ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ | ଗ୍ରେଡ଼-୧ ପରିମଳ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ବୀମା | ସେହିପରି ସମସ୍ତ ପରିମଳ (ଗ୍ରେଡ଼ ୧) କର୍ମଚାରୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ ମିଳିବ | ଏହି ମୋବାଇଲରେ ଜରୁରୀକାଳିନ ସୂଚନା ମିଳିବ | ସେହିପରି ସମସ୍ତ୍ ପରିମଳ କର୍ମଚାରୀଙ୍କୁ ବାସଗୃହ ( ଆବାସ)ଯୋଗାଇ ଦିଆଯିବ |ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ପରିମଳ କର୍ମଚାରୀ କୁଶଳୀ ଓ ଅତି କୁଶଳୀ ମାନ୍ୟତା ପାଇଛନ୍ତି |
Author: sanitelevision
ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଗୋଟିଏ ଦିନ ପୂର୍ବରୁ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ତାଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ମିଳିଥିଲା। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ରହିଛି।୧୯୮୯ ମସିହାରେ ଜଙ୍ଗଲ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନେପାକ। ୨୦୦୯ ମସିହାରେ ଫରେଷ୍ଟର ଭାବେ ତାଙ୍କୁ ପଦୋନ୍ନତି ମିଳିଥିଲା। ଇତିମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ନେପାକ କାମ କରିଥିବା ବେଳେ ୨୦୨୩ରେ ଡେପୁଟି ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ। ଜୟପୁର ବନଖଣ୍ଡର ରାମଗିରି ରେଞ୍ଜର ଭାବେ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ କାମ କରିବା ପରେ ମାତ୍ର ୨୦ଦିନ ତଳେ ସେ ଜୟପୁର ଡେପୁଟି ରେଞ୍ଜର…
ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ‘ବଦମାସ ଟୋକା’ ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଛି କମିଶନରେଟ୍ ପୋଲିସ । ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍ (୪୦)। କୋର୍ଟଚାଲାଣ ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଉଦୟନ ଓଡ଼ିଆ ଆଲବମ୍ ଓ ଚଳଚ୍ଚିତ୍ର ସହ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଠକେଇର ଶିକାର ହୋଇଥିବା ସରୋଜ କୁମାର ସାହୁ ଅଭିଯୋଗ ଅନୁସାରେ, ସେ ବରମୁଣ୍ଡା ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୨୧ ଅକ୍ଟୋବର ୨୬ରେ ତାଙ୍କୁ ଉଦୟନ ଦେଖାକରି ଷ୍ଟିଲ ପ୍ରୋଜେକ୍ଟ କାର୍ଯ୍ୟର ଉନ୍ନତୀକରଣ ଲାଗି ୩୧.୫୦ ଲକ୍ଷ ଟଙ୍କା ଧାର ସୂତ୍ରରେ…
ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍ସୋର୍ସିଂ ସଂସ୍ଥାକୁ ମ୍ୟାନ୍ ପାଓ୍ବାର ଲାଗି ନିଯୁକ୍ତ କରାଯାଇଛି ତାହା ବଜାୟ ରହିବ ଏବଂ ସମ୍ପୃକ୍ତ ସଂସ୍ଥା ନବୀକରଣ କରିପାରିବେ। ହେଲେ ସମ୍ପୃକ୍ତ ସଂସ୍ଥା ଅର୍ଥ ବିଭାଗର ବିନା ଅନୁମୋଦନରେ ନୂଆ କରି ଜଣେ ହେଲେ ବି ‘ମ୍ୟାନ୍ ପାଓ୍ବାର’ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, କୌଣସି ନୂଆ କ୍ୟାଡର୍ ନିୟମ ପ୍ରସ୍ତୁତି କିମ୍ବା ସଂଶୋଧନ ପୂର୍ବରୁ ଅର୍ଥବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗର ଅନୁମତି ନେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ସବୁ ବିଭାଗକୁ କହିଛନ୍ତି। କ୍ୟାଡର ନିୟମ ସମ୍ପର୍କିତ କୌଣସି ପ୍ରସ୍ତାବ କ୍ୟାବିନେଟ୍ରେ ଉପସ୍ଥାପନ କରିବା ପୂର୍ବରୁ ଯଥାର୍ଥ ଆକଳନ ଏବଂ ଆର୍ଥିକ ପ୍ରଭାବ ଅନୁଶୀଳନ କରିବା ଆବଶ୍ୟକତା ରହିଥିବା ଦୃଷ୍ଟିରୁ ଆଗୁଆ ଅନୁମତି ନେବାକୁ…
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ ଯାଇଥିଲେ। ବିଜେପିର ନୂଆ କାର୍ଯ୍ୟକାରିଣୀରେ କିଛି ନୂଆ ଲୋକଙ୍କୁ ନିଆଯିବ ଏବଂ କିଛି ପୁରୁଣା କାର୍ଯ୍ୟକର୍ତ୍ତା ପୂର୍ବ ଭଳି ଦାୟିତ୍ବରେ ରହିବେ।ଖୁବ୍ଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ। ଆଜି ବି ବୈଠକ ଅଛି, ସାଂଗଠନିକ ବିଷୟରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ସେ କହିଛନ୍ତି, ଏବେ ସେଭଳି କୌଣସି ସମ୍ଭାବନା ନାହିଁ। ଏନେଇ ନୂଆଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ତେବେ ଠିକ୍ ସମୟରେ ନିଗମ…
