Author: sanitelevision

ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପଦଯାତ୍ରା ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ଜାମନଗରରୁ ଆରମ୍ଭ କରି ଦ୍ବାରିକା ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ୧୪୦କିଲୋମିଟରର ଥିଲା । ଯାହା ତାଙ୍କୁ ୫ଦିନ ସମୟ ଲାଗିଥିଲା ବୋଲି କହିଛନ୍ତି ଅନନ୍ତ ଅମ୍ବାନୀ । ପଦଯାତ୍ରା ସମୟରେ ପ୍ରତ୍ୟେକ ମନ୍ଦିରରେ ଦର୍ଶନ କରନ୍ତି ବୋଲି ସେ କହିଛନ୍ତି ।ଅନନ୍ତ ଅମ୍ବାନୀ କଡ଼ା ସୁରକ୍ଷା ମଧ୍ୟରେ ରାତିରେ ବୁଲୁଛନ୍ତି। ଅନନ୍ତ ଅମ୍ବାନୀ ଏବଂ ସମଗ୍ର ଅମ୍ବାନୀ ପରିବାରଙ୍କର ଭଗବାନ ଦ୍ୱାରକାଧୀଶଙ୍କ ଉପରେ ବିଶ୍ୱାସ ଅଛି ଏବଂ ସେମାନେ ସମୟ ସମୟରେ ସେଠାକୁ ଯାଆନ୍ତି। ଅନନ୍ତ ଅମ୍ବାନୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଅନନ୍ତ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ଏହା ସହିତ ଅନନ୍ତ ଭିଡିଓରେ ହନୁମାନ ଚାଳିଶା ଜପ କରୁଥିବାର ମଧ୍ୟ ଦେଖାଯାଉଛି। ତାଙ୍କର…

Read More

ମଙ୍ଗଳବାର ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ନିଜ ଘରେ ଚାଲେଇଥିଲେ ସେକ୍ସ ରାକେଟ ।ରାଣୀ ମହୁମାଛି ସହ ଜଣେ ଘର ମାଲିକ ଏବଂ ଜଣେ ଦଲାଲ ସହ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ଏକ ଘରେ ଚାଲିଥିଲା ଏହି ସେକ୍ସ ରାକେଟ । ତେବେ ଏହି ସେକ୍ସ ରାକେଟ ବହୁଦିନ ହେବ ରାଉରକେଲା ସହରରେ ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ରେଡ କରି କରିଛି ।କେବେ ଠାରୁ ଓ କେଉଁମାନଙ୍କୁ ନେଇ ଚାଲିଥିଲା ଦେହ ବେପାର ତା’ର ଖୋଳ ତାଡ଼ କରୁଛି ରାଉରକେଲା ଝିରପାଣି ପୋଲିସ ।

Read More

ବୁଧବାରଠୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋର୍‌ରେ ପବନ ବହିବ। ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ ,ବରଗଡ଼ ସମ୍ବଲପୁର,ସୋନପୁର, ବଲାଙ୍ଗୀର , ଅନୁଗୁଳ ସୁବର୍ଣ୍ଣପୁର,ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ଏହି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ତା ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସେହିପରି ୪ ତାରିଖ (ଶୁକ୍ରବାର) ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ରାୟଗଡ଼ା ଓ କୋରାପୁଟରେ ବର୍ଷା ଓ ଘଡ଼ଘଡ଼ି ସହ ୬୦ କିମି ବେଗରେ ପବନ ବହିପାରେ । ଯାଜପୁର, କେନ୍ଦ୍ରାପଡ଼ା,…

Read More

ଆଜି ଖଡ଼ିଛୁଆଁ ଦିବସ। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ ।ଅନ୍ୟପଟେ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020 । ଏହା ଅନୁସାରେ ଶିଶୁ ବାଟିକାରେ ପାଠପଢ଼ା ହେବ । ସେହିପରି ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟର ସମସ୍ତ ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହାକୁ ବାସ୍ତବତାର ରୂପ ଦେବାକୁ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ…

Read More

ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହା ସହ ସେ ଆହୁରି କହିଛନ୍ତି, ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି।

