ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ । ଭୋକ ଉପବାସରେ କଟୁଛି ଜୀବନ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା । ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁହାରି କରିଛନ୍ତି ଶ୍ରମିକମାନେ। ଓଡ଼ିଶା ସରକାର ଓ କେନ୍ଦ୍ରାପଡା ସାଂସଦଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ବର୍ଷେ ତଳେ ଏକ ଠିକାଦାର ମାଧ୍ୟମରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମକରିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ହେଲେ ଏବେ ୩/୪ ମାସ ହେବ କମ୍ପାନୀ ମାଲିକ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ। ଏମିତି କି ଟଙ୍କା ମାଗିଲେ ସେମାନଙ୍କୁ ପୋଲିସର ଧମକ ଦିଆଯାଉଛି। ରାଜକନିକା ବ୍ଲକର ଗୋବକ୍ଷଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁ ର କୈଳାଶ ସେଠି, ଆଳିବ୍ଲକ ପଦନୀପାଳ ଗାଁର ନିତ୍ୟାନନ୍ଦ ମଳିକ ଓ ଉତ୍ତର ପ୍ରଦେଶର ପସି ରାଜକୁମଦା ଏହି ପାଞ୍ଚ ଜଣ ଶ୍ରମିକ ଥାଇଲାଣ୍ଡରେ ଫସିଛନ୍ତି । ଥାଇଲାଣ୍ଡ କବିନ ବୁରୀର ସାନଭି ଭିନର ପ୍ଲାଇବୋର୍ଡ କମ୍ପାନୀରେ ଏମାନେ ବର୍ଷେରୁ ଅଧିକ ହେବ କାମ କରୁଛନ୍ତି । ଏମାନଙ୍କୁ କମ୍ପାନୀର ମାଲିକ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ନେଇଥିଲେ, ଏମାନେ ପ୍ରଥମେ ୯ ମାସ ହେବ ଠିକ ଭାବେ ଦରମା ଦେଉଥିଲେ। ହେଲେ ଏବେ ଚାରିମାସ ହେଲା ଦରମା ଦେଉ ନାହିଁ






