Author: sanitelevision

ଅମିଷା ପଟେଲଙ୍କର ଏକ ବୟାନକୁ ନେଇ ଆଲୋଚନାର ଶିଖରରେ। ଅମିଷା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର ‘ନକଲି ପିଆର ଗେମ୍’କୁ ଟାର୍ଗେଟ କରିଛନ୍ତି। ଅମିଷା ପଟେଲ ଶନିବାର ସକାଳେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସେହି ନୂଆ ଅଭିନେତ୍ରୀମାନଙ୍କୁ ଟାର୍ଗେଟ କରିଛନ୍ତି ଯେଉଁମାନେ ନିଜକୁ ‘ସୁପରଷ୍ଟାର’ ଏବଂ ‘ନମ୍ବର ୧’ ବୋଲି କହିବାକୁ ପସନ୍ଦ କରନ୍ତି ଯଦିଓ ସେମାନେ ଇଣ୍ଡଷ୍ଟ୍ରିରେ ଅଧିକ ସମୟ ବିତାଇ ନାହାଁନ୍ତି। ଅମିଷା ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅଧିକାଂଶ ଅଭିନେତ୍ରୀ ନକଲି ପିଆର ମାଧ୍ୟମରେ ଏହି ଟ୍ୟାଗ୍ ହାସଲ କରିଛନ୍ତି, ଯଦିଓ ସେମାନଙ୍କ ନାମରେ କୌଣସି ବଡ଼ ବ୍ଲକବଷ୍ଟର ନାହିଁ।ଅମିଷାଙ୍କ ଅଭିନୀତ ‘ଗଦର-୩’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଏହାର ସ୍କ୍ରିପ୍ଟ ଆହୁରି ବିସ୍ଫୋରକ ହେବ ବୋଲି କହିଛନ୍ତି ଅମିଷା। ଅମିଶାଙ୍କୁ ଶେଷ ଥର ପାଇଁ ୨୦୨୩ରେ ମୁକ୍ତିଲାଭ କରିଥିବା ଗଦର…

Read More

ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।ଆଗାମୀ ପର୍ଯ୍ୟାୟରେ ଓ୍ବାଟକୋ ୬,୧୨୯ କୋଟି ଟଙ୍କାରୁ…

Read More

ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା। ମମତା ବାନାର୍ଜୀଙ୍କ ପରାଜୟ ଅପେକ୍ଷାରେ ଜଣେ ବ୍ୟକ୍ତି ୧୫ ବର୍ଷ ହେଲା ନିଜ ଚୁଟି କାଟିନଥିଲେ ।ଶେଷରେ ୨୦୨୬ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ଲଣ୍ଡା ହୋଇଥିଲେ। ରିପୋର୍ଟ ଅନୁଯାୟୀ, ୨୦୧୧ ମସିହାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବଙ୍ଗଳାରେ କ୍ଷମତାକୁ ଆସିବା ପରେ ବଙ୍ଗଳାର ବାମନ ପାରା ଗାଁର ବାସିନ୍ଦା ବିଜେପି ସମର୍ଥକ ବନେଶ୍ଵର ବର୍ମନ ଏହି ପ୍ରତିଜ୍ଞା ନେଇଥିଲେ। ତା’ପରେ ସେ ଘୋଷଣା କରିଥିଲେ ଯେ ରାଜ୍ୟରେ ତୃଣମୂଳ କଂଗ୍ରେସକୁ କ୍ଷମତାରୁ ବାହାର ନ କରିବା ପର୍ଯ୍ୟନ୍ତ ସେ ତାଙ୍କ କେଶ କାଟିବେ ନାହିଁ।ଲୋକେ ତାଙ୍କ ଲମ୍ବା କେଶ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। କିନ୍ତୁ ସେ କହୁଥିଲେ, ମୋ ଗାଁରେ କିଛି ଉନ୍ନତି ହେଉନି। ମୋ ପରିବାର ଭାରି କଷ୍ଟରେ ଚଳୁଛି। ତେଣୁ ଏହି ସରକାର ବଦଳିଲେ ହିଁ ମୁଁ ଚୁଟି କାଟିବି। ମେ’ ୪ରେ…

Read More

ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତେବେ ଶନିବାର ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ବଦଳିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ।ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ମମତାଙ୍କ ପ୍ରୋଫାଇଲରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୋଲି ରହିଥିଲା । ମାତ୍ର ଯେତେବେଳେ ଶୁଭେନ୍ଦୁ ଶପଥ ଗ୍ରହଣ କଲେ ତା’ପରେ ବଦଳିଗଲା ସୋସିଆଲ ମିଡିଆରୁ ପ୍ରୋଫାଇଲ । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖ ନାହାନ୍ତି । ସେ ନିଜର ଏକ୍ସରେ ବାୟୋ ବଦଳାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ୧୫,୧୬ ଏବଂ୧୭ତମ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଏହାସହ ଟିଏମସିର ପ୍ରତିଷ୍ଠାତା ବୋଲି ଲେଖିଛନ୍ତି ।

