ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ 11ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇ କହିଛନ୍ତି, ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତ । ଏହି ବୈଠକରୁ ଉପଯୋଗୀ ନିସ୍କର୍ସ ଆଗାମୀ ଦିନରେ କାମରେ ଲାଗିବ । ବିପର୍ଯ୍ୟୟ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବ୍ରିକ୍ସ ରାଷ୍ଟ୍ର ପାଇଁ ଉପଯୋଗୀ ହେବ । ବ୍ରିକ୍ସ ସମ୍ମିଳନୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିରୋ କାଜୁଆଲିଟିକୁ ବଜାୟ ରଖିବାକୁ ସରକାର ପ୍ରୟାସ ଜାରି ରଖିବେ ।ଏହି ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜର ବକ୍ତବ୍ୟ ରଖିଛନ୍ତି । ମନ୍ତ୍ରୀ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ମନେପକାଇ ସେହି ସମୟେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅସହାୟତା ବର୍ଣ୍ଣନା କରିଥିଲେ । ଏହା ପରେ କିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ଆପଣେଇଥିଲା ଏହା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ସତର୍କ ସୂଚନା ପ୍ରଦାନ, ସ୍ଥାନାନ୍ତରଣ ପ୍ରକ୍ରିୟା, ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ବିଶେଷ ଭାବେ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀଙ୍କର ଯୋଗଦାନ ଭଳି ପଦକ୍ଷେପ ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ କରିଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।






