Author: sanitelevision

ଚଳିତ ଥର ଯୁକ୍ତ ଦୁଇର ସମସ୍ତ ବିଭାଗର ଖାତା ଅନଲାଇନ ମୂଲ୍ୟାୟନ ହେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କେବଳ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା । ସେପଟେ ଆଉ ଗୋଟିଏ ଦିନ ବଢିପାରେ ଯୁକ୍ତ ଦୁଇ ଫର୍ମ ଫିଲଅପ ଅବଧି । କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି ନ ଥିବା ଖବର ଆସିଛି। ଆଉ ଥରେ ଫର୍ମ ଫିଲ ଅପ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ଏଥିପାଇଁ ଇ-ମେଲ ଜରିଆରେ ଆବେଦନ କରିବାକୁ କୁହାଯାଇଛି। ଆବେଦନ ଆସିବା ପରେ ଫର୍ମ ଫିଲ ଅପ ପାଇଁ ଦିନେ ସମୟ ମିଳିବ। ଆହୁରି ଦୁଇ ଦିନ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏ ଯାଏଁ ସମୁଦାୟ ୩ ଲକ୍ଷ ୯୮ ହଜାର ୫୮୨ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ କରିଛନ୍ତି। ସେମାନଙ୍କ ମଧ୍ୟରୁ…

Read More

କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ । ବର୍ତ୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ୍ ଫ୍ୟାମିଲିର ଓ କଲରାପତରିଆ ବାଘର ଅନେକ ଚିହ୍ନ ମିଳିଛି । ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଥର ମହାବଳ ବାଘ ମଧ୍ୟ ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ତାର ସ୍ଥିତି ଜାହିର କରିଛି ।ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅନେକ ଥର…

Read More

ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ । ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ହୋଇଛି ଅଭିଯୋଗ । ଅଭିଯୋଗରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଉଠୁଥିବା ବିବାଦକୁ ନେଇ ମୁହଁ ଖୋଲିଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀକାନ୍ତ ଗୌତମ କହିଛନ୍ତି, ହ୍ୟୁମାନ ସାଗରଙ୍କ ଭଳି ଜଣେ କଣ୍ଠଶିଳ୍ପୀଙ୍କ ଚିର ବିଦାୟ ବିବାଦୀୟ ହେବା ଅନୁଚିତ । ହ୍ୟୁମାନଙ୍କ ଭଳି ଜଣେ ପ୍ରତିଭାଙ୍କୁ ଆମେ ଉଚିତ୍ ସମ୍ମାନ ଦେଇ ପାରିଲେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀକାନ୍ତ । ଏହାସହ ହ୍ୟୁମାନ ବହୁତ କମ୍ ଦିନ ଭିତରେ ଯଥେଷ୍ଟ ଅଧିକ ସଫଳତା ହାସଲ କଲେ । ମାତ୍ର ସଫଳତାକୁ…

Read More

ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ସୋମବାର ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦଶନ୍ଧି ଘରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ । ପରିବାର, ବନ୍ଧୁ ଓ ଅଂସଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧର୍ମେନ୍ଦ୍ର ଜୀଙ୍କ ନିଧନରେ ଭାରତୀୟ ସିନେମାର ଏକ ଯୁଗର ଅନ୍ତ ହୋଇଛି । ସେ ଏକ ପ୍ରତିଷ୍ଠିତ ଫିଲ୍ମ କଳାକାର, ଏକ ଅଦ୍ଭୁତ ଅଭିନେତା ଏବଂ ପ୍ରତ୍ୟେକ ଭୂମିକାରେ ସମସ୍ତଙ୍କୁ ଆକର୍ଷଣ କରନ୍ତି । ସେ ସମସ୍ତ ପ୍ରକାରର ଭୂମିକା ନିର୍ବାହ କରିଛନ୍ତି । ସେ ଅଗଣିତ ଲୋକଙ୍କ ହୃଦୟକୁ…

Read More

ସମ୍ବଲପୁରକୁ ଆସିବେ ୪ ମହାବଳ lମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର lସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏକ କଲରାପତରିଆ ବାଘ ମଧ୍ୟ ଚିଡିଆଖାନାର ଶୋଭା ବଢ଼ାଉଛି l ସୋମବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ରହିଛନ୍ତି lସେହିପରି ମଗର ଓ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାରେ ରହିବେ l ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ହେବ lଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l

