ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରି ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଯୋଗୀ ଆଦିତ୍ୟନାଥ ।ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । କୋଲକତାର ବ୍ରିଗେଡ୍ ଗ୍ରାଉଣ୍ଡରେ ଚାଲିଛି ଶପଥ ସମାରୋହ ।ସ୍ୱାଧୀନତା ପରେ ଏହା ପ୍ରଥମ ଥର ପାଇଁ ବଙ୍ଗଳାରେ ବିଜେପି ସରକାର ଗଠନ ହେଉଛି, ଏବଂ ଶୁଭେନ୍ଦୁଙ୍କୁ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି। ତେବେ NDA ର ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ସାମିଲ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହୋଇଥିବା ଜଣାପଡିଛି ।
Author: sanitelevision
ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଁଉରୀ ମହୋତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁର ।ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ଧାର୍ଯ୍ୟ ହୋଇଛି । ଅପରାହ୍ଣ ୧ଟାରେ ଯାତ ଭୋଗ ସରିଲେ ୨ଟାରେ ଚନ୍ଦନକୁ ଠାକୁରେ ବିଜେ ହେବେ । ନରେନ୍ଦ୍ର ଅଭିମୁଖେ ଠାକୁରଙ୍କ ବିମାନ ଉଠିବା ସମୟ ରହିଛି ୨ଟା ୩୦ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହୀ, ବନ୍ଦାପନା ଆଦି ନୀତି ହେବ । ପରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଯିବେ । ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ…
ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଧମକ ଦେଉଛି ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନାକେଦମ ।ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ଏପରି ଘଟଣା ଘଟିଛି । ଟାୱାର ଉପରେ ଚଢିଥିବା ଯୁବକ ହେଲେ ରୁଦ୍ରନାରାୟଣ ଦାସ । ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ରୁଦ୍ର ନାରାୟଣ । ଘଟଣାସ୍ଥଳରେ ଅଗ୍ନି ଶମ ବିଭାଗ କର୍ମଚାରୀ , ପୋଲିସ ପହଞ୍ଚି ଉଧାର ପାଇଁ ଉଦ୍ୟମ ଜାରି ରହିଛି । ୨୦୧୮ରେ ଓଏସଓପିରେ ଭର୍ତ୍ତି ହୋଇଥିଲେ ରୁଦ୍ର ନାରାୟଣ । ଟ୍ରେନିଂ ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦିଆଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପୁନଶ୍ଚ ଚାକିରି ଖଣ୍ଡିକ ପାଇବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କଠୁ…
ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁୁଗଡ଼ା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।ଶନିବାର ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିପାରେ । ବାକି ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ ।ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି। ଆସନ୍ତା ୧୩ରେ ଲଘୁଚାପ ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ ବିଭାବ ପକ୍ଷରୁ ଆକଳନ କରାଯାଇଛି। କିନ୍ତୁ ଓଡିଶା ଉପରେ କୌଣସି ପ୍ରଭାବ ନାହିଁ।
ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣିଙ୍କୁ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି। ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ମେ ୩୦ ୨୦୨୬ରେ ଶେଷ ହେବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ।ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ସେ ୧ ସେପ୍ଟେମ୍ବର ୨୦୨୫ ଠାରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏହା ପୂର୍ବରୁ, ସେ ୧ ଜୁଲାଇ, ୨୦୨୪ ରୁ ୩୧ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ସେନାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ମାର୍ଚ୍ଚ ୨୦୨୩ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ଜିଓସି-ଇନ୍-ସି) ପଦରେ ମଧ୍ୟ କାର୍ଯ୍ୟ କରିଥିଲେ ।ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରମଣି ଡିସେମ୍ବର ୧୯୮୫ରେ ଗଡ଼ୱାଲ ରାଇଫଲ୍ସରେ କମିଶନ ପାଇଥିଲେ ଏବଂ ତାଙ୍କର ୩୭ ବର୍ଷରୁ ଅଧିକ ସମୟ ଧରି…
ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି ।୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ। ଜିଏସ୍ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା ମାଗୁଥିଲେ ଓମ୍ ପ୍ରକାଶ। ଏନେଇ ସିବିଆଇ ପାଖରେ ଖବର ପହଞ୍ଚିବା ପରେ ଓମ୍ ପ୍ରକାଶଙ୍କୁ ଧରିବାକୁ ବିଛାଯାଇଥିଲା ଜାଲ। ଓମ୍ ପ୍ରକାଶଙ୍କୁ ଧରିବାକୁ ୨୭ ଜଣିଆ ଟିମ୍ ଗଠନ ହୋଇଥିଲା। ଠିକ୍ ଲାଞ୍ଚ ନେଉଥିବା ବେଳେ ଓମ୍ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ ଟିମ୍ । ପରେ ତାଙ୍କୁ ପଚରାଉଚରା ଜାରି ରଖିଛି।ପ୍ରକାଶ ନାୟକଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ସିବିଆଇ ଅନୁସନ୍ଧାନ କରୁଛି । ବାଲେଶ୍ୱର ପରି ଏକ ବ୍ୟବସାୟିକ…
ଆଟଲାଣ୍ଟିକ ମହାସାଗରରେ କେପ୍ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି ।ଜାହାଜରେ ଥିବା ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଜାହାଜରେ ଏ ପର୍ଯ୍ୟନ୍ତ ୫ଟି ସଂକ୍ରମଣ ମାମଲା ପୁଷ୍ଟି ହୋଇଛି। ଏଥିରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହେଲାଣି। ସୂଚନା ଅନୁସାରେ ଓସନୱାଇଡ୍ ଏକ୍ସପେଡିସନସ୍ ଏହି ବିଳାଶମୟ କ୍ରୁଜ ସିପ୍ ଏପ୍ରିଲ ୧ ତାରିଖରେ ଆର୍ଜେଣ୍ଟିନାର ଉଶୁଆଇୟାରୁ ବାହାରିଥିଲା। ଜାହାଜ ମେ୧୦ ତାରିଖ ସୁଦ୍ଧା ସ୍ପେନର କେନେରୀ ଆଇଲ୍ୟାଣ୍ଡ ପହଞ୍ଚିବାର ସମ୍ଭାବନା ରହିଛି।ଯାତ୍ରା ଆରମ୍ଭ ବେଳେ ଜାହାଜରେ ୨୮ ଦେଶର ୧୫୦ ଯାତ୍ରୀ ଓ କ୍ରୁ ସଦସ୍ୟ ସାମିଲ ଥିଲେ। ଏପ୍ରିଲ ୧୧ ତାରିଖରେ ଜାହାଜରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୨୪ ଏପ୍ରିଲରେ ମୃତଦେହ ସେଣ୍ଟ ହେଲେନା ଦ୍ବୀପରେ ଛାଡ଼ି ଦିଆଯାଇଥିଲା। ପରେ ଉକ୍ତ ଯାତ୍ରୀଙ୍କ ପତ୍ନୀ ଅସୁସ୍ଥ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ଦଳ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ସମସ୍ତ ବିଧାୟକ ସହମତି ପ୍ରଦାନ କରିଛନ୍ତି ।ଶନିବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ। କୋଲକାତାର ବ୍ରିଗେଡ୍ ପରେଡ୍ ମଇଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ। ରାଜ୍ୟରେ ଦୁଇ ଜଣ ଡେପୁଟୀ ସିଏମ୍ ମଧ୍ୟ କରାଯାଇ ପାରେ। ଏଥିରେ ଗୋଟିଏ ନାଁ ରୂପା ଗାଙ୍ଗୁଲୀଙ୍କର ହୋଇପାରେ। ହେଲେ ଆଉ ଦୁଇ ମହିଳା ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଜଣେ ଅଗ୍ନିମିତ୍ରା ପାଲ୍ ଓ ଅନ୍ୟଜଣେ ଲକେଟ୍ ଚାଟାର୍ଜୀ । ଏହି ତିନି ଜଣଙ୍କ ମଧ୍ୟରେ ସବୁଠୁ ଆଗରେ ନାଁ ରୂପା ଗାଙ୍ଗୁଲୀଙ୍କର ହିଁ ଆସୁଛି। ଅନ୍ୟପଟେ ଆଉ ଜଣେ ଡେପୁଟୀ ସିଏମ୍ ଶଙ୍କର ଘୋଷ ହୋଇ ପାରନ୍ତି , ଯିଏକି ସିଲିଗୁଡ଼ିରୁ ଜିତିଛନ୍ତି।
ସମ୍ୱଲପୁରରେ ଦୁର୍ଘଟଣା ଘଟାଇଲା ଆମ ବସ୍। ବୁର୍ଲା ପିସି ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେଲା । ସ୍କୁଟି ଆରୋହୀ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଦୁର୍ଘଟଣାରେ ବୁର୍ଲାର ସୁରେନ୍ଦ୍ର ମହାନନ୍ଦ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ବୁର୍ଲା ଭୀମ୍ସାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମୁସ୍କାନ ମହାନନ୍ଦଙ୍କ ଏତଲା ଆଧାରରେ ବୁର୍ଲା ଥାନାରେ କେସ୍ ନମ୍ବର ୨୦୪/୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
ବାଲିଅନ୍ତା ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ଜବାବ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସଂଦେଓ। ସେ କହିଛନ୍ତି ଯେ ପୋଲିସ ଉପରେ ଡର କମିଯିବା କହିବା ଠିକ୍ ନୁହେଁ । ଅସାମାଜିକ ବ୍ୟକ୍ତିଙ୍କୁ କଠୋର ଭାବରେ ଦମନ କରାଯିବ । ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ତଦନ୍ତ କରି ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେଉଛି । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂଦେଓ। ସୂଚନାଯୋଗ୍ୟ, ନିଆଳି ବାହାରାଣରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାରୁ ବିରୋଧ କରିଥିଲେ ଯୁବତୀ । ଘଟଣାକୁ ନେଇ ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଯୁବକ । ଏନେଇ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ ଉତ୍ୟକ୍ତ ଲୋକେ । ଲୋକଙ୍କ ମାଡରେ ଦୁଇ ଯୁବକଙ୍କ ମଧ୍ୟରୁ…