Read More

ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ।ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ।ସୂଚନାଯୋଗ୍ୟ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ଆଲୋଚନା ହେଉଛି।ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(‌‌ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହୋଇଛି। ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜି‌ଜେଏୱାଇ ଓ ଆୟୁଷ୍ମାନ ଭାରତ ସଫ୍‌ଟୱେର୍‌ ଇଣ୍ଟିଗ୍ରେସନ୍ ପାଇଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା…

Read More

ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଏଥିସହିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ ।ଏହି ଯୋଜନାରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ମନ୍ତ୍ରୀ କହିଛନ୍ତି।ଆଗରୁ ୨ ଟି ଅଣ୍ଡା ପ୍ରଦାନ କରାଯାଇଥିବା ବେଳେ ଏଣିକି ୩ ଟି ଅଣ୍ଡା ପ୍ରଦାନ କରାଯିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Read More

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ ଜୀବନ ହାରିଛନ୍ତି ଆଉ ଜଣେ କିଟ୍ ଛାତ୍ର। ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ସେ କିଟ୍ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷ ବିଟେକ୍ ଛାତ୍ର ଏବଂ କିଟ୍ ହଷ୍ଟେଲରେ ରହୁଥିଲେ।ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍‌ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ ପରିସ୍ଥିତିରେ ତାଙ୍କରୁ ମୃତ୍ୟୁ ଘଟିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଅବସର ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷା ବିଷୟରେ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜଣେ ଯୋଗୀ। ରାଜନୀତି ମୋ ପାଇଁ ପୂର୍ଣ୍ଣକାଳୀନ ଚାକିରି ନୁହେଁ। ମୁଁ ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ।ନିଜର ଭବିଷ୍ୟତର ରାଜନୈତିକ ସମ୍ଭାବନାକୁ ସଂପର୍କରେ ସେ ଆହୁରି କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ, ଆମେ କାମ କରୁଛୁ। ଏଥିପାଇଁ ମଧ୍ୟ ଏକ ସମୟ ସୀମା ରହିବ।” ପ୍ରଧାନମନ୍ତ୍ରୀ ମୋଦୀ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ବିଜେପିର ଆଦର୍ଶଗତ ପରାମର୍ଶଦାତା ଆରଏସଏସ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ସୁଦ୍ଧା ପଦ ଛାଡି ଦିଅନ୍ତୁ ଏବଂ ନୂତନ ନେତୃତ୍ୱ ପାଇଁ ସ୍ଥାନ ଦିଅନ୍ତୁ।

Read More

ଦେଶର କୋଟି କୋଟି ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଆଜି ଅର୍ଥାତ୍ ୧ ଏପ୍ରିଲରୁ ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ । ଏହା ସହିତ ସାଧାରଣ ଲୋକଙ୍କ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଞ୍ଚୟ ହ୍ରାସ ପାଇବ । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏହି ସମସ୍ତ ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ବର୍ଦ୍ଧିତ ମୂଲ୍ୟ ସହିତ ଏହି ଔଷଧ ତାଲିକାରେ ଗୁରୁତର ସଂକ୍ରମଣ, ହୃଦରୋଗ, ମଧୁମେହ ଇତ୍ୟାଦି ରୋଗର ଔଷଧ ଅନ୍ତର୍ଭୁକ୍ତ।ସରକାରଙ୍କ ଏହି ନିର୍ଦ୍ଦେଶ ପରେ, ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନର ମୂଲ୍ୟ ପ୍ରତି ଟାବଲେଟ୍ ପିଛା ୧୧.୮୭ ଟଙ୍କା (୨୫୦ ମିଲିଗ୍ରାମ) ଏବଂ ୨୩.୯୮ ଟଙ୍କା (୫୦୦ ମିଲିଗ୍ରାମ) ହେବ । ଆମୋକ୍ସିସିଲିନ୍ ଏବଂ କ୍ଲାଭ୍ୟୁଲାନିକ୍ ଏସିଡ୍ ଫର୍ମୁଲେସନ୍ ସହିତ ଆଣ୍ଟିବ୍ୟାକ୍ଟେରିଆଲ୍ ଡ୍ରାଏ…

Read More