Read More

ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର। ଟିଭିରେ ତାଙ୍କ ମୁଭି ଆସଥିଲେ ପୂରା ପରିବାର ଟିଭି ଆଗରେ ବସିପଡ଼ୁଥିଲା । ୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’ , ’ଧରମ ବୀର’ ପରି କିଛି ସୁଚପରହିଟ୍ ମୁଭି ଏବେବି ସମସ୍ତଙ୍କ ମନକୁ ଛୁଏଁ ।ଏବେ ଅନେକଙ୍କ କଣ୍ଠକୁ ଛୁଏଁ ଏସବୁ ସିନେମାର ଚିର ସବୁଜ ସଙ୍ଗୀତ । ସୋଲେରେ ତାଙ୍କର ଡାଏଲଗ୍ ତ ସବୁଠୁ ବେଶ୍ ହିଟ୍ ହୋଇଥିଲା । ସୁଚନାମୁତାବକ ଗତ ସପ୍ତାହରେ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ…

Read More

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେ ଆହତ ହୋଇ ବାଦ ପଡିଥିବା ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ଜାଗାରେ ଦଳର ନେତୃତ୍ୱ ନେବେ । ତେବେ ଏହି ଦଳରୁ ଅପ୍ରତ୍ୟାଶିତ ଭାବରେ ୫ ଜଣ ଷ୍ଟାର୍‌ ଖେଳାଳିଙ୍କୁ ବାଦ୍‌ ଦେଇଛି ବିସିସିଆଇ । କେହି ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ କେହି ଫର୍ମରେ ନଥିବାରୁ ଟିମ୍‌ରେ ସାମିଲ ହୋଇପାରିନାହାନ୍ତି । ତେବେ କିଛି ଖେଳାଳିଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ସେମାନଙ୍କୁ ଟିମ୍‌ରୁ ବାଦ୍‌ ଦେଇଛି ବିସିସିଆଇ । ଗିଲ ଏବେ ବେକରେ ଆଘାତ ଜନିତ କାରଣରୁ ବିଶ୍ରାମ ନେଉଛନ୍ତି । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା , ମୋହମ୍ମଦ ସାମି , ଅକ୍ଷର ପଟେଲ ଦିନିକିଆ ଦଳରେ ସାମିଲ କରାଯାଇନି ।

Read More

ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦି । ଭୁବନେଶ୍ବର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ । ୧୧ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କର ୯ ହଜାର ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗୱାଡି କର୍ମୀ । ନ୍ୟାସନାଲ ଏଜୁକେସନ ପଲିସି ଅନୁଯାୟୀ ଶିକ୍ଷୟତ୍ରୀ ଭାବେ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅବସରପ୍ରାପ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ଡିସ ଏଙ୍ଗେଜମେଣ୍ଟ ଶବ୍ଦରେ ଅବସର ଶବ୍ଦ ବ୍ୟବହାର କରିବା ପାଇଁ ଦାବି କରାଯାଇଛି । ମାସିକ ପେନସନ ୫ ହଜାର ସହକର୍ମୀଙ୍କୁ ୩ ହଜାର ଟଙ୍କା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Read More

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀ ପାଇଁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ ଓ ଶୌଚାଳୟ ଭଳି ବ୍ୟବସ୍ଥା ହୋଇଛି। ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟନୀଛଟନୀ ଉପରେ ନଜର ରହିବ। ବାହାର ରାଜ୍ୟରୁ କେମିତି ଧାନ ଆସିବ ନାହିଁ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଧ୍ୟାନ ଦେବାକୁ କୁହାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି।ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗ ଚାଷୀମାନଙ୍କଠାରୁ ଧାନ କିଣା ପାଇଁ ବିଶେଷ ଗୁରୁତ୍ୱ ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ…

Read More

ପୋଲିସ ବେଶରେ ଲୋକଙ୍କୁ ଠକୁ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ସେ ହେଲେ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ କୁମାର ସ୍ବାଇଁ। ନିଜକୁ ମିଛ ପୋଲିସ କନଷ୍ଟେବଳ ପରିଚୟ ଦେଇ ନକଲି ପୋଷାକ, ଖେଳନା ବନ୍ଧୁକ, ଜୋତା, ବେଲ୍ଟ, ପୋଲିସ ଲାଠି ସବୁ କିଣି ବ୍ୟବହାର କରୁଥିଲା । ଏହାସହ ପୋଲିସ ଲାଠି ସ୍ଥିତ ମନୋଜଙ୍କ ଭଡା ଘରେ ଚଢାଉ କରିଥିଲା । ଚଢାଉ ବେଳେ ସେହି ଘରୁ ଉପରୋକ୍ତ ସାମଗ୍ରୀ ଜବତ ହୋଇଥିଲା । ଅଭିଯୁକ୍ତ ମନୋଜ ଘର ମାଲିକଙ୍କୁ ପୋଲିସ କନଷ୍ଟେବଳ ବୋଲି କହି ଘର…

Read More