ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ ତିନି ମାସ ପରେ, ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୂଚନା ଅନୁସାରେ, ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ମୁସା ସୁଲେମାନ, ୟାସିର ଏବଂ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସୁଲେମାନ ଏବଂ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ। ସୋମବାର ସର୍ଚ୍ଚ ଅପରେସନ୍ ବେଳେ ହଠାତ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉତ୍ତେଜନା ବଢି ଯାଇଥିଲା। ଏହାପରେ ସୁରକ୍ଷାବାହିନୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ ଓ ଅପରେସନ୍ ଆହୁରି କଡାକଡି କରିଥିଲେ। ସେମାନଙ୍କଠାରୁ ଆମେରିକା ସ୍ଥିତ କାର୍ବାଇନ, AK-47, 17 ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା, ପହଲଗାମ ଆକ୍ରମଣର ସମସ୍ତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ କେବଳ…
Author: sanitelevision
ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।ପୋଲିସ କମିଶନରଙ୍କ କହିବା ଅନୁସାରେ, ଆଜି ୫୩ ଷ୍ଟୁଣ୍ଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଷ୍ଟୁଣ୍ଡେଣ୍ଟ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି । ତେବେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିପାରେ ବୋଲି ଆକଳନ କରାଯାଉଛି ।
ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହିସବୁ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । UPI ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ ଇଣ୍ଡିଆ (NPCI), ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ ବିଫଳ କାରବାର ଭଳି ସମସ୍ୟାକୁ କମ୍ କରିବା ପାଇଁ କିଛି ନୂତନ ସୀମା ଲାଗୁ କରିବାକୁ ଯାଉଛି। ଏହି କାରଣରୁ, ବାଲାନ୍ସ ଯାଞ୍ଚ ଏବଂ ରିଫ୍ରେଶିଂ ସ୍ଥିତି ଭଳି ଜିନିଷ ଉପରେ ସୀମା ଲାଗୁ କରାଯିବ।୨୦୧୪ରେ ମୋଦୀ ସରକାର ଆସିବା ଗତ ୨୦୧୬ରେ ୟୁପିଆଇର ଶୁଭାରମ୍ଭ ହୋଇଥିଲା । ଏହା ଆଜିର ଡିଜିଟାଲ୍ ଯୁଗ ପାଇଁ ଏହା କୌଣସି ମାଷ୍ଟରଷ୍ଟ୍ରୋକ୍ରୁ କମ୍ ନୁହେଁ । ଏବେ ସୁଦ୍ଧା ୟୁପିଆଇ ନିୟମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ୟୁପିଆଇର ବ୍ୟବହାର ବୃଦ୍ଧି ପାଇଛି । ଏଣୁ ଏବେ ପୁଣି ଏକ ବଡ଼ ପରିବର୍ତ୍ତନ…
ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।ଏହି ସମୟରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ ଭିଡିଓ କରାଯିବ । ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ବୟାନ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଓ ବଳଙ୍ଗା ଥାନାର ମହିଳା ଏଆଇସି ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜମି କିଣାକୁ ନେଇ ଠକେଇର ଶିକାର ହୋଇଛନ୍ତି । ଜଣେ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେବା ପରେ ଜମି ଦେଇନଥିବା ଜଣାପଡ଼ିଛି । ପରେ ମନ୍ତ୍ରୀ ଶ୍ରୀ ପାତ୍ର ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍ ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ ଚାହୁଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା । ମନ୍ତ୍ରୀ କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରୀମ ଦେବାକୁ ପଡ଼ିବ କହି ୨୫…
