Author: sanitelevision

ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ। ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ। ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ। କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ। କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସଅଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Read More

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ସାକ୍ଷରତା ହାର ୭୯ ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ଶହେ ଜଣଙ୍କ ମଧ୍ୟରୁ ୭୯ ଜଣ ସାକ୍ଷର । । ସାକ୍ଷରତା ହାର ଅଧିକ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ରହିଛି ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ମିଜୋରାମ, ଲଦାଖ, ତ୍ରିପୁରା, ମିଜୋରାମ୍ ଇତ୍ୟାଦି ।ସବୁଠାରୁ ପଛରେ ରହିଛି ଆନ୍ଧ୍ରପ୍ରଦେଶ ଓ ବିହାର। ଆନ୍ଧ୍ରପ୍ରଦେଶରେ ୭୨.୬% ଏବଂ ବିହାରରେ ସାକ୍ଷରତା ହାର ୭୪.୩ ପ୍ରତିଶତ ରହିଛି। ସେହିପରି ମଧ୍ୟପ୍ରଦେଶରେ ସାକ୍ଷରତା ହାର ୭୫.୨% ରହିଥିବାବେଳେ ରାଜସ୍ଥାନ ୭୫.୮, ତେଲଙ୍ଗାନା ୭୬.୯, ଛତିଶଗଡ଼ ୭୮.୫, ଝାଡ଼ଖଣ୍ଡ ୭୬.୭ ଏବଂ ଉତ୍ତର ପ୍ରଦେଶରେ ୭୮.୨% ସାକ୍ଷରତା ହାର ରହିଛି।

Read More

ଆଜି ଆସିପାରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ । ମଧ୍ୟାହ୍ନ ୧୨ଟାରେ ଫଳ ବାହାରିବା ପରେ ପରୀକ୍ଷାର୍ଥୀମାନେ ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ ।ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆର୍‌ଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ ।ସୂଚନାନୁଯାୟୀ, ଗତମାସ CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା ହୋଇଥିଲା । ମେ ୧୫ରୁ ୨୧ ତାରିଖ ଯାଏ ଚାଲିବ ଏହି ପରୀକ୍ଷା । ସକାଳ ୧୦:୩୦ ରୁ ୧:୩୦ ଯାଏ ପରୀକ୍ଷା ହେବା ନେଇ ସମୟ ନିର୍ଘଣ୍ଟ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE କରିଛି ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି । ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ…

Read More

ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି। ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ମନରେଗା ନାମରେ ଜଣାଶୁଣା ଥିଲା।ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲକୁ ଆଇନରେ ପ୍ରଣୟନ କରାଯାଇଥିଲା । VB G RAM G ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ।ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ପାଇଁ ଗ୍ୟାରେଣ୍ଟି ଥିଲା…

Read More

ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି ।ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ବିଜୟ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସର୍ବପ୍ରଥମେ ଷ୍ଟାଲିନଙ୍କ ଘରକୁ ଯାଇଥିଲେ । ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଡିଏମକକୁ ଅପ୍ରତ୍ୟାଶିତ ଭାବେ କ୍ଷମତାରୁ ହଟାଇ ଟିଭିକେ ସରକାର ଗଠନ କରିଛି ।

Read More

ମୁଖ୍ୟମନ୍ତ୍ରୀ ଗାଦିରେ ବସୁ ବସୁ ଆକ୍ସନ ମୁଡ୍‌ରେ ଶୁଭେନ୍ଦୁ ଅଧିକାରୀ। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ ବିଏସଏଫ୍ ଅଧୀନରେ ରହିବ ବୋଲି ସେ କହିଛନ୍ତି । ୮୭୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନଥିବାରୁ ତାରବାଡ଼ ହୋଇପାରୁନଥିଲା ।ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନବାନ୍ନାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକ ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି- “ବଙ୍ଗଳାରେ “ସୁଶାସନ, ସୁରକ୍ଷା ଏବଂ ଡବଲ-ଇଞ୍ଜିନ୍ ସରକାର”ର ଏକ ନୂତନ ଆରମ୍ଭ ହୋଇଛି।ବଙ୍ଗଳା…

