ଆଇଏସଆଇ ଟାର୍ଗେଟ୍ ରେ ଦିଲ୍ଲୀ । ଦିଲ୍ଲୀ ଏବଂ ସୋନିପତର କିଛି ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ ପାଇଁ ଷଡଯନ୍ତ୍ର । ୯ ଜଣ ଆତଙ୍କବାଦୀ ଗିରଫ ହେଲା ପରେ ସାମ୍ନାକୁ ଆସିଛି ସତ । ଯାହା ପଛରେ ପାକିସ୍ତାନର ହାତ ଥିବା ନେଇ ମଧ୍ୟ ପ୍ରମାଣ ମିଳୁଛି ।ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଦ୍ବାରା ଗିରଫ ହୋଇଥିବା ପାକିସ୍ତାନ ସମର୍ଥିତ ଶେହଜାଦ୍ ଭଟ୍ଟି ମଡ୍ୟୁଲର ଆତଙ୍କବାଦୀମାନଙ୍କୁ ପଚରାଉଚରା ବେଳେ ଚକିତ କରିଦେବା ପରି ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ଐତିହାସିକ ମନ୍ଦିର ଓ ହରିୟାଣାର ସୈନ୍ୟ ଶିବିର ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି।ଦିଲ୍ଲୀ ପୋଲିସ ଗୁରୁବାର ଆତଙ୍କବାଦୀ ସଙ୍ଗଠନର ୯ ସଦସ୍ୟଙ୍କୁ ବିପୁଳ ଗୁଳିଗୋଳା ସହ ଗିରଫ କରିଥିଲା । ସେମାନଙ୍କୁ ଜେରା ଚାଲିଛି । ଜେରାରେ ଜଣା ପଡିଛି ଯେ, ମନ୍ଦିର ସେମାନଙ୍କ ମୁଖ୍ୟ ଟାର୍ଗେଟ୍ ଥିଲା । ସେମାନଙ୍କ ଫୋନରୁ ମନ୍ଦିର ପରିସରର ଫଟୋ ମିଳିଛି । ଯାହା…
Author: sanitelevision
ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଛନ୍ତି , ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି । ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍ ଘଟଣା ପରେ ବାଲିଅନ୍ତା ଘଟଣା , ମର୍ମନ୍ତୁଦ ଦୃଶ୍ୟ ଛାତି ଥରାଇ ଦେଲା ଭଳି ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି ।ପୁଲିସ ଉପସ୍ଥିତିରେ ହତ୍ୟା ହେଉଛି। ପୁଲିସକୁ ଜଣାଇକି ବି ହତ୍ୟା ହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନଶୀଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି। ରାଜ୍ୟକୁ କେବଳ ଜଗନ୍ନାଥ ଭରସା।
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା।ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ । ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି । ମୁଁ ଓ ମୋ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ । ବାଟରେ ସେମାନେ ଆମକୁ ପ୍ରଥମେ କିଛି କହିଥିଲେ । ପରେ ପଛକୁ ଫେରି ଆମ ଗାଡିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି କହିଲେ ଯୁବତୀ । ସୌମ୍ୟରଂଜନ ମୋ ଡ୍ରେସ ଚିରିଛି, ମୋତେ ମାରିବାକୁ ଚେଷ୍ଟା କରିଥିଲା । ମୁଁ ନିଜେ ମେଡିକାଲ ଓ ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରିଛି । ମୁଁ ଚାହୁଁନଥିଲି ସେ ମରିଯାଉ, ମୁଁ ଚାହୁଁଥିଲି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ । ମୋତେ ନ୍ୟାୟ ମିଳୁ, ସୌମ୍ୟରଂଜନକୁ ବି ନ୍ୟାୟ…
ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧୬ ତାରିଖରେ ରଥଯାତ୍ରା । ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରାର ଏହି ଭବ୍ୟ ଉତ୍ସବ ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ସହ ସମାପ୍ତ ହେବ । ତେବେ ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ। ପୁରୀ ଟାଉନ ହଲରେ ହେଉଥିବା ଏହି ବୈଠକର ଫୋକସ୍ ହେଉଛି ଆଗାମୀ ରଥଯାତ୍ରାର ସୁପରିଚାଳନା। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଠାରୁ ଆରମ୍ଭ କରି ପାନୀୟଜଳ, ବିଦ୍ୟୁଇ,ପରିମଳ, ଗମାନଗମନ,ରଥକାଠ ଯୋଗାଣ,ରଥନିର୍ମାଣ, ପରିଵହନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ ସୁପରଚାଳନା,ରେଳବାଇର ବ୍ୟବସ୍ଥା ଏବଂ ବିଶେଷକରି ଗତବର୍ଷ ଦଳାଚକଟାରେ ମୃତ୍ୟୁ ଭଳି କିଭଳି ଚଳିତବର୍ଷ ଏହାର ପୁନାରବୃତି ନହେବ ସେନେଇ ବୈଠକରେ ଆଲୋଚନା ହେବ।ବୈଠକରେ ଉପସ୍ଥିତ ସେବାୟତ, ବୁଦ୍ଧିଜୀବୀମାନଙ୍କ ମତାମତ ଅନୁଯାୟୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା…
