କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଥିଲା।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଥିଲା । ଯାହା ଫଳରେ ମୌସୁମୀ ବାୟୁ କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗକୁ ଛୁଇଁଛି । ଏଥିଯୋଗୁଁ ତାମିଲନାଡୁର ପଶ୍ଚିମ ଓ ଦକ୍ଷିଣ ଭାଗର ୧୫ରୁ ଅଧିକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ ।ତେବେ କେରଳରେ ମୌସୁମୀ ଛୁଇଁବା ପରେ ଓଡିଶାରେ ସପ୍ତାହ ମଧ୍ୟରେ ମୌସୁମୀ ପହଞ୍ଚିବ । ଆସନ୍ତା ୧୦ କିମ୍ବା ୧୨ ଆଡକୁ ଓଡିଶା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ପାଣିପାଗ ସ୍ଥିତି ବଦଳୁଛି । ଅନେକ ଜିଲ୍ଲାରେ ବର୍ଷା ଓ ପବନ ହେଉଛି । ଫଳରେ ଲୋକଙ୍କୁ କିଛି ଆଶ୍ବସ୍ତି ମିଳୁଛି । ଲକ୍ଷ୍ନୌ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଆଶ୍ବସ୍ତି ମିଳିଛି ।






