସ୍ତ୍ରୀ ଜଣେ ଆଶା କର୍ମୀ। ମୁକେଶଙ୍କୁ କହିବା ଅନୁଯାୟୀ, ତାଙ୍କ ସ୍ତ୍ରୀ ତାଙ୍କୁ ମିଠା କଥା କହି ପ୍ରଲୋଭିତ କରି ଏହି ଘଟଣା କରିଥିଲେ। ତେବେ ସୁନିତା ତାଙ୍କୁ ଜିଭ ଦେଖାଇବାକୁ ଜିଦ କରିବାକୁ ଆରମ୍ଭ କଲେ। ପ୍ରଥମେ ମୁକେଶ ଜିଭ ଦେଖାଇଲେ ନାହିଁ।…
କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍ମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖିବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଥିଲା। ଜଣେ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବାବେଳେ ପୂର୍ବ ଯୋଜନା ମୁତାବକ ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ବୋର୍ଡ ଆନୁଷ୍ଠାନିକ ଭାବରେ ସ୍ପେଶାଲ OJEE 2025 ର ଫଳାଫଳ ଘୋଷଣା କରିଛି। ଯାହା ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ ।
ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ । ମାଲାକନଗିରି ଘଟଣା ହୃଦୟ ବିଦାରକ । ୧୫ ବର୍ଷର ନାବାଳିକା ଦୁଇ ଦୁଇ ନିର୍ଯାତନାର ଶିକାର ହେବ। ରେସ୍କ୍ୟୁ ହେବା ପରେ ଶିକାର ହେଲା । ପୋଲିସ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନାହିଁ ଅଭିଯୁକ୍ତ ବିରୋଧରେ । ନ୍ୟାୟ ନମିଳିବାରୁ ଲଜ୍ଜା ସହିନପାରି ବିଷ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କଲେ । ଏବେ ସେ ଡାକ୍ତରଖାନା ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ବନ୍ଧୁ ଗାଁ କୋରାପୁଟ ରେ ଜୁଲାଇ ରେ…
ଜବ୍ କାର୍ଡ ଜାଲିଆତିକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଛି । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ 66 ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି । ସେଥିରୁ 43 ଲକ୍ଷ ଆକ୍ଟିଭ ଅଛନ୍ତି ।ସାଂସଦ ମାଳା ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ…









