ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା।ବଲାଙ୍ଗିର ଜିଲ୍ଲା ସୁକତେଲ ବିସ୍ଥାପିତ କଲୋନୀରେ ଦୁଃଖଦ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୁମନ ଖୁଆସ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ଦୁଇଟି ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ I ମଙ୍ଗଳବାର ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ I ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଟଳିପଡ଼ିଥିଲେ…
Author: sanitelevision
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ଫେରାଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ଦାବି ପୂରଣ ନହେଲେ ସାରା ଓଡିଶାରେ ଆନ୍ଦୋଳନ ଚେତାବନୀ । ଦାବିପତ୍ର ଗ୍ରହଣ କରି ଉପଯୁକ୍ତ ତଦନ୍ତ ହେବ କହିଲେ ଅତିରିକ୍ତ ଏସ୍ପି । ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିବା ସମୟରେ ମଧ୍ୟ ଷ୍ଟେଜ୍ ଶୋ’ କରିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଅସୁସ୍ଥ ହ୍ୟୁମାନଙ୍କୁ ଜୋରଜବରଦସ୍ତ ଷ୍ଟେଜ୍କୁ ନେଇ ପ୍ରୋଗ୍ରାମ କରି ତାଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ହ୍ୟୁମାନଙ୍କ ମା’ଙ୍କୁ ମ୍ୟାନେଜର ଦିନେଶ ଯେଉଁଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରି…
ପାରିବାରିକ କଳହରୁ କରୁଣ ପରିଣତି । ପତ୍ନୀ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟିଛି ମାଲକାନଗିରି ସଦର ମହକୁମା ତାମିଲ କ୍ୟାମ୍ପ ଛକ ନିକଟରେ । ପତ୍ନୀ ରାଗିଯାଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି। ପତ୍ନୀ ମଧୁରୀ କଚିମଙ୍କ ୭୦ ଭାଗ ପୋଡି ଯାଇଥିବା ବେଳେ ସ୍ୱାମୀ ନରେନ୍ଦ୍ର କଚିମ ମଧ୍ୟ ନିଆଁର ଶିକାର ହୋଇ ପଡିଛନ୍ତି । ପଡୋଶୀ ଏହି ଦମ୍ପତିଙ୍କ ଉଦ୍ଧାର କରି ମାଲକାନଗିରି ଚିକିତ୍ସାଳୟକୁ ନେଇଥିଲେ ।
ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସୂଚନା ଦେଇ କହିଛନ୍ତି ଯେ ଅବପାତର ରୂପ ନେଇଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ଅଧିକ ଘନୀଭୂତ ହୋଇ ୨୪ ଘଣ୍ଡାରେ ଗଭୀର ଅବପାତରେ ପରିଣତ ହେବ। ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ରହିବ ନାହିଁ। କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ , ଶୀତର ପ୍ରଭାବ ସାମାନ୍ୟ ରହିବ। କାଲିଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ଏବଂ ଶୀତ ଅନୁଭବନ ହେବ।
ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି। ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଛି | ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ, ବ୍ୟାଘ୍ର ସର୍ଭେ ରିପୋର୍ଟ ୨୦୨୬ ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟ କ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି।ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ରୁ ୨୦୧୮ ମଧ୍ୟରେ ୩୦% ବୃଦ୍ଧି ପାଇଛି। ଏହା ୭୫% ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ।
