ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ବାଲିଅନ୍ତା ଭିଡ ହିଂସା ସହ ମବ ଲିଞ୍ଚିଂ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ କରାଯାଇଛି ।ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମ୍ମୁଖରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ବିଫଳତା ହୋଇଛନ୍ତି । ତେଣୁ ସେ ନିଜ ସରକାରର କାମକୁ ନେଇ ଆତ୍ମସମୀକ୍ଷା କରନ୍ତୁ ।
Author: sanitelevision
ଇରାନରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସୁନା ନ କିଣିବା ଏବଂ ତେଲ ବ୍ୟବହାର କମ କରିବାକୁ ନିବେଦନ କରିଛନ୍ତି । ଏହି ପଦକ୍ଷେପକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତୀବ୍ର ସମାଲୋଚନା କରିଛନ୍ତି।ବିଜେପିକୁ ‘ଦେଶ ପାଇଁ ସବୁଠାରୁ ବଡ଼ ସଙ୍କଟ’ ବୋଲି ବର୍ଣ୍ଣନା କରିଛନ୍ତି ।ସେ ଜୋର ଦେଇ କହିଛନ୍ତି ଯେ ଯଦି ଭାଜପା ସଦସ୍ୟମାନେ ଶାସନ କରିବାରେ ଅକ୍ଷମ, ତେବେ ଦେଶକୁ ନଷ୍ଟ କରିବାକୁ ଅପେକ୍ଷା ସେମାନେ ସେମାନଙ୍କର ବିଫଳତାକୁ ସ୍ବୀକାର କରିବା ଉଚିତ।ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଅଖିଳେଶ ଯାଦବ ଲେଖିଛନ୍ତି: ‘ନିର୍ବାଚନ ଶେଷ ହେବା ମାତ୍ରେ ହଠାତ ’ସଙ୍କଟ’ ମନେ ପଡ଼ିଗଲା! ବାସ୍ତବରେ, ଦେଶ ସାମ୍ନାରେ କେବଳ ଗୋଟିଏ ‘ସଙ୍କଟ’ ରହିଛି, ଏବଂ ଏହାର ନାମ ହେଉଛି ‘ଭାଜପା’। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ସରକାରଙ୍କ ‘ବିଫଳତା’ ବୋଲି କହିଛନ୍ତି।
ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯୋଦୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତର ମନ୍ତ୍ର ଦେଇଛନ୍ତି । ସୋମନାଥ ମନ୍ଦିରରୁ ଆମକୁ ଦୁଇଟି ଶିକ୍ଷା ମିଳିଛି । ଧୈର୍ଯ୍ୟ ଓ ଆତ୍ମସମ୍ମାନ । ବାରମ୍ବାର ଆକ୍ରମଣ କରିବା ସତ୍ତ୍ୱେ ସୋମନାଥ ମନ୍ଦିର ସଗର୍ବେ ଛିଡା ହୋଇଛନ୍ତି । ସେହିପରି ଅସ୍ମିତାକୁ ନେଇ ଆମକୁ ବି ଆଗକୁ ବଢିବାକୁ ହେବ । ରାଜ୍ୟର ପ୍ରତ୍ୟେକ ମନ୍ଦିର ଓ ଐତିହ୍ୟର ପୁରୁଦ୍ଧାର ଓ ବିକାଶ କରିବା । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଉଦ୍ୟମ କରିବା ଆମ ଲକ୍ଷ୍ୟ ।
କାଳବୈଶାଖୀ ବେଳେ ସମୁଦ୍ରରେ ବିଚିତ୍ର ଦୃଶ୍ୟ । କଳାହାଣ୍ଡିଆ ମେଘ ସହ ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ ଲମ୍ୱିଥିଲା ଶୁଣ୍ଢ ।ଏହି ହାତୀ ଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଜଳଚକ୍ର । ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ଜଳ । ଏହି ବିରଳ ଚିତ୍ର ଦେଖିବାକୁ ମିଳିଥିଲା ସମୁଦ୍ର କୁଳଠାରୁ ମାତ୍ର କେଇ କିଲୋମିଟର ଦୂରରେ । ଏ ଭଳି ଏକ ମହାଜାଗତିକ ଦୃଶ୍ୟକୁ ସମୁଦ୍ର କୂଳରେ ରହିଥିବା ପର୍ଯଟକ ମାନେ ଉପଭୋଗ କରିବା ସହିତ ନିଜ ନିଜ ମୋବାଇରେ ଭିଡିଓ ସୁଟିଂ କରି ଚାଲିଥିଲେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଅଯୋଧ୍ୟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି । ଏହି ପେସାଦାର ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ ହାଓଡ଼ାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ…
ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା । ପୁଲିସ ନିଶ୍ଚିତ କରିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତୁର୍କୀ ଏୟାରଲାଇନ୍ସର ବିମାନ TK-726 ଇସ୍ତାନବୁଲରୁ କାଠମୁଣ୍ଡ ଆସୁଥିଲା । ବିମାନଟି ଅବତରଣ କରିବା ସମୟରେ ଆଗ ଟାୟାରରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟଭୀତ ହୋଇଯାଇଥିଲେ । ବିମାନ ଟାୟାରରେ ନିଆଁ ଲାଗିଥିବା ଖବର ପାଇବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତତ୍ପରତା ଦେଖାଇ ବିମାନରେ ଥିବା ଯାତ୍ରୀଙ୍କୁ ଏମରଜେନ୍ସୀ ଦ୍ବାର ଦେଇ ବାହାର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଅଧିକାରୀଙ୍କ ଅନୁଯାୟୀ, ବିମାନଟିରେ ୨୭୮ ଜଣ ଯାତ୍ରୀ ଏବଂ…
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି ନଥିବା ବେଳେ ଆଜି ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ। ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ପିସିଆର୍କୁ ଖବର ଦେଇଥିଲେ। ଏହାକୁ ନେଇ ଖଣି ମାଫିଆ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଖସି ପଳାଇଥିଲେ । କିନ୍ତୁ ମାଫିଆମାନେ କାବୁ କରିଥିବା ଯୁବକଙ୍କୁ ହାଣି ପକାଇଥିଲେ । ଏପିରିକି ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ, ବାମ ହାତ ସଂପୂର୍ଣ୍ଣ କାଟି ଦେଇଛନ୍ତି । ମୃତ ଯୁବକ ଜଣକ ହେଲେ ଶିଳ୍ପିନଗର ସାହିର ଅଜିତ୍ ସାହୁ ।ଆଜି ସକାଳୁ ହତ୍ୟା ଘଟଣା ଜାଣିବା ପରେ…
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି।ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ କରୁଛି; ଅନ୍ୟପଟେ, ଇରାନ କ୍ଷତିପୂରଣ ଏବଂ ପ୍ରତିବନ୍ଧକ ଉଠାଇବା ପାଇଁ ତା’ର ଦାବିରେ ଅଟଳ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ପ୍ରତି ତେହରାନର ପ୍ରତିକ୍ରିୟାକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ଫଳରେ ଅଶୋଧିତ ତୈଳ ଦର ୪ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଆଗାମୀ ଦିନରେ ବିଶ୍ବ ବଜାର ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ଏପଟେ ବିଭିନ୍ନ ତୈଳ କମ୍ପାନି ଦୈନିକ ୧୬ ଶହରୁ ୧୭ ଶହ କୋଟି ଟଙ୍କାର କ୍ଷତି ସହୁଛନ୍ତି । ଗତ ୧୦ ସପ୍ତାହ ମଧ୍ୟରେ ମୋଟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେଲାଣି । ଫଳରେ ଆଗକୁ ତୈଳ ଦର ବଢ଼ିବା ନେଇ ଆଶଙ୍କା ଘନୀଭୂତ ହୋଇଛି । ଏପଟେ…
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଓଡ଼ିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ କିନ୍ତୁ ଏହା ଓଡ଼ିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଜିଲ୍ଲାରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ ।ଆଜି ମୟୂରଭଂଜ ଓ କେଉଁଝର ଜିଲ୍ଲାରେ କାଳବୈଶାଖୀର ଅଧିକ ପ୍ରଭାବ ରହିବ । ଏଥିସହିତ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ରହିବ । ସେହିପରି ରାୟଗଡ଼ା,…