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡ଼ାର ଚାଞ୍ଚଲ୍ୟକର ଘଟଣା । ପ୍ରେମ ପାଇଁ ପରିବାରକୁ ବିଷ ପିଆଇ ଦେଲା ନୃଶଂସ ଝିଅ। ପରିବାରର ଏକ ଶିଶୁ କନ୍ୟା ସହ ୬ ଗୁରୁତର ମେଡିକାଲରେ ଭର୍ତ୍ତି । ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା।ସୂଚନା ଅନୁଯାୟୀ, ଗତ ୬ ମାସ ତଳେ କନିକାପଡ଼ାର ଉମାକାନ୍ତ ଓଝାଙ୍କ ଝିଅର ବିବାହ ଠିକ୍ ହୋଇଥିଲା । ହେଲେ ସେ ସୁକିନ୍ଦା ଥାନା ମଂଗଳପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରି ଘରୁ ଲୁଚି ପଳାଇ ବିବାହ କରିଥିଲେ । ଘର ଛାଡି…
କନ୍ଧମାଳରେ ପୁଣି ଲଜ୍ୟା।ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୋଟଗଡ଼ ଓ ବେଲଘର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିବା ବେଳେ ମାସିକ ଋତୁସ୍ରାବ ତଦାରଖ ସମୟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ଚିହ୍ନଟ ହୋଇଥିଲା। ୨ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଜଣାଇଲେ ହଷ୍ଟେଲ କର୍ତ୍ତୃପକ୍ଷ । କୋଟଗଡ ଓ ବେଲଘର ଥାନାରେ ୨ଟି ପୃଥକ ଖବର ଏତଲା ହୋଇଛି । ଅନ୍ୟପଟେ ଉଭୟଙ୍କ ପରିବା ଲୋକେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବେଲଘର ପୋଲିସ ଏକ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ…
ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍ବ୍ରାଞ୍ଚର ଟିମ୍ କ୍ରାଇମ୍ ସ୍ପଟ୍ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି। କ୍ରାଇମ୍ବ୍ରାଞ୍ଚ ଟିମ୍ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ ମଧ୍ୟ କରିଛନ୍ତି।କାଲି ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ବେଳର ଭିଡିଓ କରାଯାଇଛି । ଅଧିକାରୀଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ଦିଲ୍ଲୀ ଏମ୍ସର ଜଣେ ଡାକ୍ତର, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ଥାନା ମହିଳାଏଏସଆଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ, ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକିୟା ଚୂଡାନ୍ତ ପର୍ଯାୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି। ତଦନ୍ତର ସମ୍ପୂର୍ଣ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ…
ଓଡ଼ିଶାର ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ମେଟ୍ରୋ ପାଇଁ କେନ୍ଦ୍ରକୁ ଯାଇନି ପ୍ରସ୍ତାବ ।ସଂସଦରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀଙ୍କ କହିବା କଥା ଯେ କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି | ପ୍ରକଲ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି |ଗୋଟିଏ ପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟରେ ଘନଘନ ବୈଠକ ବସୁଥିବା ବେଳେ କେନ୍ଦ୍ରକୁ ପ୍ରସ୍ତାବ ଯାଇନଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଦେଖିବା ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ମେଟ୍ରୋ ରେଳ ପ୍ରକଳ୍ପ’ ଗମନାଗମନ ସେବାରେ କିଭଳି ନୂତନ ରୂପାନ୍ତରଣ ଆଣିବ ଓ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବରେ ସଫଳ ରୂପରେ କାର୍ଯ୍ୟାନ୍ବିତ…
ଆହୁରି ଶକ୍ତିଶାଳୀ ହେଲା ଭାରତର ସାମରିକ ଶକ୍ତି । ଏବେ ଭାରତ ପା୍ରେ ଡ୍ରୋନରୁ ସଠିକ୍ ଲକ୍ଷ୍ୟଭେଦ କରି କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଶକ୍ତି ଅଛି । ଭାରତ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଜାତୀୟ ଓପନ୍ ଏରିଆ ରେଞ୍ଜ (NOAR)ରେ ଡ୍ରୋନ୍ଲଞ୍ଚ ସଠିକ୍ ମାର୍ଗନିର୍ଦ୍ଦିଷ୍ଟ ମିସାଇଲ (ULPGM-V3)ର ସଫଳତାର ସହିତ ପରୀକ୍ଷଣ କରିଛି। ଡିଫେନ୍ସ ରିସର୍ଚ୍ଚ ଅଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ଏହି ପରୀକ୍ଷଣ କାର୍ଯ୍ୟକରିଛି, ଯାହା ଭାରତର ସାମରିକ କ୍ଷମତାକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛି।ପୂର୍ବରୁ,(ୟୁଏଲପିଜିଏମ)-ଭି୨କୁ ଡିଆରଡିଓର ଟର୍ମିନାଲ ବାଲିଷ୍ଟିକ୍ ଗବେଷଣାଗାର ଦ୍ୱାରା ବିକଶିତ କରାଯାଇଥିଲା, ଯେଉଁଥିରେ ବହୁବିଧ ଯୁଦ୍ଧାସ୍ତ୍ର ବିନ୍ୟାସ ଥିଲା। ୟୁଏଲପିଜିଏମ ସିଷ୍ଟମଗୁଡ଼ିକୁ ହାଲୁକା, ସଠିକ୍ ଏବଂ ବିଭିନ୍ନ ଯାନରୁ ଆକାଶ ମାର୍ଗରେ ନିକ୍ଷେପ କରାଯିବା ପାଇଁ ଡିଜାଇନ୍ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଏହା ଭାରତ ପାଇଁ ଆଉ…