Read More

ମାଡିଆସୁଛି ବଡ ଲଘୁଚାପ। ୧୧ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଏବଂ ଏହାର ପ୍ରଭାବ କଣ ରହିବ, ତାହା ସ୍ପଷ୍ଟ ହୋଇନି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ ହୋଇ ୧୨ ରୁ ୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ସେପଟେ ୧୫ ତାରିଖ ପରେ ବାତ୍ୟାର ରୂପ ସ୍ପଷ୍ଟ ଜଣାପଡିବ।ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪…

Read More

ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଛି। ଏଣୁ ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଆସନ୍ତା ୧୧ ତାରିଖରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ।ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି। ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ସମସ୍ତ ଗଣତିମଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓ…

Read More

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ ।ଦଣ୍ଡ ବିଧାନ ହାର ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି। ଦଣ୍ଡବିଧାନ ହାର ବଢିଛି। ଦୈନିକ ରିପୋର୍ଟ ସମୀକ୍ଷା କରାଯିବ ସେ ଆଡକୁ ବି ସରକାର ଯାଉଛନ୍ତି। ପ୍ରଫେସନାଲ କ୍ରିମିନାଲ ହୁଅନ୍ତୁ କି ଅକେଜନାଲ କ୍ରିମିନାଲ କାହାକୁ ଛଡା ଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।

Read More

ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନେକ ଭାଜପା ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ତେବେ କାହିଁକି ମଞ୍ଚ ଉପରେ ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି। ପଶ୍ଚିମବଙ୍ଗରେ ବିଜେପିର ମୂଳଦୁଆ ପକାଇଥିବା ସବୁଠାରୁ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ, ହେଉଛନ୍ତି ୯୮ ବର୍ଷୀୟ ମାଖନଲାଲ ସରକାର ।ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜାତୀୟତାବାଦୀ ଆନ୍ଦୋଳନର ପ୍ରାରମ୍ଭିକ ଏବଂ ପ୍ରମୁଖ ତୃଣମୂଳ ସ୍ତରର ନେତାମାନଙ୍କ ମଧ୍ୟରୁ ମାଖନଲାଲ ସରକାର ଜଣେ ଥିଲେ। ଜାତୀୟତାବାଦ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଦଶନ୍ଧି ଧରି ବ୍ୟାପିଛି। ୧୯୫୨ ମସିହାରେ ଯେତେବେଳେ ଶ୍ୟାମା ପ୍ରସାଦ…

Read More

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ? ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ପୀଡିତାଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ନାନା ପ୍ରଶ୍ନବାଚୀ ଛିଡ଼ା ହେଉଛି। ଅନ୍ୟପଟେ ପରିବାର ଲୋକଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଗଲରେ ଶବ ବ୍ୟବଚ୍ଛେଦ ସରିଛି। ସୌମ୍ୟଙ୍କ ମୁଣ୍ଡରେ ଭାଷଣ ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଅଛି । କାଠ ବାଡ଼ିରେ ମାଡ଼ ଯୋଗୁଁ ପିଠି, ପେଟ, ଛାତି, ହାତ, ଗୋଡ଼ରେ ନୋଳା ବସିଯାଇଛି। କିନ୍ତୁ ଏଥିଯୋଗୁ ମୃତ୍ୟୁ ଘଟିବା ସେତେଟା ଆଶଙ୍କା ନଥାଏ। ତାଙ୍କ ମସ୍ତିଷ୍କରେ ପ୍ରବଳ ମାତ୍ରାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି।ବ୍ୟବଚ୍ଛେଦ ରିପୋର୍ଟରୁ ହୃଦଘାତ୍ ନେଇ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି, ଭ୍ୟାନରେ ନେବା ବେଳେ ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ…

Read More

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରି ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଯୋଗୀ ଆଦିତ୍ୟନାଥ ।ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । କୋଲକତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ଚାଲିଛି ଶପଥ ସମାରୋହ ।ସ୍ୱାଧୀନତା ପରେ ଏହା ପ୍ରଥମ ଥର ପାଇଁ ବଙ୍ଗଳାରେ ବିଜେପି ସରକାର ଗଠନ ହେଉଛି, ଏବଂ ଶୁଭେନ୍ଦୁଙ୍କୁ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି। ତେବେ NDA ର ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ସାମିଲ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହୋଇଥିବା ଜଣାପଡିଛି ।

Read More