ଲାଞ୍ଚ ନେଇ ଧରାପଡିଲେ ନିକିରାଇ ଏଆରଆଇ ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ।ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ ଜମି ମାଲିକ। ତେଣୁ ଏଆରଆଇ ବେହେରା ଲାଞ୍ଚ ପରିମାଣକୁ ହ୍ରାସ କରି ୧୨,୦୦୦ ଟଙ୍କା କଲେ। ଶେଷରେ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଟିମ ଆଜି ଅଭିମନ୍ୟୁ ବେହେରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଥିଲା। ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି ।
ବହୁ ଚର୍ଚ୍ଚିତ ନୀଳ ଡ୍ରମରେ ସ୍ୱାମୀକୁ ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା । ଘଟଣାରେ ପୁଣି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ପାଇଁ ଜେଲରେ ଥିବା ମୁସକାନ ଏବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ବିଷୟରେ ଜାଣିବା ପରେ, ସହ-ଅଭିଯୁକ୍ତ ସାହିଲ୍ ସକାଳେ ଜେଲ ପ୍ରଶାସନକୁ ପଚାରିଥିଲେ ଯେ ମୁସ୍କାନ ପୁଅ ଜନ୍ମ କରିଛନ୍ତି କି ଝିଅ ଜନ୍ମ କରିଛନ୍ତି। ଅନେକ ଲୋକ ଅନୁମାନ କରୁଛନ୍ତି ଯେ ସାହିଲ୍ ନବଜାତ ଶିଶୁର ପିତା କି? ତଥାପି, ଅଧିକାରୀମାନେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଡିଏନଏ ପରୀକ୍ଷା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ। ଏହା ପୂର୍ବରୁ କୌଣସି ନିଷ୍କର୍ଷ ବାହାର କରିବା ଅନୁଚିତ।ମୁସକାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, କିନ୍ତୁ କେହିବି ଡାକ୍ତରଖାନାକୁ ଆସିନାହାଁନ୍ତି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି…
ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ କରୁଛନ୍ତି । ଠକମାନେ ଏମିତି କହୁଛନ୍ତି-‘ଆଧାର ଏବଂ ନୋ ୟୋର କଷ୍ଟମର (KYC) ଡିଟେଲ୍ସ ଅପଡେଟ ନ କରିବା କାରଣରୁ ଆଜି ରାତିରୁ ଆମେ ଆପଣଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରୁଛୁ । ତୁରନ୍ତ ତଳେ ଦେଇଥିବା ଲିଙ୍ଗରେ କ୍ଲିକ କରି ଡିଟେଲ୍ସ ଅପଲୋଡ କରନ୍ତୁ।’ଏପରି ମେସେଜ ରବିବାର ଦିନ ଟିମ SBI ନାମରେ ଏକାଧିକ ହ୍ୱାଟ୍ସ ଆପ ଗ୍ରୁପକୁ ଆସିଥିଲା । ଏସବିଆଇରେ ଆକାଉଣ୍ଟ ଥିବା ଅନେକ ଲୋକ ଡରରେ ଏହି ଲିଙ୍କରେ କ୍ଲିକ କରି ଦେଇଥିଲେ । ଏହା ପରେ ସେମାନଙ୍କର ଫୋନ କ୍ରିମିନାଲଙ୍କ କବ୍ଜାକୁ ଚାଲି ଯାଇଥିଲା । ଏହା ପରେ ଏହି ମେସେଜ ଗୋଟିଏ ଫୋନରୁ ଆଉ ଗୋଟିଏ ଫୋନକୁ ପଠା ଯାଇଥିଲା ।ପରେ ଜଣାପଡିଥିଲା, ରାଜ୍ୟରେ ମିଡିଆ ସହ ଜଡିତ ମନ୍ତ୍ରୀମାନଙ୍କର ହ୍ୱାଟ୍ସଆପ ଗ୍ରୁପ ବି ହ୍ୟାକ କରି ନେଇଛନ୍ତି ସାଇବର ଠକ…
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନର ଆନନ୍ଦରେ ଭକ୍ତମାନେ ଉଲ୍ଲସିତ। ଭୂମି ପୂଜନ ଏବଂ ପ୍ରାଣ ପ୍ରତିଷ୍ଠା ପରେ, ସମସ୍ତେ ଏବେ ରାମ ମନ୍ଦିରର ପତାକା ଉତ୍ତୋଳନ ଉତ୍ସବରେ ନିଜକୁ ସାମିଲ କରି ଧନ୍ୟ ମନେ କରିଛନ୍ତି। ତେବେ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ ହୋଇଛି । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍। ଦକ୍ଷିଣ କୋଣ ତ୍ରିକୋଣୀୟରେ…
ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ଜଣ ଆଶାୟୀଙ୍କୁ ସମନ କରିଛି । ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଆସି ହାଜର ହେବାକୁ କୁହାଯାଇଛି । ସେମାନେ ହାଜର ହେବା ପରେ ବିଭିନ୍ନ ଦିଗକୁ ନେଇ ସିବିଆଇ ଜେରା କରିବ । ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସିବିଆଇ ୩ଦିନରେ ଖୋର୍ଦ୍ଧା ଓ କଟକ ଅଞ୍ଚଳର ୧୦ ଆଶାୟୀଙ୍କୁ ଜେରା କରିଥିଲା । ଜଣେ ଡିଏସପି…









