Author: sanitelevision

କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଗତ ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ଥିଲେ। ଆୟୁବ ଖାନ ନୂଆପଡ଼ା ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି ଯେ ଆମ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଦରଦୀ ନେତାଙ୍କୁ ହରାଇଲା। ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସେବାରେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ତାଙ୍କୁ ଅମର କରି ରଖିବ।ଏପରି ଦୁଃଖଦ ସମୟରେ ତାଙ୍କ ପୁଅ…

Read More

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତାଲିମ ପାଇଁ ବ୍ୟବହୃତ ବିମାନଟି ବାରାମତୀର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି।୨ ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରେଡ୍ ବୋର୍ଡ ଏଭିଏସନ ଏକାଡେମୀର ହୋଇଥିବା ସୂଚନା ମିଳିଛି। ପ୍ଲେନ୍ କ୍ରାସ୍‌ ର କାରଣ ଅସ୍ପଷ୍ଟ ରହିଛି। କୌଣସି ମୃତାହତ ହୋଇନଥିବା ଖବର ରହିଛି।ଅଜିତ ପାୱାରଙ୍କ ବିମାନ ମଧ୍ୟ ପୂର୍ବରୁ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ଲୋକମାନେ ବିମାନଟିକୁ ଅବତରଣ କରିବା ଦେଖି ଘଟଣାସ୍ଥଳରେ ପ୍ରବଳ ଭିଡ ଜମାଇଥିଲେ। ସୂଚନା ପାଇବା ପରେ ପୁଲିସ୍‌ ଏବଂ ପ୍ରଶାସନିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ବୈଷୟିକ ଦଳଗୁଡ଼ିକ ତଦନ୍ତ କରୁଛନ୍ତି।

Read More

ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାଦର ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ହେଲା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି।, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ ସୀମା ଶୁଳ୍କ ୬ରୁ ୧୫%କୁ ବୃଦ୍ଧି କରାଯାଇଛି। ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାର ସୁନା ଓ ରୂପା ଆମଦାନି ଉପରେ ୧୦% ମୌଳିକ କଷ୍ଟମ୍ସ ଡ୍ୟୁଟି ଲଗାଇଛନ୍ତି। ଯାହା ଫଳରେ ପ୍ରଭାବୀ ଆମଦାନି ଶୁଳ୍କ ୬% ରୁ ବଢ଼ି ୧୫% ହୋଇଛି । ସରକାର କେବଳ ଆମଦାନୀ ଶୁଳ୍କ ବଢାଇନାହାନ୍ତି ବରଂ ସୁନା…

Read More

GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ୩ ଦିନ ତଦନ୍ତରେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡିର ମାଳ ମାଳ ତ୍ରୁଟି ଧରିଛି।ତଦନ୍ତ ଯେମିତି ଆଗକୁ ବଢ଼ୁଛି, କମିଶନରେଟ୍ ପୋଲିସର ଗୋଟିଏ ପରେ ଗୋଟିଏ ଭୁଲ୍ ପଦାକୁ ଆସୁଛି । ତେବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଭିଡିଓ । ଆରମ୍ଭରୁ ଶେଷ ଯାଏ ରହିଛି ପୁରା ଘଟଣା । ଭିଡିଓ ଆଧାରରେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ପୋଲିସ ପହଞ୍ଚିବା ପୁର୍ବରୁ କିଭଳି ଥିଲା ଗଣ୍ଡଗୋଳ ? ସୌମ୍ୟଙ୍କୁ ଆକ୍ରମଣ ସମୟର ଭିଡିଓରେ ରହିଛନ୍ତି ସାଙ୍ଗ ଓମପ୍ରକାଶ । ସବୁ କିଛି ତଥ୍ୟ ଭିଡିଓରେ ରହିଛି ।ଏପର୍ଯ୍ୟନ୍ତ ୧୨ଜଣ ଗିରଫ ହୋଇଛନ୍ତି । ଭିଡିଓରେ ଅନ୍ୟ ମାନଙ୍କୁ ଚିହ୍ନଟ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ପୁର୍ବତନ ବାଲିଅନ୍ତା ଥାନାଧିକାରୀଙ୍କୁ ଜେରା କରାଯାଉଛି । ଏହାସହ ୫ଜଣ ପୋଲିସ କର୍ମଚାରୀଙ୍କୁ ନେଇ ଚାଲିଛି ମାରାଥନ ଜେରା…

Read More

ତାମିଲନାଡ଼ୁ ରାଜନୀତିରେ ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ଜନନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ଆରମ୍ଭ କରିଛନ୍ତି । ନିଜର ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ତାମିଲନାଡୁ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି ବିଜୟ । ବିଜୟ ରାଧନ ପଣ୍ଡିତଙ୍କୁ ଓଏସଡି ପଦବୀରେ ନିଯୁକ୍ତି ଦେଇଛନ୍ତି । ରାଧନ ପଣ୍ଡିଜ ବିଜୟଙ୍କ ନିର୍ବାଚନ ବିଜୟ ପାଇଁ ଭବିଷ୍ୟବାଣୀ କରିଥିଲେ । ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ବିପୁଳ ବିଜୟ ପରେ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ବା Officer on Special Duty (OSD) ଭାବରେ ନିଯୁକ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇଛି ।ବେଟ୍ରିଭେଲ୍ ତାମିଲନାଡୁର ଜଣେ ପ୍ରତିଷ୍ଠିତ ଜ୍ୟୋତିଷ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ , ଆଜି ମେ ୧୨ ତାରିଖରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୂପାର ମୂଲ୍ୟ ୧୧ ହଜାର ୬୨୦ ବୃଦ୍ଧି ପାଇ ୨ ୬୭ ହଜାର ୮୨୦ ଟଙ୍କା ହୋଇଛି । ପୂର୍ବରୁ ସୋମବାର ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ଥିଲା । ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟରେ ୧ ଲକ୍ଷ ୫୧ ହଜାର ୯୫୪ରେ ପହଞ୍ଚିଛି । ଯାହା ମେ ୧୧ ତାରିଖରେ ୧ ଲକ୍ଷ ୫୦ ହଜାର ୩୬୨ ଥିଲା ।

