Author: sanitelevision

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହାକୁ ବିରୋଧ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ ତାରିଖ ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ଏବଂ ପୋଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।

Read More

ଅଜୟ ପାଲ ଶର୍ମା ହେଉଛନ୍ତି ୟୁପି (ଉତ୍ତର ପ୍ରଦେଶ) କ୍ୟାଡରର ଜଣେ ବିବାଦୀୟ ଆଇପିଏସ୍ (IPS) ଅଧିକାରୀ, ଯିଏକି ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟି ସମୟରେ ଟିଏମସି (TMC) ନେତାଙ୍କୁ ଚେତାବନୀ ଦେଇ ଚର୍ଚ୍ଚାରେ ଥିଲେ। ସେ ପୋଲିସ୍ ପର୍ଯ୍ୟବେକ୍ଷକ ଭାବରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାରେ ନିୟୋଜିତ ଥିଲେ। ତେବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଡେପୁଟେସନରେ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର କରାଯାଇଛି। ଦାବି ଯାଞ୍ଚ କରିବା ପାଇଁ, ଆମେ ଆଇପିଏସ ଅଜୟ ପାଲ ଶର୍ମା ଏବଂ ପଶ୍ଚିମବଙ୍ଗ ସହିତ ଜଡିତ ଶବ୍ଦ ବ୍ୟବହାର କରି ଏକ କୀୱାର୍ଡ ସନ୍ଧାନ କରିଥିଲୁ। ତଥାପି, ଆମେ ରାଜ୍ୟରେ ତାଙ୍କର ସ୍ଥାନାନ୍ତର କିମ୍ବା ଡେପୁଟେସନ ଉଲ୍ଲେଖ କରୁଥିବା କୌଣସି ବିଶ୍ୱସନୀୟ ଖବର ରିପୋର୍ଟ କିମ୍ବା ସରକାରୀ ଘୋଷଣା ପାଇଲୁ ନାହିଁ। ତା’ପରେ ଆମେ ଗୃହ ମନ୍ତ୍ରଣାଳୟ (MHA) ର…

Read More

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ ନିର୍ଦ୍ଧାରିତ ପରିମାଣରେ ମାତ୍ର ତେଲ ଦିଆଯାଉଛି। ବାଇକ ପିଛା ଦୁଇ ଶହ ଟଙ୍କା ଏବଂ କାର ପିଛା ହଜାରେ ଟଙ୍କାର ତେଲ ଦିଆଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଯାତ୍ରୀବାହୀ ବସ, ଟ୍ରକ ଓ ବ୍ୟବସାୟିକ ଗାଡ଼ି ଚାଳକମାନେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଛନ୍ତି । ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଦୈନନ୍ଦିନ ଯାତାୟାତ ଓ ବଜାର ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହାରି ଭିତରେ ରାଜ୍ୟର ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର…

Read More

ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ । ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ । ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ।ନୀତିନ ନବୀନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ନୀତିନଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ରାଜ୍ୟ ବିଜେପି। ତେବେ ନୀତିନ ନବୀନଙ୍କ ଗସ୍ତକୁ ନେଇ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ।

Read More

ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET UG 2026 ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ । ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି ।ନଟିଏ ତଦନ୍ତ ସମୟରେ ବ୍ୟୁରୋକୁ ପୂର୍ଣ୍ଣ ସହଯୋଗ କରିବ ଏବଂ ତଦନ୍ତ ପାଇଁ ଆବଶ୍ୟକ ସମସ୍ତ ରେକର୍ଡ ଏବଂ ସହାୟତା ଯୋଗାଇବ। ଏହା ସହିତ, ଏନଟିଏ ଘୋଷଣା କରିଛି ଯେ ପରୀକ୍ଷା ପାଇଁ ନୂତନ ତାରିଖ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। ୧୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଏବେ ପୁନଃ ପରୀକ୍ଷା ଦେବାକୁ ପଡିବ। ଏହି ନିଷ୍ପତ୍ତି ପରେ, ଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଚିନ୍ତା…