Read More

ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ ।ରାଜ୍ୟରେ ଅପରାଧ ବଢ଼ି ଯାଉଛି | ସମାଜ ପାଇଁ ଏହା ମଙ୍ଗଳକାର ନୁହେଁ କିନ୍ତୁ ଏ ଦିଗରେ ପୋଲିସ ପ୍ରଶାସନ ସଜାଗ ଅଛି | ବିଗତ ୨୫ ବର୍ଷରେ ଅପରାଧୀ ଅପରାଧ କରି ଧରା ପଡ଼ିନଥୁଲା । ମାତ୍ର ବିଗତ ଦୁଇ ବର୍ଷରେ ଆମ ସରକାର ଆସିବା ପରେ ସବୁବେଳେ ଅପରାଧୀ ଧରାପଡୁଛନ୍ତି ଏବଂ ଦଣ୍ଡିତ ହେଉଛନ୍ତି |ସମୟସୀମା ମଧ୍ୟରେ ବିଚାରକୁ ସମାପ୍ତ କରିଛୁ । ବିରୋଧୀଙ୍କୁ ଆମେ ବ୍ରିଫ୍ କରିଦେବୁ ବିଗତ ଦୁଇ ବର୍ଷରେ ଆମେ କଣ କରିଛୁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Read More

ରାଜ୍ୟସଭା ନିର୍ବାଚନରେ ଅମିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ପୂର୍ଣ୍ଣ ସେଠୀଙ୍କ ଭୋଟକୁ ନେଇ ଅଭିଯୋଗ ଆଣିଥିଲା ବିଜେଡି ।ଏହି ଦୁଇ ବିଧାୟକ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଂ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ। ବିଜେଡି ଏହାର ପ୍ରତିବାଦ କରିବା ସତ୍ବେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ। ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଜେପି ବିଧାୟକ ଭୋଟ ଦେଇଥିଲେ। ଏହାକୁ ଅଗଣତନ୍ତ୍ରିକ ଅଭିଯୋଗ କରି CEO ଙ୍କୁ ଭେଟିବାକୁ ସମୟ ମାଗିଥିଲା ବିଜେଡି।ସେପଟେ ମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡିର ମୁର୍ଖତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ତାର ଅସ୍ତିତ୍ବ ହରାଇଛି…

Read More

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ବାଲିଅନ୍ତା ଭିଡ ହିଂସା ସହ ମବ ଲିଞ୍ଚିଂ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ କରାଯାଇଛି ।ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମ୍ମୁଖରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ବିଫଳତା ହୋଇଛନ୍ତି । ତେଣୁ ସେ ନିଜ ସରକାରର କାମକୁ ନେଇ ଆତ୍ମସମୀକ୍ଷା କରନ୍ତୁ ।

Read More

ଇରାନରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସୁନା ନ କିଣିବା ଏବଂ ତେଲ ବ୍ୟବହାର କମ କରିବାକୁ ନିବେଦନ କରିଛନ୍ତି । ଏହି ପଦକ୍ଷେପକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତୀବ୍ର ସମାଲୋଚନା କରିଛନ୍ତି।ବିଜେପିକୁ ‘ଦେଶ ପାଇଁ ସବୁଠାରୁ ବଡ଼ ସଙ୍କଟ’ ବୋଲି ବର୍ଣ୍ଣନା କରିଛନ୍ତି ।ସେ ଜୋର ଦେଇ କହିଛନ୍ତି ଯେ ଯଦି ଭାଜପା ସଦସ୍ୟମାନେ ଶାସନ କରିବାରେ ଅକ୍ଷମ, ତେବେ ଦେଶକୁ ନଷ୍ଟ କରିବାକୁ ଅପେକ୍ଷା ସେମାନେ ସେମାନଙ୍କର ବିଫଳତାକୁ ସ୍ବୀକାର କରିବା ଉଚିତ।ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଅଖିଳେଶ ଯାଦବ ଲେଖିଛନ୍ତି: ‘ନିର୍ବାଚନ ଶେଷ ହେବା ମାତ୍ରେ ହଠାତ ’ସଙ୍କଟ’ ମନେ ପଡ଼ିଗଲା! ବାସ୍ତବରେ, ଦେଶ ସାମ୍ନାରେ କେବଳ ଗୋଟିଏ ‘ସଙ୍କଟ’ ରହିଛି, ଏବଂ ଏହାର ନାମ ହେଉଛି ‘ଭାଜପା’। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ସରକାରଙ୍କ ‘ବିଫଳତା’ ବୋଲି କହିଛନ୍ତି।

Read More