Read More

ତାମିଲନାଡୁ ରାଜନୀତି ତୀବ୍ର ଆଲୋଚନାର ବିଷୟ। ଗୋଟିଏ ପଟେ ଅଭିନେତା ବିଜୟ ପ୍ରଥମ ଥର ପାଇଁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ ଦେଇଛନ୍ତି।ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଙ୍ଗଳବାର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଗତ ଥର ଯେତେବେଳେ ଉଦୟନିଧି ସନାତନ ଧର୍ମକୁ ନିଚିହ୍ନ କରିବା ବିଷୟରେ କହିଥିଲେ, କୋର୍ଟ ଏହାକୁ ଘୃଣା ଭାଷଣ ବୋଲି କହିଥିଲେ ଏବଂ ତାମିଲନାଡୁର ଲୋକମାନେ ତାଙ୍କ ଦଳକୁ ବିଧାନସଭାରେ ବିରୋଧୀ କରି ଠିଆ କରାଇଥିଲେ । କିଛି ସୀମା ଅଛି ଯାହା ଅତିକ୍ରମ କଲେ, ଏହାର ଭୟଙ୍କର ପରିଣାମ ହୋଇପାରେ । ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସକୁ ଉପହାସ ଏବଂ ଟାର୍ଗେଟ କରିବା ରାଜନୈତିକ ସାହସ ନୁହେଁ, ବରଂ ଏକ ନିର୍ବୋଧ ଅହଂକାର। ଏଥର ଦିବ୍ୟ ଦଣ୍ଡ ଅତ୍ୟନ୍ତ କଠୋର ହେବ। ଉଦୟନିଧି…

Read More

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହାକୁ ବିରୋଧ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ ତାରିଖ ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ଏବଂ ପୋଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।

Read More

ଅଜୟ ପାଲ ଶର୍ମା ହେଉଛନ୍ତି ୟୁପି (ଉତ୍ତର ପ୍ରଦେଶ) କ୍ୟାଡରର ଜଣେ ବିବାଦୀୟ ଆଇପିଏସ୍ (IPS) ଅଧିକାରୀ, ଯିଏକି ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟି ସମୟରେ ଟିଏମସି (TMC) ନେତାଙ୍କୁ ଚେତାବନୀ ଦେଇ ଚର୍ଚ୍ଚାରେ ଥିଲେ। ସେ ପୋଲିସ୍ ପର୍ଯ୍ୟବେକ୍ଷକ ଭାବରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାରେ ନିୟୋଜିତ ଥିଲେ। ତେବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଡେପୁଟେସନରେ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର କରାଯାଇଛି। ଦାବି ଯାଞ୍ଚ କରିବା ପାଇଁ, ଆମେ ଆଇପିଏସ ଅଜୟ ପାଲ ଶର୍ମା ଏବଂ ପଶ୍ଚିମବଙ୍ଗ ସହିତ ଜଡିତ ଶବ୍ଦ ବ୍ୟବହାର କରି ଏକ କୀୱାର୍ଡ ସନ୍ଧାନ କରିଥିଲୁ। ତଥାପି, ଆମେ ରାଜ୍ୟରେ ତାଙ୍କର ସ୍ଥାନାନ୍ତର କିମ୍ବା ଡେପୁଟେସନ ଉଲ୍ଲେଖ କରୁଥିବା କୌଣସି ବିଶ୍ୱସନୀୟ ଖବର ରିପୋର୍ଟ କିମ୍ବା ସରକାରୀ ଘୋଷଣା ପାଇଲୁ ନାହିଁ। ତା’ପରେ ଆମେ ଗୃହ ମନ୍ତ୍ରଣାଳୟ (MHA) ର…

Read More

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ ନିର୍ଦ୍ଧାରିତ ପରିମାଣରେ ମାତ୍ର ତେଲ ଦିଆଯାଉଛି। ବାଇକ ପିଛା ଦୁଇ ଶହ ଟଙ୍କା ଏବଂ କାର ପିଛା ହଜାରେ ଟଙ୍କାର ତେଲ ଦିଆଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଯାତ୍ରୀବାହୀ ବସ, ଟ୍ରକ ଓ ବ୍ୟବସାୟିକ ଗାଡ଼ି ଚାଳକମାନେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଛନ୍ତି । ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଦୈନନ୍ଦିନ ଯାତାୟାତ ଓ ବଜାର ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହାରି ଭିତରେ ରାଜ୍ୟର ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର…

Read More