Read More

ଲଗାତାର ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି। ଗୁଆହାଟୀ ନିକଟସ୍ଥ ଖାନପାରା ଭେଟେନାରୀ କଲେଜ ପଡ଼ିଆରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି।। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ଆସାମରେ ଭାଜପା ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି।’ ହିମନ୍ତଙ୍କ ସହ ୪ ବିଧାୟକ ବି ମନ୍ତ୍ରୀ ପଦର ଶପଥ ନେଇଛନ୍ତି।ହିମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ସମେତ ଏନଡିଏର ବିଭିନ୍ନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Read More

ସାଇକେଲରେ ବୁହା ହେଲା ଶବ। ଗତକାଲି ବାଲେଶ୍ବର ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ପଡୋଶୀ ବାପା-ପୁଅଙ୍କ ଆକ୍ରମଣରେ ନଣନ୍ଦ-ଭାଉଜ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଏବେ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ଖଇରା ପୋଲିସ୍ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆଜି କମଳାଙ୍କର ପରିବାର ଲୋକ ନିଜ ଗାଁ ହରିପୁର ଠାରୁ ଦୀର୍ଘ ୧୨କିମି ରାସ୍ତା ସାଇକେଲରେ ମୃତଦେହକୁ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ । ସାଇକେଲରେ ମୃତ ଦେହ ବୁହାଇବା ଘଟଣା ବେଶ୍ ହୃଦୟବିଦାରକ ହୋଇଥିବାବେଳେ ନ୍ୟାୟ ଦାବିରେ ଏହି ପ୍ରତିବାଦ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।ପୋଲିସ ବୁଝାଇବାକୁ ଚେଷ୍ଟା…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାରଠାରୁ ବିଦେଶ ଗସ୍ତରେ ରହିବେ । ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁଯାୟୀ, ଏହି ୬ ଦିନିଆ ଯାତ୍ରାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯିବେ ।ଏହି ସମୟରେ ଏକାଧିକ ବାଣିଜ୍ୟିକ ଚୁକ୍ତି ସହ ମୁଝାମଣା ପତ୍ର ସ୍ବାକ୍ଷରିତ ହେବ।ଏହାସହ ଦ୍ବିପାକ୍ଷିକ ଆଲୋଚନା ଓ ଶିଖର ସମ୍ମିଳନୀରେ ସାମିଲ ହେବେ ପିଏମ୍। ମେ’ ୧୫ରେ ୟୁଏଇ ଗସ୍ତ କରି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବେ। ପରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ନେଦରଲ୍ୟାଣ୍ଡ ଗସ୍ତରେ ଯିବେ। ଏହାପରେ ସ୍ୱିଡେନ ଗସ୍ତ କରି ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନଙ୍କୁ ଭେଟିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପିଏମ୍ ମୋଦି ନରୱେ ଯିବା ସହ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ…

Read More

ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ।ସୂଚନାଯୋଗ୍ୟ, ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ୨ ଅଭିଯୁକ୍ତ। ଗତ କାଲି ଗଟରାରେ ଦୁଇ ଅଭିଯୁକ୍ତ ଫେରାର ଥିଲେ। ସୁନୀଲ ମହାନନ୍ଦ ଓରଫ ଟବୁ ଓ ଚାନ୍ଦ ବନଛୋରକୁ ଖୋଜୁଥିଲା ପୋଲିସ୍। ହେଲେ ଦୁଇ ଅଭିଯୁକ୍ତଙ୍କ ଠିକଣା ପାଇ ପୋଲିସ ତାଙ୍କ ପାଖକୁ ପହଁଚିଥିବା ବେଳେ ସେମାନେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ମାରିଥିଲେ। ପୋଲିସ ପାଲଟା ଜବାବରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ସେମାନଙ୍କ ଜଙ୍ଘରେ ଗୁଳି ବାଜିଛି। ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ଏକାଧିକ ମାମଲା ରହିଛି।

Read More

ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ। ଚାରି ଚକିଆ ବାହାନକୁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ତା ଠାରୁ ଅଧିକ କାହାକୁ ତେଲ ନ ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ବସ ଓ ଟ୍ରକମାନଙ୍କୁ ୪୦୦ରୁ ୫୦୦ ଲିଟର ଡିଜେଲରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ କେଉଁ ଗାଡିକୁ ଦେଉଛନ୍ତି ତେବେ ଟାଙ୍କି ଲକ୍ ହେଇଯାଉଛି। ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି।

Read More