ଓଡିଶା ସହରୀ ଗ୍ୟାସ୍ ବଣ୍ଟନ (CGD) ନୀତି-୨୦୨୬ ପାଇଁ ବିଜ୍ଞପ୍ତି ଜାରି ହୋଇଛି । PNG ନେଟୱର୍କ ଏବଂ ସହରୀ ଗ୍ୟାସ୍ ବଣ୍ଟନକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଗୃହ ନିର୍ମାଣ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ଏହି ପ୍ରକଳ୍ପରେ ପ୍ରାୟ ୫୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ୯ ଲକ୍ଷ ୯ ହଜାର ୬୮୨ଟି ପରିବାରକୁ ପାଇପ ଯୋଗେ ଘରୋଇ ରନ୍ଧନ ଗ୍ୟାସ (ପିଏନଜି) ସଂଯୋଗ ହେବ । ଏହାସହିତ ୨୭୧ଟି ସିଏନଜି ଷ୍ଟେସନ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ୍ ଏଜେନ୍ସି ନିଯୁକ୍ତ କରାଯାଇଛି । ରାଜ୍ୟରେ CGD ଭିତ୍ତିଭୂମି ବିକାଶ ପାଇଁ GAIL, GAIL Gas, BPCL, Adani Total ଓ Megha Gas ସହିତ ୫ଟି ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରାୟ ୫,୧୦୦ କୋଟି ଟଙ୍କାର…
ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ। ତେବେ ଏହାରି ଭିତରେ ପ୍ରତ୍ୟକ୍ଷଦର୍ଶୀ ଓମ୍ ପ୍ରକାଶଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଜାଣିଛନ୍ତି ଓମ୍ପ୍ରକାଶ। ସେ ପୁଲିସ୍କୁ କହିଛନ୍ତି, ଆମେ ପ୍ରାୟ ସାଢ଼େ ୧୦ଟା ବେଳେ ଘରୁ ବାହାରିଥିଲୁ ମେଡିସନ୍ ଦୋକାନକୁ। ସୌମ୍ୟରଞ୍ଜନଙ୍କର ଏକ ଇଂଜେକ୍ସନ୍ ଦରକାର ଥିଲା।ତୁରନ୍ତ ଇଞ୍ଜେକ୍ସନ ନେବାକୁ ହେବ ବୋଲି ସୌମ୍ୟରଞ୍ଜନ ତାକୁ କହିଥିଲା । ସେଥିପାଇଁ ଓମ୍ ପ୍ରକାଶ ସ୍ପିଡ ବାଇକ୍ ଚଳାଉଥିଲା। ଦୁର୍ଘଟଣାର ସ୍ଥଳରୁ ୧୦୦ ମିଟର ଦୂରରୁ ସୌମ୍ୟରଞ୍ଜନଙ୍କୁ ଫିଡସ୍ (ବାତ) ମାରିଥିଲା। ସୌମ୍ୟରଞ୍ଜନ କିଛି ଉପାୟ ନ ପାଇ ଗୋଟିଏ ହାତରେ ବାଇକ୍ ଓ ଅନ୍ୟ ହାତରେ ଓମପ୍ରକାଶଙ୍କ ବେକକୁ ଧରି ପକାଇଥିଲେ। ଓମପ୍ରକାଶ ବିଚଳିତ ହୋଇପଡିଥିଲେ। ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ସୌମ୍ୟ। ଫଳରେ ରାମଚନ୍ଦ୍ରପୁର କାଳ ନିକଟରେ ସ୍କୁଟିରେ…
ଭୁବନେଶ୍ଵରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ବର୍ବର ଘଟଣା। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।ସେ କହିଛନ୍ତି, ପୋଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ…
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍। ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା।ପୋଲିସ ଅଟକ ରଖିବା ପରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନା ଲାଗି ରହିବା ପରେ ପୋଲିସ କମିସନର ଏସ ଦେବଦତ୍ତ ସିଂ ଓ ଅତିରିକ୍ତ ଡିସିପି ନରସିଂହ ଭୋଳ ଥାନାରେ ପହଞ୍ଚିଛନ୍ତି । ଡିସିପି ଜଗମୋହନ ମୀନା ମଧ୍ୟ ସେଠାରେ ଅଛନ୍ତି । ଗାଁରୁ ୪ ଅଭିଯୁକ୍ତଙ୍କୁ ବାଲିଅନ୍ତା ପୋଲିସ ଉଠାଇ ଆଣିଲା ପରେ ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲ୍ଲା ହୋଇଥିଲା । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ରାସ୍ତାରେ ଜିଆରପି କନେଷ୍ଟବଳଙ୍କୁ ପିଟିପିଟି ମାରିଦେଇଥିଲେ ଲୋକେ ।ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ…
ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍ ।ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ । ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ Bus Rapid Transit System ଏକ ବିକଳ୍ପ ହେବ । ମେଟ୍ରୋ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ଅଟେ । PM-eBus ସେବା ଯୋଜନା ଅଧୀନରେ ଟ୍ବିନ ସିଟି ପାଇଁ ମୋଟ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଅନୁମୋଦନ କରାଯାଇଛି। ତେବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ।…
ରାଜ୍ୟରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି । ପଟ୍ଟା ପାଇଲା ପରେ ସାଲାମୀ ଦେଉନାହାନ୍ତି, ଆଉ ରାଜସ୍ବ ବିଭାଗ କ୍ଷତି ସହୁଛି । ଯେତେ ଏଭଳି ସମସ୍ୟା ଅଛି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।ଯେଉଁମାନେ ଜମିର ହକଦାର ସାଲାମୀ ଦେଲେ ଜମିରେ ମାଲିକ ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ଏକ ମାସ ସମୟ ଦିଆଯାଇଛି । ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ଗ୍ରେଡେସନ ହେବ । ଯେଉଁ ଜିଲ୍ଲା ଭଲ ପଦର୍ଶନ କରିବ ତାକୁ ଗ୍ରେଡେସନ…









