Author: sanitelevision

ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ତେବେ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଯେ, ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ । ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ। ବୋଲବମ୍ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Read More

ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ।ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ସୂଚନା ଅନୁସାରେ ସୋମବାର ଅପରାହ୍ନ ୬ଟାରୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦର୍ଶନ କଟକଣା ରହିଛି ।

Read More

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଘାଘରା ଥାନା ସେହଲ ଲଭଡାଗ ଗାଁରେ ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି) ମଧ୍ୟରେ ଗୁଳି ବିନିମୟ ହୋଇଛି l ପୁଲିସ ଏନକାଉଣ୍ଟରରେ ତିନି ଉଗ୍ରବାଦୀ ନିହତ ହୋଇଛନ୍ତି l ଘାଘରା ଥାନା ସେହଲ ଲଭଡାଗ ଗାଁରେ ନିକଟସ୍ଥ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସମସ୍ତ ତିନି ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ସୁରକ୍ଷାବଳ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛନ୍ତି।ଏହା ପୂର୍ବରୁ ଗତ ସପ୍ତାହରେ ରାଜ୍ୟର ବୋକାରୋ ଜିଲ୍ଲାର ବୀରହରଦେରା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଦୁଇ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାବଳ ଗୁରୁତର ଆହତ ହୋଇଥିଲେ।

Read More

ମହାରାଷ୍ଟ୍ର ନଭି ମୁମ୍ବାଇରେ ଜଣେ ମହିଳାଙ୍କୁ ଗୁଗଲ ମ୍ୟାପ୍ ଫଲୋ କରିବା ମହଙ୍ଗା ପଡିଛି। ରୁଟକୁ ଫଲୋ କରି ମହିଳାଙ୍କ କାର ଖାଇକୁ ଖସିପଡିଛି। ତେବେ ଉପସ୍ଥିତ ସୁରକ୍ଷା ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ସେପରି ଗୁରୁତର ଆଘାତ ଲାଗି ନାହିଁ, ସେହି ପରି ତାଙ୍କ କାରକୁ ମଧ୍ୟ ବାହାର କରାଯାଇଛି। ରିପୋର୍ଟ ଅନୁସାରେ ମହିଳାଙ୍କୁ ବେଲାପୁରରୁ ଉଲଭେ ଯିବାର ଥିଲା। ଏଥି ପାଇଁ ସେ ଘରୁ କାରରେ ବାହାରିଥିଲେ। ତାଙ୍କୁ ବେଲାପୁର ୱେବ୍ରିଜ୍ ଦେଇ ଯିବାର ଥିଲା। ତେବେ ଗୁଗଲ ମ୍ୟାପ୍ ତାଙ୍କୁ ପୋଲ ତଳେ ଧ୍ରୁବତାରା ଜେଟି ଆଡକୁ ଯାଉଥିବା ରାସ୍ତା ଦେଖାଇ ଦେଇଥିଲା। ରାସ୍ତା ସମ୍ପର୍କରେ ମହିଳାଙ୍କୁ ଜଣା ନଥିଲା, ଏଣୁ ସେ ଗୁଗଲ ମ୍ୟାପ୍ କୁ ଅନ୍ଧ ଭଳି ଅନୁସରଣ କରିଥିଲେ। ଏଣୁ ମହିଳା ଆଗକୁ ରାସ୍ତା ନଥିବା ଜାଣି ପାରି ନଥିଲେ ଓ କାର ସହ ଖାଇକୁ…

Read More

ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଲା ୩ ବର୍ଷ ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ । ଏହି ଚିତ୍ରଟି ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁରୁ । ସୂଚନାଯୋଗ୍ୟ ଯେ, କୋରୁକୋଣ୍ଡା ଗ୍ରାମର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସଙ୍କ ମୁଣ୍ଡରେ ଏକ ଗରା ପଶି ଯାଇଥିଲା । ପୁଅଟି ଖେଳୁ ଖେଳୁ ହଠାତ ମୁଣ୍ଡରେ ଗରା ପଶି ଯାଇଥିଲା । ତେବେ ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ତାହା ବାହାରି ନଥିଲା । ତୁରନ୍ତ ଦମକଳ ବାହିନୀକୁ ଲୋକେ ଯୋଗଯୋଗ କରିଥିଲେ । ଦମକଳ ବାହିନୀ କର୍ମଚାରୀ ସ୍ୱତନ୍ତ୍ର କଟର ଯୋଗେ ଏହାକୁ କାଟି ବାହାର କରିଥିଲେ ।…

Read More

ବିହାରର ଗୟାଜୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ଲାଗି ଦୌଡ଼ ସମୟରେ ଜଣେ ମହିଳା ଆଶାୟୀ ଚେତାଶୂନ୍ୟ ହୋଇଯାଇଥିଲେ । ଏହା ପରେ, ତାଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ଗିରଫ କରିଛି ପୁଲିସ । ସୂଚନାମୁତାବକ ଯୁବତୀ ଜଣକ BMP-3ରେ ହୋମଗାର୍ଡ ନିଯୁକ୍ତି ପାଇଁ ଦୌଡ଼ ପରୀକ୍ଷା ଦେବାକୁ ଗୟାଜୀ ଆସିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେହି ସମୟରେ ଦୁଇ ଜଣ ଯୁବକ ଆମ୍ବୁଲାନ୍ସରେ ତାଙ୍କୁ ଗଣବଳାତ୍କାର କରିଥିଲେ। ଡାକ୍ତରଙ୍କ ସୂଚନା କ୍ରମେ, ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା ଏବଂ ଯୁବତୀ ଜଣଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ଘଟଣା ବିଷୟରେ…

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୯,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ,୬୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯,୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪,୯୫୦ ଟଙ୍କା ରହିଛି । ଗତକାଲି ୭୫,୩୬୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୁପା ଦାମ୍‌ ମଧ୍ୟ କମିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୬୦୦ ଟଙ୍କା ରହିଛି । ଗତକାଲି ୧୨,୮୦୦ ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।

Read More

ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବନ ଦେଇଛନ୍ତି। ତେବେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ।ମନମୋହନଙ୍କ ଅନାସ୍ଥା ଉତ୍ତର ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର ଆଗ ମୌସୁମୀ ଅଧିବେଶନ ଡାକନ୍ତୁ, ତାପରେ ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ସବୁ ଏକ କରି ଦେବୁ।ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଥିଲେ, ସରକାର ଏବେ ଚାପରେ…

Read More

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୫ -୪୫ କିମି ବହିବା ସମ୍ଭାବନା ଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ, ଦେବଗଡ଼, ସୋନପୁର, ଅନୁଗୁଳରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଉପକୂଳରେ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି ।ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଭଳି…

Read More

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ ହୋଇଛି । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକାର ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ ହୋଇଛି । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ ହୋଇଛି । କଣ୍ଟ୍ରାକ୍ଟକୁ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ବାତିଲ କରିଛି । ତେବେ ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ କୁ ପୂର୍ବ ସରକାର ଟେଣ୍ଡର ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି।

Read More