Author: sanitelevision

ବଢ଼ିଲା ବୁଣାକାରଙ୍କ ଭତ୍ତା । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତାରେ ୬ ହଜାର ଟଙ୍କା ବୃଦ୍ଧି ଘୋଷଣା କଲେ ମୋହନ ମାଝୀ ।ସେହିପରି ମହିଳା କର୍ମଚାରୀଙ୍କ ଭତ୍ତା ୭ ହଜାରଟଙ୍କାକୁ ବୃଦ୍ଧି କରିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲାରେ ଟେକ୍ସଟାଇଲ ପାର୍କ ଉଦ୍ଘାଟିତ ହୋଇଛି।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର ପୂରା ଭାରତରେ ପହଞ୍ଚିବ । ସମ୍ବଲପୁର, ମାଣିଆବନ୍ଧ, ବ୍ରହ୍ମପୁର ଶାଢ଼ୀ ଲୋକପ୍ରିୟ । ରୋଜଗାର କ୍ଷେତ୍ରରେ ବୃଦ୍ଧି ଆରମ୍ଭ ଲକ୍ଷ୍ୟ ବୋଲି ମୋହନ ମାଝୀ କହିଛନ୍ତି । ସବୁକ୍ଷେତ୍ରରେ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବ ।୩୩ ଏମଓୟୁ ସ୍ୱାକ୍ଷରିତ, ୭୮୦୮ କୋଟି ପୁଞ୍ଜୀ ନିବେଶ ସାଙ୍ଗକୁ ରାଜ୍ୟରେ ୫୩…

Read More

୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ । ସେ ସମୟରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିଲା । ୨୦୨୪ ମସିହା ଡିସେମ୍ବର ମାସରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏ ସମ୍ପର୍କରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।ସରକାରୀ ସୂତ୍ର ଅନୁଯାୟୀ, ଏହି ପ୍ଲାଟଫର୍ମଗୁଡ଼ିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ‘ସଫ୍ଟ ପର୍ଣ୍ଣ’ ଭାବରେ ବର୍ଣ୍ଣିତ ବିଷୟବସ୍ତୁ ହୋଷ୍ଟ ଏବଂ ବଣ୍ଟନ କରୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର IT ନିୟମ ଏବଂ ବିଦ୍ୟମାନ ଅଶ୍ଳୀଳତା ଆଇନକୁ ଉଲ୍ଲଂଘନ କରିଛି।ଏହି ପ୍ରତିବନ୍ଧକର ଲକ୍ଷ୍ୟ ହେଉଛି,…

Read More

ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୩ ବର୍ଷ ପୂର୍ତ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ବସି ରଚିଛନ୍ତି ଇତିହାସ । ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ପାଇଛନ୍ତି ଆଖ୍ୟା ।ସେ ସକ୍ରିୟତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ଏହାରି ଭିତରେ ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ତିନି ବର୍ଷ ପୂରଣ ହୋଇଛି ।ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି , ବିଧାୟିକାରୁ ମନ୍ତ୍ରୀ ପରେ ମନ୍ତ୍ରୀରୁ ରାଜ୍ୟପାଳ ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି । ଏମିତି ଥିଲା ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରା । ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଦ୍ରୌପଦୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ବିଏ ପାସ୍ କରିଥିବା ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ହୋଇଥିଲେ। ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି…

Read More

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍ । ଏବେ ମୋଟ୍ ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍‌ ଗେଟ୍ ଖୋଲା । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୧୭ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮୬ ହଜାର ୮୧୫ କ୍ୟୁସେକ ଜଳ ପ୍ରବେଶ କରୁଛି ଏବଂ ୧ ଲକ୍ଷ ୫୬ ହଜାର ୧୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କାରଣରୁ ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଆଉ ୪ ଟି ଗେଟ୍‌ ଖୋଲାଯାଇଛି…

Read More

ନରେନ୍ଦ୍ର ମୋଦୀ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଯିଏ ସର୍ବାଧିକ ସମୟ ପାଇଁ ନିରନ୍ତର ଭାବରେ ତାଙ୍କ ପଦବୀରେ ରହିଛନ୍ତି। ସେ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ୪୦୭୭ ଦିନ କାର୍ଯ୍ୟ କରିଛନ୍ତି । ଇନ୍ଦିରା ଗାନ୍ଧୀ ୧୯୬୬ ଜାନୁଆରୀ ଜାନୁଆରୀ ୨୪ରୁ ୧୯୭୭ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ କାର୍ଯ୍ୟରେ ରହିଛନ୍ତି ।ଇନ୍ଦିରାଙ୍କ ପଛରେ ପକାଇ ମୋଦି ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ।ପଣ୍ଡିତ ଜବାହରଲାଲ ନେହେରୁ ସର୍ବାଧିକ ସମୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ନିରନ୍ତର ଭାବରେ ୧୬ ବର୍ଷ ୨୮୬ ଦିନ ପାଇଁ ଏହି ପଦବୀରେ ଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ୪୦୭୮ ଦିନ ପାଇଁ ଏହି ପଦବୀରେ ଅଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୦୦୧ ରୁ ମେ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ବାଧିକ ସମୟ ପାଇଁ…

Read More

ଅଶାନ୍ତ ରହିଛି ମଣିପୁର । ମଣିପୁରରେ ଆଉ ୬ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି । ଫେବୃଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ବିଧାନସଭା ଭଙ୍ଗ କରିଥିଲେ । ଦେଶର ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ। ପ୍ରତି ୬ ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିହାତି ଜରୁରୀ ଅଟେ।

Read More

ବାର୍ଡ ଫ୍ଲୁ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲାକୁ ବ୍ୟାପିଛି। ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଯାଉଛି। ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର ସେଠାରେ ସମୂହ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ ହୋଇଛି। କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍ ଆସିଛନ୍ତି। ପ୍ରତି ଟିମ୍‌ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ସହ ସହାୟକ ଅଛନ୍ତି। ମୃତ କୁକୁଡ଼ାଙ୍କୁ ଫାର୍ମ ପରିସରରେ ଗାତ ଖୋଳି ପୋତି ଦିଆଯାଇଛି। ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବଡ଼ ଆଙ୍କୁଲାର ଏକ କୁକୁଡ଼ା ଫାର୍ମରୁ ସଂକ୍ରମତ କୁକୁଡ଼ା ଅଭିଯାନ ଆରମ୍ଭ…

Read More

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୨୮ ଜୁଲାଇ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି।ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାକୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ…

Read More

ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ସେଦିନ ସକାଳ ୮ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁଲାଇ ୨୫ ତାରିଖ ଠାରୁ ଆରମ୍ଭ ହୋଇ ସର୍ବାଧିବକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।…

Read More

ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଅବସରରେ କହିଲେ, ପିଲାମାନେ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ସହିତ ବିକଶିତ ଓଡ଼ିଶା ଗଠନ ପାଇଁ ଏବେଠାରୁ ଦୃଢ଼ ସଂକଳ୍ପ ନିଅନ୍ତୁ। ଆଗାମୀ ପଚାଶ ବର୍ଷ ପାଇଁ ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଆ ମାଧ୍ୟମରେ ପାଠପଢ଼ା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ୯୧ ଭାଗ ପିଲାଙ୍କୁ ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ସଦୁପଯୋଗ ପାଇଁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ କରିବାରେ ସମଗ୍ର ଦେଶରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଫଳତା ପାଇଥିବା ବେଳେ ଓଡ଼ିଆ ଭାଷାରେ ଯୁକ୍ତ୨…

Read More