ଆଜି ହେଉଛି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ମଧ୍ୟ ଭୟଙ୍କର । ଏହି ରୋଗ ପରବର୍ତ୍ତୀ ସମୟରେ ଲିଭର ସୋରାସିସ୍ ଓ ଲିଭର କ୍ୟାନସର୍ ଭଳି ରୋଗ ସୃଷ୍ଟି କରିଥାଏ। ଭାଇରାଲ୍ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ଭଳି ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ। ଏହି ରୋଗ ବିଶ୍ଵବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଭାରତରେ ପ୍ରାୟ ୧୦% ଭାଗ ରହିଛି। ଏହି ଦିନଟି ଡକ୍ଟର ବାରୁତ୍ ତୁମବାର୍ଗଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ, ଯିଏ ହେପାଟାଇଟିସ୍ ଓ ଭାଇରସ୍ ଅନ୍ବେଷଣ କରିଥିଲେ ଓ ଏହା ପାଇଁ ଡାଇଗ୍ଲୋଷ୍ଠିକ୍ ପରୀକ୍ଷା ଓ ଟୀକା ବିକାଶ କରିଥିଲେ।ଏହି ଦିବସ ଭୂତାଣୁ ଜନିତ ହେପାଟାଇଟିସ ଏବଂ ଏହାର ବିଭିନ୍ନ ଜଟିଳତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ହେପାଟାଇଟିସ୍…
୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ପରିବର୍ତ୍ତନ ।ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ , ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।ତେବେ ସ୍ଲୋଗାନ ମଧ୍ୟ ବଦଳାଇ ଦିଆଯାଇଛି । ସ୍ଲୋଗାନ ପରିବର୍ତ୍ତନ କରାଯାଇ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ହାଉସ୍ ୟୁନିଫର୍ମର ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଛାତ୍ରୀଙ୍କ ଟ୍ରାକ୍ ପ୍ୟାଣ୍ଟ ନୀଳରଙ୍ଗ ରହିଥିବା ବେଳେ…
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନିକଟରେ ଜଣେ ନାବାଳିକା ୭ ମାସର ଗର୍ଭବତୀ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିଛି । କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।
ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର ।ଟପ୍ ୩ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ର (District Panchayat Resource Centres) ପୁରସ୍କାର ପାଇଁ ଯୋଗ୍ୟ ଭାବେ ବିଚାର କରାଯିବ। MGNREGA, ସ୍ବଚ୍ଛତା- ବାହ୍ୟ ମଳମୁକ୍ତ ଜଲ ଜୀବନ ମିଶନ ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ଅନଲାଇନ ଅଡିଟ, ମହିଳାଙ୍କ ଭାଗିଦାରୀ ବୃଦ୍ଧି ଆଦି ପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ସବୁ ଦିଆଯିବ। ଯାହା ରାଜ୍ୟ ସ୍ତରରୁ ବ୍ଲକ ଯାଏଁ ୨୫ ଲକ୍ଷ ଟଙ୍କା ଅର୍ଥରାଶିରୁ ୧ ଲକ୍ଷ ଟଙ୍କା ଅର୍ଥରାଶି ପର୍ଯ୍ୟନ୍ତ ରହିଛି।
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ଇନ୍ ଷ୍ଟା ଆକାଉଣ୍ଟରେ ଅପଲୋଡ ହୋଇଛି ଅଶ୍ଳୀଳ ଭିଡିଓ। ବେଟିଙ୍ଗ ଭିଡିଓ ମଧ୍ୟ ଅପଲୋଡ ହୋଇଛି । ୪ ତାରିଖରୁ ଅପଲୋଡ ହୋଇଛି ଅଶ୍ଳୀଳ ଓ ବେଟିଙ୍ଗ ଭିଡିଓ। ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇଂଷ୍ଟାଗ୍ରାମ ପୂର୍ବଭଳି ଠିକ୍ ହୋଇ ଯାଇଥିଲା । ତେବେ କେମିତି ଏହି ଆକାଉଣ୍ଟ ହ୍ୟାକ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିନକୁ ଦିନ ସାଇବର କ୍ରାଇମ ଓ ହ୍ୟାକିଂ ବଢ଼ିବାରେ ଲାଗିଛି କିନ୍ତୁ ଶିକ୍ଷା କ୍ଷେତ୍ରରେ ଏଭଳି କାର୍ଯ୍ୟ ଛାତ୍ର ଓ ଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ରହିଛି |









