ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି।ଏହା ସହିତ,ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରିବା ସହିତ,ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Author: sanitelevision
କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି ।ସର୍ବନିମ୍ନ ସହାୟକ ମୂଲ୍ୟ (MSP) ହେଉଛି ଏକ ନିଶ୍ଚିତ ମୂଲ୍ୟ ଯାହା ଚାଷୀମାନେ ସେମାନଙ୍କ ଫସଲ ପାଇଁ ପାଆନ୍ତି । ଯଦିଓ ସେହି ଫସଲର ବଜାର ମୂଲ୍ୟ କମ୍ ଥାଏ। ଏହା ପଛରେ ଯୁକ୍ତି ହେଉଛି ଚାଷୀମାନେ ଯେଭଳି ବଜାର ମୂଲ୍ୟରେ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ନ ହୁଅନ୍ତି ଏବଂ ସେମାନଙ୍କ ଉତ୍ପାଦର…
କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଅନନ୍ତ ଜେନା ନାମକ ଜଣେ ଯୁବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ପାଖରେ ଆଉ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଭୁଲରେ କୁକୁର କାମୁଡା ଇଞ୍ଜେକସନ ଫୋଡ଼ି ଦେଇଥିଲେ । ଏଥିରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ । ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇ ବାନ୍ତି ହେବାରୁ ଫାର୍ମାସିଷ୍ଟ ସୁଧିର ଅନନ୍ତକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଭୁଲ ବଶତଃ ଏପରି ହୋଇଯାଇଥିବା ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ…
ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା।ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଚାରି ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବୟଫ୍ରେଣ୍ଡ୍ ରୁମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ସାଂଘାତିକ ଅଭିଯୋଗ ହୋଇଛି ।ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ୍ ପୋଲିସ ।
ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ୱେବ୍ସାଇଟ୍ରେ ଉପଲବ୍ଧ ରେଜଲ୍ଟ ।’ସିବିଏସଇ’ ବୋର୍ଡର ୱେବସାଇଟ results.cbse.nic.in ଜରିଆରେ କିମ୍ବା ଡିଜି ଲକରରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ବୋର୍ଡରେ ସାରା ଦେଶରୁ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସାରାଦେଶରେ ପାସ୍ ହାର ୮୫.୨୦ ପ୍ରତିଶତ । ଗତବର୍ଷ ଅପେକ୍ଷା କମିଲା ପାସ୍ ହାର । ମୋଟ ପାସ୍ ହାର ୩.୧୯ ପ୍ରତିଶତ ହ୍ରାସ ।
ଓଡଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ କଲା ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମହନ୍ତ ନାୟକଙ୍କୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରାଯାଇଥିଲା । ହତ୍ୟାକାଣ୍ଡସ୍ଥଳ କଦଳୀବନ୍ଧ ଗାଁ ନିକଟସ୍ଥ ନୟାଗଡ଼ ଭଞ୍ଜନଗର ରାସ୍ତା ନିକଟରେ ଅଭିଯୁକ୍ତମାନେ କେମିତି ହତ୍ୟା କଲେ ଦେଖାଇଛନ୍ତି। ଏହି ହତ୍ୟାକାଣ୍ଡରେ ୭ ଜଣ ନିୟୋଜିତ ହୋଇଥିଲେ ହେଁ ୬ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏମାନଙ୍କ ମଧ୍ୟରୁ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ, ରୋହିବାଙ୍କ ଧୋବାସାହିର ମହନ୍ତ ନାୟକ, ଓଡ଼ଗାଁ ମହାପୁରସାହିର ମାନସ ବେହେରା ଓ କୋମଣ୍ଡ ମକରପଦାର ଶ୍ରୀଧର ସାହୁଙ୍କ ସମେତ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ଖବର ଅନୁଯାୟୀ, ମାଙ୍କଡା ପଥର ଚୋରାଚାଲାଣକୁ ବିରୋଧ କରିବାରୁ ଗତ ରବିବାର ବିଳମ୍ବିତ ରାତିରେ ଅଜିତ ସାହୁଙ୍କୁ ୬ଜଣ ଦୁର୍ବୃତ୍ତ ଏକ କାରରେ…
ଆଶାୟୀଙ୍କ ପାଇଁ ଖୁସି ଖବର । ଜୁନ୍ ମାସରେ ହେବ ଓଟିଇଟି ପରୀକ୍ଷା ପ୍ରଥମେ ପେପର-୧ ସକାଳ ୯ଟାରୁ ୧୧.୩୦ ଏବଂ ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ହେବ। ଜୁନ୍ ୯ରୁ ବୋର୍ଡ ୱେବ୍ସାଇଟ୍ www.bseodisha.nic.in. ରେ ଆଡମିଟ୍ କାର୍ଡ ଉପଲବ୍ଧ ରହିବ। ଆଶାୟୀମାନେ ସେଠାରୁ ଡାଉନ୍ଲୋଡ କରିବା ନେଇ ବୋର୍ଡ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି।ତେବେ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ବୋର୍ଡ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏପିରିକି ପରୀକ୍ଷା ସେଣ୍ଟରକୁ ଯିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ତନତନ କରି ଯାଞ୍ଚ କରାଯିବ । ସମସ୍ତ ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ପରେ ଅଧିକ ଇଭି ବ୍ୟବହାର ପାଇଁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୁଁ ଯେତେବେଳେ ଯିବି ସରକାରୀ ବସରେ ଯିବି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରୋଟୋକଲକୁ ଦୃଷ୍ଟିରୁ ପାଇଲଟିଂ ଗାଡି ଯିବ । ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ ବୋଲି କହିଛନ୍ତି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କୁ ନିବେଦନ କରିଥିଲେ। ନିଜେ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି ଆବେଦନକୁ କାର୍ଯ୍ୟକାରୀ କରିଛନ୍ତି । ସେ ତାଙ୍କ କନ୍ଭୟରେ ଗାଡ଼ି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାକୁ ଏସ୍ପିଜିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ କନ୍ଭୟଏବେ ପ୍ରାୟ ଅଧା ହ୍ରାସ ପାଇବ। ଏହା ସରକାରୀ ଖର୍ଚ୍ଚ ହ୍ରାସ କରିବ। ଜନସାଧାରଣଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ଏପରି କରିବା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପ୍ରୋଟୋକଲ ଏବଂ SPG ନିର୍ଦ୍ଦେଶାବଳୀ ଦ୍ୱାରା ବାଧ୍ୟତାମୂଳକ…
ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ବୁଧବାର ବିଧାନସଭାରେ ବହୁମତ ପ୍ରମାଣିତ କରିଛି। ଗୃହରେ ଡିଏମ୍କେ ସପକ୍ଷରେ ୧୪୪ ଭୋଟ ପଡ଼ିଥିବାବେଳେ, ୨୨ଟି ଭୋଟ ବିରୋଧରେ ପଡ଼ିଥିଲା। କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ପାଞ୍ଚ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ଯୋଗଦାନ କରିଥିଲେ। ବହିଷ୍କୃତ ଆମ୍ମା ମକ୍କଲ୍ ମୁନେଟ୍ରା କାଝାଗମ (ଏଏମଏମକେ) ବିଧାୟକ ଏସ କାମରାଜ ମଧ୍ୟ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ମେଣ୍ଟ ସରକାରଙ୍କ ସଂଖ୍ୟା ୧୨୧ ଆସନରୁ ବହୁତ ଅଧିକ ରହିଛି।









